Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଆରମ୍ଭ ହେଲା ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ

Smruti Parija
Browse all articles by Smruti Parija
·2 years ago·1 min read
ରାଜ୍ୟରେ ଆରମ୍ଭ ହେଲା ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ । ଆଜି ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଭଳି ୬ଟି ସ୍ଥାନରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ଆଗାମୀ ଦିନରେ ୩୮ଟି ଯାକ RTO ଅଫିସରେ ଏହି ବ୍ୟବସ୍ଥା ହେବ । ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଟୋମେଟେଡ ହେବ । ଅନେକ କ୍ୟାମେରା ଖଞ୍ଜାଯାଇଛି । କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । AI ଜରିଆରେ ସବୁକିଛିର ତଦାରଖ କରାଯିବ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ହେଉଥିବାରୁ ଏଭଳି ପଦ୍ଧତି ଆପଣାଯାଇଛି । ଏଥିରେ କୌଣସି ମାନବ ହସ୍ତକ୍ଷେପ ରହିବ ନାହିଁ । 

୨- ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଜନିତ ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟର ୨୩ଟି ସ୍ଥାନରେ ଟ୍ରକ ଟର୍ମିନାଲ ହେବ । ଏଥିରେ ଡ୍ରାଇଭର ଓ ଟ୍ରାନ୍ସପୋର୍ଟରମାନଙ୍କ ପାଇଁ ସବୁ ସୁବିଧା ରହିବ । ୧୦୦ ରୁ ୩୦୦ ଟ୍ରକ ପାର୍କିଂ ବ୍ୟବସ୍ଥା ଥିବା ଏହି ଟ୍ରକ ଟର୍ମିନାଲ ଗୁଡ଼ିକର କାମ ୧୨ ରୁ ୧୮ ମାସ ମଧ୍ୟରେ ସରିବ । 

୩- ରାଜ୍ୟରେ NCCର ୬୩ ହଜାର କ୍ୟାଡେଟ୍ ହେବେ ଜୁନିଅର ରକ୍ଷକ । ଏଥିଲାଗି ଆଜି NCC ସହ MOU ସ୍ବାକ୍ଷର ହୋଇଛି । ୨ ବର୍ଷ ମଧ୍ୟରେ ସେମାନଙ୍କୁ ଦୁର୍ଘଟଣା ଜନିତ ସହାୟତା ପାଇଁ ଫାର୍ଷ୍ଟ ରେସପଣ୍ଡର ଭାବେ ପ୍ରଶିକ୍ଷଣ ଦିଆଯିବ । ଫଳରେ ସେମାନଙ୍କ ନିକଟରେ ହେଉଥିବା ଦୁର୍ଘଟଣା ବେଳେ ସେମାନେ ସହାୟତା କରିବେ । ଏହାସହ ଏହି NCC କ୍ୟାଡେଟ୍ ମାନେ ରୋଡ ସେଫଟି ଆମ୍ବାସଡର ହେବେ ଓ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର
 

Sponsored
automated-driving-testing-system-started-in-the-state | Argus News