|
logo
Live

Argus News - ଠିକାଦାର ଘର କରିଥିଲେ, ହେଲେ କେହି ରହିପାରିଲେନି.. ସବୁ ଭୁଶୁଡ଼ି ଗଲାଣି !

Odisha

ଠିକାଦାର ଘର କରିଥିଲେ, ହେଲେ କେହି ରହିପାରିଲେନି.. ସବୁ ଭୁଶୁଡ଼ି ଗଲାଣି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଠିକାଦାର ଘର କରିଥିଲେ, ହେଲେ କେହି ରହିପାରିଲେନି.. ସବୁ ଭୁଶୁଡ଼ି ଗଲାଣି !

ଖୋଲିବାରେ ଲାଗିଛି ଗତ ବିଜେଡି ସରକାରର ଗୋଟିଏ ପରେ ଗୋଟିଏ ଦୁର୍ନୀତି । ସେ ଆବାସ ହେଉ କି ରାସନ କାର୍ଡ ଯୋଗାଣ, କିପରି ଦଳୀୟ ଭିତ୍ତିରେ ଏସବୁ ବଣ୍ଟା ଯାଉଥିଲା ସେନେଇ ରହିଛି ପୁଳା ପୁଳା ଅଭିଯୋଗ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଝାଙ୍କରବାହାଲି ଗାଁରେ କିପରି ଆବାସ ନିର୍ମାଣ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିଲା । ଯାହାର ରିପୋର୍ଟ ସାମ୍ନାକୁ ଆସିଛି ।

ରେଢାଖୋଲ ନିର୍ବାଚନ ମଣ୍ଡଳିର ଜୁଜୁମୁରା ବ୍ଲକ ଝାଙ୍କରବାହାଲି ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ୫୨ ଜଣ ହିତାଧିକାରୀଙ୍କ ନାଁରେ ପକ୍କା ଘର ଆସିଥିଲା । ହିତାଧିକାରୀ ଭୂମିହୀନ ଥିବାରୁ ଗୋଚର ଜମିରେ କଲୋନୀ ନିର୍ମାଣ ପାଇଁ ନିର୍ଦ୍ଦେଶ ଥିଲା । ବିଜୁପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫୨ ଜଣ ହିତାଧିକାରୀଙ୍କ ପାଇଁ ଏକ କଲୋନୀ ନିର୍ମାଣ କରାଯାଇଥିଲା । ହେଲେ ଏବେ ସେ ଘରେ ରହିବା ମୁସ୍କିଲ । ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ ଘର କାନ୍ଥ, ଛାତ ଫାଟିବା ସହ କବାଟ ଭାଙ୍ଗି ଯାଇଛି । ତେଣୁ ବିପଦ ଆଶଙ୍କାରେ ସେ ଘରେ ଆଉ କେହି ରହୁନାହାନ୍ତି । ଏବେ ଭୂତକୋଠି ପାଲଟିଛି ଆବାସ ଘର ।

କେବଳ ଆବାସ ଘର ନୁହଁ ହିତାଧିକାରୀଙ୍କୁ ମିଳିଥିବା ଶୌଚାଳୟ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଠିକାଦାର ତିଆରି କରିଥିବା ଶୌଚାଳୟକୁ ଏବେ ବ୍ୟବହାର କରିହେଉନି । ଆବାସ ଘର ନିର୍ମାଣ ପାଇଁ ଘର ପିଛା ଲକ୍ଷେ ୨୦ ହଜାର ଓ ଶୌଚାଳୟ ପାଇଁ ୨୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଏଥିରୁ ଆକଳନ କରୁଥିବେ, କେତେ ଟଙ୍କା ହଡ଼ପ କରିଛନ୍ତି ଅଧିକାରୀ ଓ ଠିକାଦାର । ଏନେଇ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି, ତତ୍କାଳୀନ ସରକାର ବିଜୁ ପକ୍କା ଘର ଯୋଜନା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସନ୍ତୁଷ୍ଟ କରିବାକୁ କରିଥିଲେ । ପୂର୍ବ ବିଜେଡି ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବ ।

ରେଢାଖୋଲର ପୂର୍ବତନ ବିଜେଡି ବିଧାୟକ ରୋହିତ ପୁଜାରୀ ନିଜେ ଆବାସ କଲୋନୀ ନିର୍ମାଣ ପାଇଁ ଗାଁରେ ଭୂମି ପୂଜନ କରି ଏହାର ଶୁଭାରମ୍ଭ କରିଥିଲେ । ହେଲେ ହିତାଧିକାରୀକୁ ଆବାସ ନାଁରେ ବିଜେଡି ନେତା ଠିକାଦାର ପୋଷୁଥିଲେ, ଯାହାର ପ୍ରମାଣ ସେହି କଲୋନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଠିକାଦାର ଘର କରିଥିଲେ, ହେଲେ କେହି ରହିପାରିଲେନି.. ସବୁ ଭୁଶୁଡ଼ି ଗଲାଣି ! | Argus News