Videos
|
Politics

Odisha Politics / ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତ ବିବାଦ; କେବେ ଆରମ୍ଭ ହେବ ବିଧିବଦ୍ଧ ତଦନ୍ତ ?

Sushanta Sahoo
Browse all articles by Sushanta Sahoo
·Published on: 29 Nov 2026, 22:16:08 IST·2 min read
ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତ ବିବାଦ; କେବେ ଆରମ୍ଭ ହେବ ବିଧିବଦ୍ଧ ତଦନ୍ତ ?
Naveen Patnaik foreign tour investigation

Key Points

ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଖର୍ଚ୍ଚକୁ ନେଇ ଖୁଵଶୀଘ୍ର ଆରମ୍ଭ ହେବ ତଦନ୍ତ । ତଦନ୍ତ କରିବେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ।
ଭୁବନେଶ୍ଵର: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ବୁଲାର ତଦନ୍ତ ନିର୍ଦ୍ଦେଶ ପରେ ଏବେ ତଦନ୍ତର ଔପଚାରିକ ପ୍ରକ୍ରିୟା ଉପରେ ନଜର । ଜିଏ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ତଦନ୍ତ କରିବେ । ତେବେ ତଦନ୍ତ ବିଧିବଦ୍ଧ ଭାବେ କେବେ ଆରମ୍ଭ ହେବ ? କେଉଁ ଦସ୍ତାବିଜ୍ ଯାଞ୍ଚ ହେବ ? କାହାକୁ ପଚରାଉଚରା କରାଯିବ ? ଏବଂ ତଦନ୍ତରେ ଅନିୟମିତତା ମିଳିଲେ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ? ଏବେ ଏସବୁକୁ ନେଇ ରହିଛି ରାଜନୈତିକ ଓ ପ୍ରଶାସନିକ ଉତ୍କଣ୍ଠା ।

ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ରାଜ୍ୟ ରାଜନୀତିରେ ଏବେ ଏଭଳି କିଛି ଚର୍ଚ୍ଚା । ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଖର୍ଚ୍ଚକୁ ନେଇ ଖୁଵଶୀଘ୍ର ଆରମ୍ଭ ହେବ ତଦନ୍ତ । ତଦନ୍ତ କରିବେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ।

ଏଥିସହ ପଢ଼ନ୍ତୁ: ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଦ୍ଵନ୍ଦ୍ଵରେ ବିଜେଡି 

୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷର ବିଦେଶ ଗସ୍ତ ଖର୍ଚ୍ଚ, ଗସ୍ତର ଉଦ୍ଦେଶ୍ୟ, ଅନୁମତି ଓ ସରକାରୀ ରେକର୍ଡର ହେବ ଯାଞ୍ଚ । ତେବେ ତଦନ୍ତ ପାଇଁ କୌଣସି ସମୟସୀମା ଘୋଷଣା ହୋଇ ନଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି କହିଛି ତଦନ୍ତ ନିର୍ଦ୍ଦେଶ ଖାଲି ଭେଳିକି । ବିଜେପି କହିଛି ଯାଞ୍ଚ ଆରମ୍ଭ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କେମିତି ରହିବ ତଦନ୍ତ ପ୍ରକ୍ରିୟା ? ପ୍ରଥମ ପର୍ଯ୍ୟାୟରେ କେଉଁ ଦିଗ ଉପରେ ଫୋକସ୍ ରହିବ? ୨୦୨୨ ଜୁନ୍‌ରେ ଇଟାଲୀ ଓ ଦୁବାଇ ଗସ୍ତ । ୨୦୨୩ ଏପ୍ରିଲ୍‌ରେ ଜାପାନ ଓ ସିଙ୍ଗାପୁର ଗସ୍ତ । ଏହି ଗସ୍ତଗୁଡ଼ିକରେ ନବୀନ ପଟ୍ଟନାୟକଙ୍କ ସହ ଭି.କେ. ପାଣ୍ଡିଆନ୍ ଓ ଆଇପିଏସ୍ ଅଧିକାରୀ ରବିକାନ୍ତ ମଧ୍ୟ ଯାଇଥିଲେ ।

ତଦନ୍ତର ପ୍ରଥମ ପର୍ଯ୍ୟାୟରେ ବିଦେଶ ଗସ୍ତ ସମ୍ପର୍କିତ ସରକାରୀ ଫାଇଲ୍, ଅନୁମତି ପତ୍ର, ଯାତ୍ରା ସୂଚୀ, ବିମାନ ଟିକେଟ୍, ହୋଟେଲ୍ ବିଲ୍, ଯାନବାହନ ଖର୍ଚ୍ଚ ଓ ଆର୍ଥିକ ଦେୟର ରେକର୍ଡ ଯାଞ୍ଚ କରାଯାଇପାରେ ।

ଏଥିସହ ପଢ଼ନ୍ତୁ: ବିଦେଶ ଗସ୍ତ ବିବାଦ; ଅଳ୍ପ କହି ଅଧିକ ଲୁଚାଇଲେ କି ନବୀନ ? 

ଗସ୍ତ କେଉଁ ଉଦ୍ଦେଶ୍ୟରେ ହୋଇଥିଲା, ସରକାରୀ ଅନୁମତି ନିଆଯାଇଥିଲା କି ନାହିଁ, ଖର୍ଚ୍ଚର ହିସାବ କେଉଁ ବିଭାଗ ରଖିଥିଲା ଓ ଦାଖଲ ହୋଇଥିବା ବିଲ୍‌ରେ କୌଣସି ଅସଙ୍ଗତି ରହିଛି କି ନାହିଁ, ତାହା ଖୋଳତାଡ଼ ହୋଇପାରେ । ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟ ଓ ସରକାରୀ ଫାଇଲ୍‌ରେ ଥିବା ତଥ୍ୟକୁ ମଧ୍ୟ ଯାଞ୍ଚ କରାଯିବ ।

ତଦନ୍ତ ପରେ ପ୍ରମୁଖ ସଚିବ- ତଥ୍ୟ ଓ ଦସ୍ତାବିଜ୍ ଆଧାରରେ ରିପୋର୍ଟ ଦାଖଲ କରିବେ । ଯଦି କୌଣସି ଆର୍ଥିକ କିମ୍ବା ପ୍ରଶାସନିକ ଅନିୟମିତତା ମିଳେ, ତାହେଲେ ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ ଆକ୍ସନ ମଧ୍ୟ ନେବେ ।