ଜରିପାଲ ତଳେ ଅନେକ ପରିବାର

ଅର୍ଗସ ବ୍ୟୁରୋ: ଭୁବନ ବ୍ଲକର ଅରଖପାଳ ପଞ୍ଚାୟତ ଖୁରୁସିଆ ଗ୍ରାମର ରଙ୍କ ମଳିକ। ଜରିପାଲ ବିଛା ନୂଆଣିଆ ଚାଳଛପର ଘରେ କାଟୁଛନ୍ତି ଜୀବନ। ୨୦୧୬ ମସିହାରୁ ଆବାସ ଯୋଜନାରେ ସାମିଲ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମିଳି ପାରିନି ଘର। ପାଖ ପଡୋସୀ ସମସ୍ତେ ଯୋଜନାରେ ହୋଇଛନ୍ତି ସାମଲି। ହେଲେ ହାତଗୁଞ୍ଜା ୨୦ହଜାର ଟଙ୍କା ନଦେବାରୁ କାର୍ଯ୍ୟାଦେଶ ପାଇ ମଧ୍ୟ ବାଦ ପଡିଥିବା ଅଭିଯୋଗ କରିଛନ୍ତି ରଙ୍କ । ସେହିପରି ଏ ହେଉଛନ୍ତି କୁଳମଣି ମଳିକ। କାମାକ୍ଷାନଗର ଥାନାରେ ଗ୍ରାମରଖୀ ଭାବେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ ଗୋଡଭାଙ୍ଗି ବର୍ତ୍ତମାନ ଘରେ। ତେବେ କୁଳମଣୀ ମଳିକଙ୍କ ମଧ୍ୟ ସମାନ ଅବସ୍ଥା। ଜରିପାଲ ବିଛା ଭଙ୍ଗା ଚାଳଛପର ଘରେ ନିଜ ପରିବାର ସହ କାଟୁଛନ୍ତି ଦିନ।
ରହିବ ନାହିଁ ଚାଳ ଛପର, ଆବାସ ଯୋଜନା କରିବ ଦୂର। ବ୍ଲକ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ଏପରି ଲେଖା ହୋଇଥିବା ବେଳେ ହିତାଧିକାରୀଙ୍କୁ ମିଳୁନି ପକ୍କାଘର। ଅଞ୍ଚଳରେ ଗରିବ ହିତାଧିକାରୀଙ୍କ ସମସ୍ୟା ଦେଖି କ୍ଷୋବ ପ୍ରକାଶ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଗରବ ଲୋକଙ୍କୁ ଘର ଦେଉଛନ୍ତି। ହେଲେ ପଞ୍ଚାୟତ ସମିତି ଦୁର୍ନିତିର ଗନ୍ତାଘର ପାଲଟିଛି । ତୁରନ୍ତ ଉଚିତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାନଗଲେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛି ।
ତେବେ ଆବାସ ଯୋଜନା ଘୋଟାଲାକୁ ନେଇ ସର୍ବଦା ଚର୍ଚ୍ଚାରେ ଆସୁଥିବା ଭୁବନ ପଞ୍ଚାୟତ ସମିତି ପକ୍ଷରୁ କେବେ ଉଚିତ ହିତାଧିକାରୀଙ୍କୁ ଘର ମିଳୁଛି, କେବେ ରଙ୍କ ମଳିକ ଓ କୁଳମଣୀ ମଳିକ ଘରପାଇ ଶାନ୍ତିରେ ରହୁଛନ୍ତି,ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: