ଦୁର୍ଗମରେ ଆବାସ ଯୋଜନା ଅପହଞ୍ଚ

ଅର୍ଗସ ବ୍ୟୁରୋ: ସରକାରୀ ଯୋଜନାରୁ ବଚିଂତ ମୟୁରଭଞ୍ଜ ଜିଲ୍ଲାର ଶ୍ୟାମଚନ୍ଦ୍ରପୁର ଗାଁ। ଏଠାରେ ପାଖାପାଖି 90ଟି ଆଦିବାସୀ ପରିବାର ବସବାସ କରନ୍ତି। ୨୪ ବର୍ଷର ସ୍ଥିର ସରକାରରେ ଆଜିବି ଗାଁକୁ ପଡିନି ବିକାଶର ଛିଟା। ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ। ଗାଁରେ ଜଣେ ହେଲେ ବି ପାଇନାହାନ୍ତି ଆବାସ ଗୃହ। ଗାଁର ତଳସାହିରେ ରହୁଥିବା ଡିବରୁ ହାଇବ୍ରୁ ଙ୍କ ଘରର ଅବସ୍ଥା ନ କହିବା ଭଲ। କେଇ ଖଣ୍ଡ କାଠ ଫାଳିଆରେ ତିଆରି ହୋଇଛି କାନ୍ଥ। ଆଉ ସେହି ଭଙ୍ଗା ପଲିଥିନ କୁଡିଆ ଭିତରେ ଭାଗ୍ୟକୁ ଆଦରି ପଡିରହିଛନ୍ତି ଡିବରୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡିଶାକୁ 2 କୋଟି ରୁ ଉର୍ଦ୍ଧ ଆବାସ ଘର ଯୋଗାଇ ଦେଉଥିବାବେଳେ ଶିମିଳିପାଳ ପାଦଦେଶରେ ଆବାସ ଯୋଜନା ଅପହଞ୍ଚ।
ଆବାସ ଯୋଜନା ଦୂରେ ଥାଉ ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ। ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଚଂଳବାସୀ। ଦିନମଜୁରିଆ ଭାବେ କାମ କରି, ଖଲି ତିଆରି କରି ପରିବାର ପ୍ରତିପୋଷଣ କରନ୍ତି ଏଠାର ଅଂଚଳବାସୀ। କିଛି ଲୋକଙ୍କର ଚାଷଜମି ଥିଲେ ମଧ୍ୟ୍ୟ କୌଣସି ସୁବିଧା ପହଂଚି ପାରିନି। ଏମାନଙ୍କ ଦୁଆରେ କେବେବି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡେନି। ବାରମ୍ବାର ଦାବି କଲେ ସୁଦ୍ଧା ଫଳଶୂନ।
ବିକାଶ ନାଁରେ ଡ଼େଣ୍ଡେରା ପିଟୁଥିବା ସରକାରଙ୍କ ପ୍ରତିଶୃତି ଏମାନଙ୍କ ପାଇଁ ପାଲଟିଛି ପ୍ରହସନ। ତେବେ ଦେଖିବାକୁ ବାକିରହିଲା ଦୁର୍ଗମ ଅଞ୍ଚଳର ଏ ଆଦିବାସୀଙ୍କ ଉପରେ କେବେ ପଡୁଛି ପ୍ରଶାସନର ଶୁଭଦୃଷ୍ଟି। କେବେ ଏ ଗରିବ ଆଦିବାସୀ ପରିବାରଙ୍କୁ ଆବାସ ଯୋଜନାରେ ମିଳୁଛି ପକା ଘର।
ଅଧିକ ପଢ଼ନ୍ତୁ ଓଡିଶା ଖବର: