ଉପାନ୍ତ ଇଲାକାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ

ଅର୍ଗସ ବ୍ୟୁରୋ: ଗରିବୀ ଯନ୍ତ୍ରଣା ସାଙ୍ଗକୁ, ଘରର ମୁଖିଆ ପାରଲିସ ରୋଗରେ ଆକ୍ରାନ୍ତ l ଘର ଭାଙ୍ଗି ଯିବାରୁ, ତିନି ବର୍ଷ ହେଲା ପରିତ୍ୟକ୍ତ ସ୍କୁଲ କୋଠରୀରେ ବିତୁଛି ଜୀବନ l ଆବାସ ଟିଏ ପାଇଁ ଏ ଅଫିସ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ଅସହାୟ ପରିବାର l ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଉପାନ୍ତ ଗାଁ ବାଦୀ l ଏଠାରେ ରହୁଥିବା କାର୍ତ୍ତିକ ନିଆଲଙ୍କ ଘର ଆଜିକୁ 3 ବର୍ଷ ତଲେ ଭାଙ୍ଗି ଭୁଶୁଡି ଗଲା l ଆବାସ ଟିଏ ପାଇଁ ପ୍ରଶାସନ କୁ ଗୁହାରି କଲେ ହେଲେ କିଛି ସୁଫଳ ମିଳିଲା ନାହିଁ l
ହସ ଖୁସି ରେ ଚାଲୁଥିବ ଏହି ପରିବାର ରେ ହଠାତ ଦୁଃଖର ପାହାଡ଼ ଆସିଲା l ଘରର ମୁଖିଆ କାର୍ତ୍ତିକ ନିଆଲ ପାରାଲିସ ରୋଗରେ ଆକ୍ରାନ୍ତ ହୋଇ ଏବେ ଯନ୍ତ୍ରଣା ରେ ଛଟ ପଟ ହେଉଛନ୍ତି l ଗୋଟିଏ ପଟେ କାର୍ତ୍ତିକ ଙ୍କ ଚିକିତ୍ସା ଚିନ୍ତା ଅନ୍ୟ ପଟେ ରହିବା ପାଇଁ ଆବାସ ଚିନ୍ତା ଏବେ ପରିବାର ର ଦୁଃଖ କୁ ଦୁଇ ଗୁଣା କରିଦେଇଛି l ଏହି ପରିବାର ର ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗାଁ ଲୋକେ ଦାବୀ କରିଛନ୍ତି l କେନ୍ଦ୍ର ତ ଆବାସ ଦେଉଛି ହେଲେ କାହିଁକି ଯୋଗ୍ୟ ବାଛି ପାରୁନାହିଁ ରାଜ୍ୟ ସରକାର l ଏମିତି ଅସହାୟ ପରିବାର ଯୋଗ୍ୟ ନୁହଁ ତ ଆଉ କିଏ l
ଅଧିକ ପଢ଼ନ୍ତୁ ଓଡିଶା ଖବର: