ବିଧାନସଭାରେ ବିଜେଡିର ପୋଲ୍ ଖୋଲିଦେଲେ ମନ୍ତ୍ରୀ

ଭୁବନେଶ୍ୱର: ପୁଣି ପଦାରେ ପଡିଲା ବିଜେଡିର ପାରିବାପଣିଆ । କେବଳ ଯୋଜନା କରିବାରେ ଏମିତି ବ୍ୟସ୍ତ ରହିଥିଲେ ଯେ କେନ୍ଦ୍ରର ଯୋଜନା ଆସି ଫେରିଗଲା ହେଲେ ଲୋକଙ୍କୁ ସରକାରୀ ଯୋଜନା ପହଞ୍ଚାଇପାରିଲେନି ତତ୍କାଳୀନ ସରକାର । ଯାହାର ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ପଂଚାୟତରାଜ ମନ୍ତ୍ରୀ ରବି ନାୟକ ।
ବିଜେଡି ସରକାରର ବିଫଳତାର ମିଳିଲା ବଡ଼ ପ୍ରମାଣ । ରାଜ୍ୟରୁ ଫେରିଯାଇଛି ସାଢ଼େ ଛଅ ଲକ୍ଷରୁ ଅଧିକ ପକ୍କାଘର। ପୂର୍ବତନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ପାଇଁ ଆସିଥିବା ଟଙ୍କା ଫେରିଯାଇଛି । ୨୦୧୬ ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ପାରିନଥିଲା। ଏ ନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ।
୨୦୧୪ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ଲକ୍ଷ ୫୭ ହଜାର ୮୪୭ଟି ପକ୍କା ଘର ନିର୍ମାଣ ଶେଷ ହୋଇଛି । ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣାଧୀନ ରହିଛି । ଏହା ବାଦ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଖୋଲିଲା ନବୀନ ସରକାରଙ୍କ ପୋଲ୍ । କେତେ ଯୋଜନା କରୁଥିଲେ, ଆଉ କେତେ କାର୍ଯ୍ୟକାରୀ ହେଉଥିଲା । ତାହା ଏବେ ଜଳ ଜଳ ହୋଇ ଦିଶୁଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
