Videos
|
Odisha

ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରସ୍ତୁତି, ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା

Jitendra Dash
Browse all articles by Jitendra Dash
·2 years ago·1 min read
ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରସ୍ତୁତି, ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା

ଅର୍ଗସ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି  । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା । ୨୨ ତାରିଖ ଅପରାହ୍ନ ୧୨.୩୦ ମିନିଟ୍‌ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆରି ଭିତରେ ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ କରିଛନ୍ତି ରାମଲାଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହାକୁ ଏବେ ବି ଆବରଣରେ ରଖାଯାଇଛି । ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ମିଳିଛି ।

ଏହି ଖୁସିର ସମୟରେ ସମାଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଛନ୍ତି ରାମ ଭକ୍ତ । ଓଡ଼ିଆ ଏହି ଖୁସିରେ କେମିତି ବା ବାଦ ପଡ଼ିବ । ଏହି ପର୍ବରେ ସାମିଲ ହେବା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଆସିଛନ୍ତି ରାମ ଭକ୍ତ । କିଏ ମୟୂରଭଞ୍ଜରୁ ତ ଆଉ କିଏ ଗଞ୍ଜାମରୁ ପୁଣି ଆଉ କିଏ ସୁରଟରୁ । କିଏ ଯଜ୍ଞରେ ବସି ଖୁସି ହେଉଛନ୍ତି ତ କିଏ ପୁଣି ଅଯୋଧ୍ୟାର ଅନୁଭବ ନେଇ ଖୁସି ହେଉଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲାଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ମଣ୍ଡପପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି । ଆଜି ପୂର୍ବାହ୍ନରେ ଅରଣିମନ୍ଥନରୁ ଅଗ୍ନିପ୍ରକଟ ନୀତି ସଂପନ୍ନ କରାଯିବ । ଏହାପୂର୍ବରୁ ଗଣପତି ଦେବ ଆଦି ସ୍ଥାପିତ ଦେବତାଙ୍କ ପୂଜନ, ଦ୍ୱାରାପାଳ ଦ୍ୱାରା ବେଦ ପାରାୟଣ, ଦେବ ପ୍ରବୋଧନ, କେସରାଧିବାସ, ଘୃତାଧିବାସ, କୁଣ୍ଡ ପୂଜନ ଓ ପଂଚଭୂସଂସ୍କାର ନୀତି ଅନୁଷ୍ଠିତ ହେବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: