|
logo
Live

Argus News - ଅବ୍ୟବସ୍ଥାରେ ଚାଲିଛି ଆୟୁର୍ବେଦିକ ଚିକିତ୍ସାଳୟ: ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର

Odisha

ଅବ୍ୟବସ୍ଥାରେ ଚାଲିଛି ଆୟୁର୍ବେଦିକ ଚିକିତ୍ସାଳୟ: ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର

Ritu Das
Browse all articles by Ritu Das
·1 year ago·2 min read
ଅବ୍ୟବସ୍ଥାରେ ଚାଲିଛି ଆୟୁର୍ବେଦିକ ଚିକିତ୍ସାଳୟ: ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର

ଅର୍ଗସ ବ୍ୟୁରୋ: ଜନସାଧାରଣଙ୍କ ବିଶ୍ଵାସନୀୟତା ହରାଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ I ସ୍ଥାନୀୟ ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୧୯୮୯ ମସିହାରେ ଏହି ଚିକିତ୍ସାଳୟଟି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିଲା । ତେବେ ଆଜକୁ ୩୫ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶକୁ ଦେଖୁଲେ ଲାଗୁଛି, ଏହା ଏକ କାହାର ବ୍ୟକ୍ତିଗତ ବାସ ଭବନ। ପାଚେରୀରେ ଏବେ ଶିଉଳି ଲାଗି କଳା ପଡିଗଲାଣି। 

ଯେଉଁଠିକି ଆଜି ଯାଏଁ ବିଦ୍ୟୁତ୍ ସଂଯୋଗ ହୋଇ ନ ପାରିବା ପରିତାପର ବିଷୟ। ଚିକିତ୍ସାଳୟ କୋଠରୀ ଗୁଡିକରେ ଇଲେକ୍ଟ୍ରିକ ୱାରିଙ୍ଗ ହୋଇସାରିଛି। ପଙ୍ଖା ଝୁଲୁଛି। କିନ୍ତୁ ଇଲେକ୍ଟ୍ରିକ ପୋଲରୁ ଡାକ୍ତରଖାନାକୁ ବିଜୁଳି ସଂଯୋଗ ହୋଇ ନାହିଁ। ପାନୀୟଜଳ ବ୍ୟବସ୍ଥା ନିମନ୍ତେ ବୋରୱେଲ ଖୋଳା ଯାଇଛି ସତ, ମାତ୍ର ପାଣି ଉଠାଇ ବାର ସୁଯୋଗ ସୃଷ୍ଟି କରାଯାଇ ପାରି ନାହିଁ । ସବୁଠାରୁ ବିଡମ୍ବନାର ବିଷୟ ପ୍ରତ୍ୟେକ ସପ୍ତାହର ଶୁକ୍ର ବାର ଓ ଶନିବାର ଦୁଇ ଦିନ ମାତ୍ର ଏଠାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦିଆଯାଇଥାଏ। ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଏଠାକୁ ଡାକ୍ତର ଆସନ୍ତି ନାହିଁ। ଡେପୁଟେସନ ଆଧାରରେ ଜଣେ ଆୟୁର୍ବେଦ ଡାକ୍ତର ସପ୍ତାହକୁ ଦୁଇ ଦିନ ଆସି ଥାଆନ୍ତି। ତେଣୁ ସର୍ବସାଧାରଣରେ ଚିକିତ୍ସା କେନ୍ଦ୍ର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି।

ନିୟମିତ ଭାବେ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ମିଳୁ ନ ଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ନୂଆ ଓ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ବିକାଶ ନାମରେ ଜିଲ୍ଲା ଖଣିଜ ପାଣ୍ଠି ରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଣଠେସା କରି ରଖାଯାଇ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯିବା ସହିତ ନିୟମିତ ଭାବେ ସ୍ବାସ୍ଥ୍ୟସେବା ମିଳିଲେ ସ୍ଥାନୀୟ ଅଞ୍ଚଳର ୨୫ରୁ ଉର୍ଦ୍ଧ ଗ୍ରାମବାସୀ ଉପକୃତ ହୋଇ ପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା  କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ଅବ୍ୟବସ୍ଥାରେ ଚାଲିଛି ଆୟୁର୍ବେଦିକ ଚିକିତ୍ସାଳୟ: ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର | Argus News