Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Key Points

  • ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
  • ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ହେବ ମିଳିତ MOU
  • ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା, ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ
  • ଦେଶରେ 27 ହଜାର ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଅର୍ଗସ ବ୍ୟୁରୋ : ଖୁବ୍ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏବେ ରାଜ୍ୟବାସୀ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ପାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଯୋଜନା ଆରମ୍ଭ ହେବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ମିଳିତ ଏମଓୟୁ ସ୍ବାକ୍ଷର ହେବ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରାଜ୍ୟର ସାଢେ଼ 3 କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ । କାର୍ଡଧାରୀ ଦେଶର 27 ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ପାଇପାରିବେ । 

ଅଧିକ ପଢନ୍ତୁ : ଶେଷ ହେଲା ଦେଶ ସୁରକ୍ଷାକୁ ନେଇ ୩ ଦିନିଆ ଡିଜି/ଆଇଜି ସମ୍ମିଳନୀ

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ବରିଷ୍ଠ ନାଗରିକଙ୍କ ଚିକିତ୍ସା ସୁବିଧା ପାଇଁ ବଡ଼ ବ୍ୟବସ୍ଥା କରିଛନ୍ତି ମୋଦି ସରକାର। ୭୦ ବର୍ଷରୁ ଅଧିକ ବୟସ୍କ ସବୁ ବର୍ଗର ଲୋକଙ୍କୁ ମିଳିବ ଆୟୁଷ୍ମାନ ଭୟ ବନ୍ଦନା କାର୍ଡ। ୨୫ ନଭେମ୍ବର ସୁଦ୍ଧା ୧୪ ଲକ୍ଷ କାର୍ଡ ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ଏହାର ବଣ୍ଟନ କରାଯିବ। 70 ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବାର୍ଷିକ 5 ଲକ୍ଷର ଚିକିତ୍ସା ସହାୟତା। ଦୀପାବଳି ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରି  ଦେଶବାସୀଙ୍କୁ ବଡ଼ ଭେଟି ଦେଇଥିଲେ ପିଏମ୍ ମୋଦି। କହିଥିଲେ 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଏବେ ପରିବାରର ଚିନ୍ତା ନୁହେଁ, ମୋଦିଙ୍କ ଦାୟିତ୍ବ। ଏଥିରେ ଓଡ଼ିଶାର ବି 1 କୋଟିରୁ ଅଧିକ ପରିବାର ଲାଭବାନ ହେବେ । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ସବୁଠାରୁ ବେଶୀ ଉପକୃତ ହେବେ ରାଜ୍ୟ ବାହାରେ ଦାଦନ ଖଟୁଥିବା ହଜାର ହଜାର ଓଡ଼ିଆ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayushman Bharat Yojana will be implemented in Odisha from this financial year | Argus News