Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଛୋଟ ବୟସରୁ ବଡ଼ କାମ କରି ପ୍ରଶଂସା ସାଉଣ୍ଟିଛନ୍ତି ଆୟୁଷ୍ମାନ

Odisha

ଛୋଟ ବୟସରୁ ବଡ଼ କାମ କରି ପ୍ରଶଂସା ସାଉଣ୍ଟିଛନ୍ତି ଆୟୁଷ୍ମାନ

Ritu Das
Browse all articles by Ritu Das
·2 years ago·2 min read
ଛୋଟ ବୟସରୁ ବଡ଼ କାମ କରି ପ୍ରଶଂସା ସାଉଣ୍ଟିଛନ୍ତି ଆୟୁଷ୍ମାନ

ଅର୍ଗସ ବ୍ୟୁରୋ: ବୟସ ସିନା କମ ହେଲେ କାମ ତାଙ୍କର  କମାଲ । ଛୋଟ ବୟସରୁ ବଡ଼ କାମ କରି ପ୍ରଶଂସା ସାଉଣ୍ଟିଛନ୍ତି କଳିଙ୍ଗ ନଗର ଡିଏଭି ପବ୍ଲିକ ସ୍କୁଲ୍କର ଏକାଦଶ ଶ୍ରେଣୀର ଛାତ୍ର ଆୟୁଷ୍ମାନ ସାହୁ । ଆୟୁଷ୍ମାନଙ୍କ ନୂଆ ଉଦ୍ଭାବନ ଯେତିକି ଶସ୍ତା ସେତିକି ପ୍ରଭାବୀ । ୧୫୦୦ ଟଙ୍କା ଖର୍ଚ୍ଚ କରି ସେ ତିଆରି କରିଛନ୍ତି ବୁଲା ଗାଈଗୋରୁ ଓ ଗୃହପାଳିତ ଜନ୍ତୁଙ୍କ ପାଇଁ ଅଭିନବ ଏକ ବେଲ୍ଟ । ପଶୁଙ୍କ ବେକରେ ଏହି ବେଲ୍ଟ ବାନ୍ଧି ଦିଆଗଲେ ତାହା ସେମାନଙ୍କ ପାଇଁ ସୁରକ୍ଷା କବଚ ପରି କାମ ଦେଉଛି। 
 ଅନ୍ଧାର ରାତିରେ ସେମାନଙ୍କ ବେକରେ ଥିବା ବେଲ୍ଟରେ ଜଳି ଉଠୁଛି ଏକ ଏଲଇଡି ଲାଇଟ । ଏହି ଲାଇଟ ଦେଖି ଗାଡି ଚାଳକ ସତର୍କ ହେଲେ ଟାଳି ହେବ ସଡକ ଦୁର୍ଘଟଣା ଓ ହ୍ରାସ ପାଇବ ଗାଈଗୋରୁ ଓ କୁକୁରଙ୍କ ମୃତ୍ୟୁ ସଂଖ୍ୟା । ତଥାପି ଯଦି ଦୁର୍ଘଟଣା ଘଟେ ତେବେ ବେଲ୍ଟରେ ଲାଗିଥିବା ଡିଭାଇସ ଦୁର୍ଘଟଣା ସ୍ଥଳୀର ସ୍ଥାନ ଓ ସୂଚନା ପୋଲିସ ,ଅଗ୍ନିଶମ ଓ ବିଭାଗୀୟ ହସ୍ପିଟାଲକୁ ତତ୍କାଳ ପଠାଇ ଦେବ । କେବଳ ଏତିକି ନୁହଁ ଯଦି ଏହି ବେଲ୍ଟ ଜୀବଜନ୍ତୁଙ୍କ ବେକରେ ଥିବ ତେବେ ଏଥିରୁ ତାର ପାଳକ ସବିଶେଷ ସ୍ୱାସ୍ଥ୍ୟ ସୂଚନା ପାଇବାରେ ସକ୍ଷମ ହୋଇପାରିବ ବୋଲି କହିଛନ୍ତି ଆୟୁଷ୍ମାନ । ଏଭଳି କାମରେ ପୁଅକୁ ସବୁ ପ୍ରକାର ସହଯୋଗ ଦିଆଯାଉଥିବା କହିଛନ୍ତି ତାଙ୍କର ପିତା ଡ଼କ୍ଟର ରଞ୍ଜନ କୁମାର ସାହୁ 

ଆୟୁଷ୍ମାନଙ୍କ ଆଉ ଏକ ଉଦ୍ଭାବନ ହେଉଛି ପାୱାର ପ୍ୟାଡଲ ପ୍ରୋ । ପାରମ୍ପରିକ ସାଇକେଲର ଉପକରଣ ଏକାଠି କରି ସେ ସାଇକେଲକୁ ଦେଇଛନ୍ତି ଭିନ୍ନ ଏକ ରୂପ । ଏହା ପାୱାର ଏବଂ ପେଡାଲ ଉଭୟ ଶକ୍ତିରେ ଗଡୁଛି । ବ୍ୟାଟେରୀ ସହିତ ମୋଟର ସଂଯୁକ୍ତ ହୋଇଥିବାରୁ ଘଣ୍ଟା ପ୍ରତି ୩୦/୪୦  କିଲୋମିଟର ବେଗ ଧରୁଛି । ଇ ସାଇକେଲ ଠାରୁ ଏହା ଯଥେଷ୍ଟ ଶସ୍ତା ଓ ପ୍ରଭାବୀ । ଗୋଟିଏ ଇ ସାଇକେଲର ବଜାର ଦାମ ୨୫ ହଜାର ଟଙ୍କାରୁ କମ ନ ଥିବା ବେଳେ ଆୟୁଷ୍ମାନ ଏହି ପାୱାର ସାଇକେଲକୁ ୭୫୦୦ ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି । ଦଶମ ଶ୍ରେଣୀ ପଢ଼ୁଥିବା ବେଳେ ତିଆରି ହୋଇଥିବା ଏହି ସାଇକେଲ ଆଜି ପର୍ଯ୍ୟନ୍ତ ଖରାପ ହୋଇ ନ ଥିବା ଆୟୁଷ୍ମାନ କହିଥିବା ବେଳେ ପୁଅର ଏଭଳି ନବ ସୃଜନରେ ଗୌରବ ଅନୁଭବ କରୁଥିବା କହିଛନ୍ତି  ତାଙ୍କର ମା ଓ ସ୍ଥାନୀୟବାସିନ୍ଦା 
ନିଜ ପାଇଁ ପାଠ ତ ସମସ୍ତେ ପଢ଼ନ୍ତି ହେଲେ ଆୟୁଷ୍ମାନଙ୍କ ପରି ଖୁବ କମ ବିଦ୍ୟାର୍ଥୀ ଅଛନ୍ତି ଯେଉଁମାନେ ଭଲ ପଢିବା ସହିତ ସମାଜ ପାଇଁ  ଅବଦାନ ଦେଇ ପାଲଟନ୍ତି ପ୍ରେରଣା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayushman has been | Argus News