ବର୍ଷେ ସମୟ ନଷ୍ଟ ହେଲା, ତାହା ପାଇଁ ଦାୟୀ କିଏ ?

ରାୟଗଡା: ଦୁଇ ମିନିଟ୍ ପାଇଁ ପରୀକ୍ଷାରୁ ବଞ୍ଚିତ । ମାତ୍ର ଦୁଇ ମିନିଟ୍ ବିଳମ୍ବରେ ପହଞ୍ଚିବାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ମିଳିଲା ନାହିଁ ଅନୁମତି । ନିର୍ଦ୍ଧାରିତ ସମୟର ଦୁଇ ମିନିଟ୍ ଡେରିରେ ପହଞ୍ଚିବାରୁ ପରୀକ୍ଷା ହଲ୍ ରେ ପ୍ରବେଶ ଅନୁମତି ମିଳିଲାନି । ଆଜି BED ପରୀକ୍ଷା ରାୟଗଡ଼ା ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ବୈଷୟିକ ଅନୁଷ୍ଠାନ (ugmiti) ରେ ପରୀକ୍ଷା କେନ୍ଦ୍ରରେ ୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ଏନେଇ ଅତିରିକ୍ତ ଜିଲ୍ଲାପାଳ ଲଳିତ ମଣ୍ଡଳ କହିଛନ୍ତି କି ଆଗରୁ ହିଁ ପରୀକ୍ଷାର୍ଥୀମାନଙ୍କୁ ଗାଇଡ଼ ଲାଇନ ଜଣାଇ ଦିଆଯାଇଛି । ତେଣୁ ବିଳମ୍ବରେ ଆସିଲେ ପରୀକ୍ଷା ନୀୟମ ଅନୁସାରେ ଭିତରକୁ ପ୍ରଵେଶ ଅନୁମତି ମିଳିବନି । କିଛି ପରିକ୍ଷାର୍ଥୀ ବିଳମ୍ବରେ ଆସିଥିଲେ ଏବଂ ଯଦି ଯେଉଁ ଅନୁଷ୍ଠାନରେ ପରୀକ୍ଷା ଚାଲୁଛି ସେମାନଙ୍କର ଅନୁମତି ରହିଲେ ପିଲା ଅଳ୍ପ ବିଳମ୍ବ ହେଲେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷାରେ ଯୋଗ ଦେଇ ପାରିବେ । ତାହା ସେମାନଙ୍କ ଉପରେ ନିର୍ଭର କରିବ ।
ତେଣୁ ଆଜି ଯେଉଁମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ, ସେମାନଙ୍କର ବର୍ଷେ ସମୟ ନଷ୍ଟ ହେଲା । ତାହା ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ । ଏହାସହ କିଛି ପରୀକ୍ଷାର୍ଥୀ କୋର୍ଟ ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ନେଇ କହିଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...