ଭକ୍ତଙ୍କ ଭକ୍ତି ଆଉ ଆବେଗରେ ବନ୍ଧାପଡିଛନ୍ତି ବାବା ବାଲି କପିଳେଶ୍ବର

ଅର୍ଗସ ବ୍ୟୁରୋ: ଜୀବନ୍ତ ଠାକୁର ପ୍ରଭୁ ବାଲିକପିଳେଶ୍ବର। ଭକ୍ତଙ୍କ ଭକ୍ତି ଆଉ ଆବେଗରେ ବନ୍ଧାପଡିଛନ୍ତି ବାବା ବାଲି କପିଳେଶ୍ବର। ଡାକିଲେ ଓ କରନ୍ତି ଏହି ଠାକୁର। ଆସନ୍ତୁ ଜାଣିବା ବାଲିକପିଳେଶ୍ବର ମନ୍ଦିର କିମ୍ବଦନ୍ତୀ ଆଉ ମହିମା ସମ୍ପର୍କରେ।
ବାଲି ବୋଳିଦେଲେ ଦୂର ହେଉଛି ଦୂରାରୋଗ୍ୟ। ନିଃସନ୍ତାନ ଏଠିକୁ ଆସିଲେ ହୁଏ ସନ୍ତାନପ୍ରାପ୍ତ। ଡାକ୍ତରଖାନାରୁ ଫେରି ଏଠି ବାଲି ମୁଠାଏରେ ସୁସ୍ଥ ହୁଅନ୍ତି ରୋଗୀ। ଅନ୍ଧବିଶ୍ବାସକୁ ପୋତ୍ସାହନ ଦେବାର ଆମର ଉଦ୍ଦେଶ୍ୟ ନୂହେଁ କିନ୍ତୁ ଅଙ୍ଗେ ନିଭାଇଥିବା ବ୍ୟକ୍ତି ଏମିକି କିଛି କହିଛନ୍ତି। ବ୍ରହ୍ମଗିରିର ବାଲିକପିଳେଶ୍ବର ମନ୍ଦିରରେ ଲଗିଛି ଭକ୍ତଙ୍କ ଭିଡ। ଦାମୋଦରପୁର ଗ୍ରାମ ମୁଣ୍ଡ ଛତାପୋଖରୀ ଠାରେ ଆର୍ବିଭାବ ହୋଇଛନ୍ତି ପ୍ରଭୁ ବାଲିକପିଳେଶ୍ବର। ପ୍ରଭୁଙ୍କ ଆବିର୍ଭାବ ଯେତିକି ରହସ୍ୟମୟ ପ୍ରଭୁଙ୍କ କରୁଣା ତା ଠାରୁ ଅଧିକ। ବିଶ୍ବାସର ଠାକୁର ପ୍ରଭୁ ବାଲିକପିଳେଶ୍ବର। ଶୁଣନ୍ତୁ କଣ କହୁଛନ୍ତି ପ୍ରଭୁଙ୍କ ପୂଜକ ଏବଂ ଭକ୍ତ।
୧୯୮୨ ମସିହାରେ ଜଣେ ସାଧୁ ମହାତ୍ମା ହାତରେ ଛତା,ବାନା ସହ ଗୋଟିଏ ନାଗ ମୂର୍ତ୍ତି ଧରି ଭିକ୍ଷା ବୃତ୍ତି କରୁଥିଲେ। ଦିନେ ସାଧୁ ଜଣଙ୍କ ଝାଞ୍ଜି ଖରାର ରୋଦ୍ରତାପ ସହି ନପାରି ଦାମୋଦରପୁର ନିକଟରେ ଥିବା ଏହି ପୁଷ୍କରଣୀ ନିକଟ ଅଶ୍ବତଥ ଏବଂବରବୃକ୍ଷ ମୂଳରେ ଛତା ଏବଂ ବାନା ପୋତି ବିଶ୍ରାମ ନେଉଥିବା ଲୋକେ ଦେଖିଥିଲେ। କିନ୍ତୁ କିଛିସମୟ ପରେ ସେହି ସାଧୁ ଜଣକ ହଠାତ୍ କେଉଁଆଡେ ଉଭାନ ହୋଇଯାଇଥିଲେ। ଏହାପରେ ଦାମୋଦରପୁର ଗ୍ରାମର ଅନେକ ବ୍ୟକ୍ତିଙ୍କୁ ଏହି ଘଟଣା ସ୍ବପ୍ନାଦେଶ ହୋଇଥିଲା। ସେବେଠାରୁ ଏହି ସ୍ଥାନାର ନାମ ଛତାପୋଖରୀ ଭାବରେ ନାମିତ ହୋଇଥିବା ବେଳେ ଗ୍ରାମବାସୀ ପୂଜାର୍ଚ୍ଚନା କରିଥିଲେ। ବିଶ୍ବର ଶାନ୍ତି ପାଇଁ ୧୯୯୯ ମସିହା ଠାରୁ ଏହି ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ଚାଲିଛି। ମକର ସଂକ୍ରାନ୍ତିର ପୂର୍ବର ୭ଦିନ ଠାରୁ ମହାଯଜ୍ଞ ଚାଲିଥିବା ବେଳେ ମକର ସଂକ୍ରାନ୍ତି ଦିନ ପୂର୍ଣ୍ଣାହୁତି ଦିଆଯାଇଛି। ପ୍ରଭୁଙ୍କ ଦ୍ବାରକୁ ନିଃସନ୍ତାନ ଶରଣ ଗଲେ ସନ୍ତାନପ୍ରାପ୍ତ ହୋଇଥାଏ। ମାନସିକ ପୂରଣ ହେଲେ ଘୃତଭାର ଧରି ସନ୍ତାନ ମାନେ ପହଞ୍ଚନ୍ତି ଏହି ମନ୍ଦିରରେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର