ଉପାସରେ ବାବା ଚନ୍ଦ୍ରଶେଖର: ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ
·2 years ago·1 min read

ଅର୍ଗସ ବ୍ୟୁରୋ: ଉପାସରେ ବାବା ଚନ୍ଦ୍ରଶେଖର। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଦୁଇ ଦିନ ହେବ ଉପାସରେ ଅଛନ୍ତି ଠାକୁର। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ରୋଷଘରେ ଝୁଲୁଛି ତାଲା। ଠାକୁରଙ୍କ ସେବା ପାଇଁ ଆବଶ୍ୟକ ଅନୁଯାୟୀ ସୁଆର ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଖବର ରହିଛି।
ଗତକାଲି ମଧ୍ୟ ବିଳମ୍ବରେ ହୋଇଥିଲା ପ୍ରଭୁଙ୍କ ନୀତିକାନ୍ତି। ତେବେ ନୀତିକାନ୍ତି ବିଳମ୍ବ ନେଇ ଶିବ ଭକ୍ତ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଦେବୋତ୍ତର ବିଭାଗ ଘଟଣାକୁ ସ୍ୱୀକାର କରିଛି। ସୁଆରମାନଙ୍କ ଶରୀର ଅସୁସ୍ଥତା ପାଇଁ ସମସ୍ୟା ଉପୁଜିଛି ଓ ସମାଧାନ କରାଯାଇଛି ବୋଲି କହିଛନ୍ତି ଦେବୋତ୍ତର ଇନ୍ସପେକ୍ଟର।
ଆଗକୁ ଶ୍ରାବଣ ମାସ ଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ କପିଳାସରେ। ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠରେ ପ୍ରଭୁଙ୍କ ନୀତିକାନ୍ତିରେ ଏଭଳି ବିଳମ୍ବ ହେଉଥିବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: