Videos
|
Odisha

ମୁଳରୁ ସୁବିଧା ପାଇନାହାନ୍ତି, ଆମ ପଞ୍ଚାୟତ ବିକାଶ ବହିରେ ବାହାରିଲା ଫଟୋ

Smruti Parija
Browse all articles by Smruti Parija
·2 years ago·1 min read
ମୁଳରୁ ସୁବିଧା ପାଇନାହାନ୍ତି, ଆମ ପଞ୍ଚାୟତ ବିକାଶ ବହିରେ ବାହାରିଲା ଫଟୋ

ବାଲେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁ ରେ ମିଛ ପ୍ରଚାର କରୁଛନ୍ତି ବିଜେଡି ସରକାର । ଯାହାର ପୋଲ୍ ଖୋଲିଛନ୍ତି ଜଣେ ମହିଳା ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ କୌଣସି ସୁବିଧା ପାଇନଥିବା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ବବିତା ଦାସଙ୍କ ଫଟୋକୁ ବିଷ୍ଣୁପୁର ପଂଚାୟତର ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇ ବଣ୍ଟା ଯାଇଛି । ପୁଣି ଏହି ବହିରେ ବବିତା ଦାସ ନାମକ ମହିଳା ଜଣକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସମ ହସ୍ପିଟାଲରେ ଷ୍ଟୋନ ଅପରେସନ ହୋଇଥିବା ନେଇ ବିଜେଡିର ମିଛ ପ୍ରଚାରକୁ ନେଇ ବବିତା ଦାସ ବିରୋଧ କରିଛନ୍ତି । 
ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ମହିଳାଙ୍କ ନାମରେ ମିଛ ଫଟୋ ପ୍ରଚାର ପରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ମହିଳାଙ୍କ ସ୍ୱାମୀଙ୍କ କହିବା କଥା ମୋ ସ୍ତ୍ରୀର ଅପରେସନ ହେଲା ମୁଁ କେମିତି ଜାଣିପାରିଲିନି ନାହିଁ । ରାଜ୍ୟ ସରକାର ମିଛ ପ୍ରଚାର କରି ମୋ ସ୍ତ୍ରୀ ଏବଂ ଆମ ପରିବାରର ସମ୍ମାନ ହାନି କରିଛନ୍ତି । 

 

କିଛି ଦିନ ପୂର୍ବରୁ  ପଂଚାୟତର ପିଇଓ ଲଷ୍ମୀପ୍ରିୟା ପଣ୍ଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛ କି ନାହିଁ  କହି ଫୋଟ ଦେବା ପାଇଁ କହିଥିଲେ । କିନ୍ତୁ ଏବେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ସରକାର ମିଛ ପ୍ରଚାର କରି ବବିତା ଦାସ ସମ ହସ୍ପିଟାଲରେ ପୀତକୋଷରେ ଷ୍ଟୋନ ଅପରେସନ ହୋଇ ସ୍ୱାସ୍ଥ୍ୟ ସେବା ପାଇଥିବା ପଂଚାୟତରେ ବହି ମାଧ୍ୟମ ବଣ୍ଟା ଯାଉଛି ।
ଏହାକୁ ନେଇ ବିଜେପି ଜୋନାଲ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭଦ୍ରା ପାଢ଼ୀ  ବିଜେଡିର ମିଛ ପ୍ରଚାରକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ବିଜେଡି ସରକାର ଘରେ ଘରେ ଆସନ୍ତି ତିଆରି କରିବା ପାଇଁ ଯୋଜନା କରିଥିବା କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...