Videos
|
Odisha

Unique Baby Name / ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର, ନାଁ ରଖିଲେ ‘ଅର୍ଣ୍ଣବ’

Bikash Mohanty
Browse all articles by Bikash Mohanty
·22 mins ago·2 min read
ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର, ନାଁ ରଖିଲେ ‘ଅର୍ଣ୍ଣବ’
Arnab

Key Points

'ଅର୍ଣ୍ଣବ' ବାତ୍ୟା ବେଳେ ଜନ୍ମ ନେଲା ଶିଶୁପୁତ୍ର
ନାଁ ରଖିଲେ 'ଅର୍ଣ୍ଣବ'
ଆନ୍ଧ୍ରରୁ ଆସି ଓଡ଼ିଶାରେ ପ୍ରସବ
ଆନ୍ଧ୍ରପ୍ରଦେଶର ଏମ. ସୁନିତା କଲେ ପ୍ରସବ
ବ୍ରହ୍ବପୁର,୩୦/୧୦: ବାତ୍ୟା ଆସିଲା, ରାସ୍ତା ବନ୍ଦ ହେଲା, ଚାରିଆଡ଼େ ବର୍ଷା ଓ ପବନର ତାଣ୍ଡବ। ଏଭଳି ଅସ୍ୱାଭାବିକ ପରିସ୍ଥିତି ମଧ୍ୟରେ ଜନ୍ମ ନେଲା ଏକ ନୂଆ ଜୀବନ। ଆଉ ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ଶିଶୁପୁତ୍ରର ନାଁ ରଖିଲେ ‘ଅର୍ଣ୍ଣବ’। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶରୁ ଆସି ଓଡ଼ିଶାର ପାତ୍ରପୁରରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ସୋମପେଟା ନିକଟସ୍ଥ ପୋଲେରୁ ଗ୍ରାମର ଏମ. ସନ୍ତୋଷଙ୍କ ପତ୍ନୀ ଏମ. ସୁନିତା ଗୁରୁବାର ସକାଳେ ପ୍ରବଳ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପାତ୍ରପୁର ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରିଥିଲେ। କିନ୍ତୁ ସେତେବେଳେ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଚିକିଟି ଏବଂ ଇଚ୍ଛାପୁର ଉଭୟ ପଟୁ ବ୍ରହ୍ମପୁର ଯିବା ରାସ୍ତା ବନ୍ଦ ରହିଥିଲା। ଫଳରେ ପରିବାର ଲୋକଙ୍କ ପାଇଁ ତାଙ୍କୁ ବଡ଼ ମେଡିକାଲ ନେବା ସମ୍ଭବ ହୋଇନଥିଲା। ଏଭଳି ସମୟରେ ପରିବାର ଲୋକେ ସୁନିତାଙ୍କୁ ପାତ୍ରପୁରସ୍ଥିତ ସତ୍ୟସାଇ ନର୍ସିଂ ହୋମକୁ ନେଇଥିଲେ।

ପଢନ୍ତୁ ଏହି ଖବର: ଦୀପାବଳି ପୂର୍ବରୁ ବିଭିନ୍ନ ମିଠା ଦୋକାନରେ ଚଢାଉ, ମିଠା ଉପରେ ବୁଲୁଥିଲେ ମୂଷା, ପନିରରେ ମିଶିଥିଲା ଷ୍ଟାର୍ଚ୍ଚ!

ଅପରେସନ ପରେ ଜନ୍ମ ହେଲା ଶିଶୁପୁତ୍ର

ସତ୍ୟସାଇ ନର୍ସିଂ ହୋମରେ ଡାକ୍ତର ବି. ରମେଶ ଚନ୍ଦ୍ର ଏବଂ ତାଙ୍କ ଟିମ୍ ଚିକିତ୍ସା ଆରମ୍ଭ କରିଥିଲେ। ଅପରେସନ ମାଧ୍ୟମରେ ସୁନିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଖୁସିର କଥା ହେଉଛି, ଉଭୟ ମାଆ ଓ ନବଜାତ ଶିଶୁ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ଏହି ସଙ୍କଟ ସମୟରେ ସଫଳତାର ସହ ପ୍ରସବ କରାଇଥିବାରୁ ପରିବାର ଲୋକେ ଡାକ୍ତର ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ନାଁରେ ଶିଶୁର ନାଁ ‘ଅର୍ଣ୍ଣବ’

ଏହି ଘଟଣାର ସବୁଠାରୁ ରୋଚକ ଦିଗ ହେଉଛି ନବଜାତ ଶିଶୁର ନାମକରଣ। ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ପରିବାର ଲୋକେ ତା'ର ନାଁ  ‘ଅର୍ଣ୍ଣବ’  ରଖିଛନ୍ତି। ଏହି ନାଁ ତାଙ୍କ ଜୀବନର ଏକ ବିଶେଷ ଘଟଣାକୁ ସବୁଦିନ ପାଇଁ ମନେ ପକାଇଦେବ। ଉଲ୍ଲେଖଯୋଗ୍ୟ, ଶିଶୁପୁତ୍ରକୁ ଜନ୍ମ ଦେଇଥିବା ସୁନିତାଙ୍କ ଘର ପାତ୍ରପୁର ବ୍ଲକ ଆମ୍ବଗାଁରେ। ତାଙ୍କ ବିବାହ ଆନ୍ଧ୍ରପ୍ରଦେଶରେ ହୋଇଥିବାରୁ ସେ ସେଠାରେ ରହୁଥିଲେ। ବାତ୍ୟା ଯୋଗୁଁ ରାସ୍ତା ବନ୍ଦ ଓ ଯାତାୟାତ ବାଧାପ୍ରାପ୍ତ ହେବା ସତ୍ତ୍ୱେ ପାତ୍ରପୁରରେ ତାଙ୍କର ସୁରକ୍ଷିତ ପ୍ରସବ ହୋଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।ବାତ୍ୟାର ଭୟ ଭିତରେ ପରିବାରକୁ ମିଳିଛି ଖୁସିର ଉପହାର। ନବଜାତ ଶିଶୁର ନାଁ ‘ଅର୍ଣ୍ଣବ’ ଏବେ ଏହି ଘଟଣାକୁ ଆହୁରି ସ୍ମରଣୀୟ କରିଦେଇଛି।