ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଆଜି ଭୋର ଚାରିଟା ସମୟରେ ନାକିଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲରୁ ଗୋଟେ ମାଈ ହାତୀଟି ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି।
ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂଙ୍କ ସୂଚନା ମୁତାବକ ମାଈ ହାତୀଟିର ବୟସ ଛଅରୁ ସାତ ବର୍ଷ ଥିବାବେଳେ ଆଜି ଭୋର ଚାରିଟାରୁ ପାଞ୍ଚଟା ସମୟରେ ବିଦ୍ୟୁତ ତାରରେ ଝଟକା ଖାଇ ଜଣକ ବାଡ଼ିରେ ହାତୀଟି ମରି ପଡିଥିଲା। ତେବେ ଘଟଣାସ୍ଥଳରେ ବର୍ତ୍ତମାନ ଫରେଷ୍ଟର ଅଶୋକ ମାଝି ଏବଂ ରେଞ୍ଜର ଘନଶ୍ୟାମ ସିଂ ଥିବାବେଳେ ଜିଲ୍ଲା ବନ ଅଧିକାରୀ ଏ ଉମା ମହେଶ ଏବଂ ଏସସିଏଫ ରବିନାରାୟଣ ମହାନ୍ତି ଘଟଣାସ୍ଥଳକୁ ଆସୁଥିବାର ଶ୍ରୀ ସିଂ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: