Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ହାତୀ ଟ୍ରେନିଂ କ୍ୟାମ୍ପରେ ଛୁଆ ହାତୀ ମାମାର ମୃତ୍ୟୁ

Odisha

 ହାତୀ ଟ୍ରେନିଂ କ୍ୟାମ୍ପରେ ଛୁଆ ହାତୀ ମାମାର ମୃତ୍ୟୁ

Manini Pattanayak
Browse all articles by Manini Pattanayak
·1 year ago
 ହାତୀ ଟ୍ରେନିଂ କ୍ୟାମ୍ପରେ ଛୁଆ ହାତୀ ମାମାର ମୃତ୍ୟୁ

ଭୁବନେଶ୍ୱର:  ହାତୀ ଟ୍ରେନିଂ କ୍ୟାମ୍ପରେ ଛୁଆ ହାତୀ ମାମାର ମୃତ୍ୟୁ। ଚନ୍ଦକାର କୁମାର ଖୁଣ୍ଟିରେ କୁମକି ତାଲିମ ନେଉଥିଲା ହାତୀ ମାମା। ଚନ୍ଦକା-ଗୋଡିବାରିରେ କୁମକୀ ଟ୍ରେନିଂ ନେଉଥିଲେ 5 ହାତୀ।

ମାମା ସବୁଠାରୁ ସାନ। ମାମାର ବୟସ ପାଖାପାଖି ସାଢ଼େ 7 ବର୍ଷ ହେବ। ହର୍ପିଜ ରୋଗରେ ଆକ୍ରାନ୍ତ ହୋଇ ମାମାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥାଏ ବୋଲି କହିଛନ୍ତି ପିସିସିଏଫ। ଆଜି ମୃତ ଛୁଆ ହାତୀର ହେବ ପୋଷ୍ଟମର୍ଟମ। ପୋଷ୍ଟମର୍ଟମ ପରେ ଜଣାପଡିବ ବିସ୍ତୃତ କାରଣ। ବନ ବିଭାଗ, ଓୟୁଏଟି ଓ ଡାକ୍ତର ଟିମ ମିଳିତ ଭାବେ କରୁଛନ୍ତି ତଦନ୍ତ। ମାମା ହାତୀର ମୃତ୍ୟୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Baby elephant mother dies in elephant training camp | Argus News