Videos
|
Odisha

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଅର୍ଗସ ବ୍ୟୁରୋ: ପୋଖରୀରେ ବୁଡି ଶିଶୁକନ୍ୟା ମୃତ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦରଖୋଳା ଗ୍ରାମରେ । ଗ୍ରାମର ସନା ହୋଙ୍କ ୭ ବର୍ଷର ଶିଶୁ କନ୍ୟା ମିଞ୍ଜାଇ ହୋ ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତା ବସତଃ ପୋଖରୀରେ ବୁଡ଼ି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ଦମକଳ ବାହିନୀ ସହାୟତାରେ ଉଦ୍ଧାର କରିଥିଲେ। ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଣିବାରରେ ଦୁଃଖର ଛାଇ ଖେଳିଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Baby girl drowned in the pond | Argus News