Videos
|
Odisha

ପାଣିରେ ବୁଡ଼ି ଶିଶୁକନ୍ୟା ମୃତ

Ritu Das
Browse all articles by Ritu Das
·2 years ago
ପାଣିରେ ବୁଡ଼ି ଶିଶୁକନ୍ୟା ମୃତ

ଅର୍ଗସ ବ୍ୟୁରୋ: ପାଣିରେ ବୁଡି ଶିଶୁ କନ୍ୟା ମୃତ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡିର ଚିଙ୍ଗୁଡ଼ିପୋଖରୀ ଗ୍ରାମରେ। 

ସୂଚନା ଅନୁସାରେ ଚିଙ୍ଗୁଡ଼ିପୋଖରି ଗ୍ରାମର ରବିନ୍ଦ୍ର ମହାନ୍ତଙ୍କ କୁନି ଝିଅ ଅନୁପମା ମହାନ୍ତ ୧ମାସର ତା ଭାଇ ସହିତ ଘର ଅଗଣାରେ ଖେଳୁଥିଲା। ତାଙ୍କ ମା ଛେଳିକୁ ଆଣିବାକୁ ଯାଇଥିଲେ। ଘରକୁ ଆସି ଦେଖିବାରୁ ଘର ଅଗଣା ପାଖରେ ଥିବା ଗାଡିଆ ଭିତରେ ଝିଅ ଭାସୁଛି। ଏହାପରେ ସେମାନେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘଷଣା କରିଥିଲେ। ଏନେଇ ହାଟବାଦଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Baby girl drowned | Argus News