ଗ୍ରାମବାସୀଙ୍କ ବିରୋଧ ପରେ ମୁଣ୍ଡ ନୁଆଁଇଲା ପ୍ରଶାସନ
·2 years ago·1 min read

ଭୁବନେଶ୍ୱର: ଗ୍ରାମବାସୀଙ୍କ ବିରୋଧ ପରେ ମୁଣ୍ଡ ନୁଆଁଇଲା ପ୍ରଶାସନ । ଭଙ୍ଗାଗଲା ପାତ୍ରପଡ଼ା ବସ୍ ଡିପୋର ପଛ ପାଚେରୀ । ସ୍ଥାନୀୟ ବାସିନ୍ଦାଙ୍କ ୨ ଘଣ୍ଟାର ଆନ୍ଦୋଳନ ପରେ ପଦକ୍ଷେପ ନେଇଛି ମୋ ବସ୍ କର୍ତ୍ତୃପକ୍ଷ । ଡ୍ରାଇଭରଙ୍କ ମନମାନୀ ଗାଡ଼ି ଚଳନା ଯୋଗୁ ଘଟୁଥିଲା ଦୁର୍ଘଟଣା । ସକାଳୁ ପାତ୍ରପଡା ରୁଟ୍ ଦେଇ କୌଣସି ଵସ ଚାଲିନାହିଁ । ମୋ ବସ ଡିପୋ ସାମ୍ନାରେ ପାତ୍ରପଡା ନୋଡାଲ ହାଇସ୍କୁଲ ରହିଛି । ପ୍ରତିଦିନ ମୋ ବସ ଡ୍ରାଇଭରମାନେ ମନମାନି କରି ଗାଡି ଚଳାଉଛନ୍ତି ।
ପ୍ରତିଦିନ ପିଲାଙ୍କ ଆକ୍ସିଡେଣ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏମିତିକି ଗାଈ ଗୋରୁ ମଧ୍ୟ ଆକ୍ସିଡେଣ୍ଟରେ ମରୁଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମୋ ବସ କର୍ତ୍ତୃପକ୍ଷ କୌଣସି ଆକ୍ସନ ନନେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ, ସ୍କୁଲ ଛାତ୍ର ଛାତ୍ରୀ ରାସ୍ତା ରୋକ କରିଥିଲେ । ଗ୍ରାମବାସୀଙ୍କୁ ସମର୍ଥନ କରିଛନ୍ତି ବିଧାୟକ ସୁର ରାଉତରାୟ ।
ଓଡିଶା ଖବର ଆହୁରି ପଢନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: