Videos
|
Odisha

ବେହାଲ୍ ରାସ୍ତା ଅବସ୍ଥା, ଯୁଆଡ଼େ ଦେଖିବେ ବଡ଼ ବଡ଼ ଖାଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବେହାଲ୍ ରାସ୍ତା ଅବସ୍ଥା, ଯୁଆଡ଼େ ଦେଖିବେ ବଡ଼ ବଡ଼ ଖାଲ

ଅର୍ଗସ ବ୍ୟୁରୋ:  ଖାଲ ଖମାରେ ଭର୍ତ୍ତି ରାସ୍ତା, ଯୁଆଡ଼େ ଦେଖିବେ ବଡ଼ ବଡ଼ ଖାଲ। ଅବସ୍ଥ ଏମିତି ଟିକେ ଅସାବଧନ ହେଲେ ଖସି ପଡିବା ସୁନିଶ୍ଚିତ। ଗ୍ରାମାଞ୍ଚଳରେ ଲୋକଙ୍କୁ ମୌଳିକ ସୁବିଧା  ଯୋଗାଇ ପାରିଲା ନାହିଁ ପଚିଶ ବର୍ଷର ବିଜେଡି ସରକାର । ଥରେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ଚିତ୍ରକୁ । ଏ ହେଉଛି ନୂଆପଡ଼ା କୋଟେନଚୁଆଁ ପଞ୍ଚାୟତର ସୁନାରିଟାଲ୍ ରୁ ଖଜୁରୀ ବାହାଲର ରାସ୍ତା। ଅସରାଏ ବର୍ଷାରେ ରାସ୍ତାର ହାଲ୍ ବେହାଲ୍। ଅବସ୍ଥା ଏମିତି ଚାଲିକି ଯିବା ବି ମୁସ୍କିଲ। ଗାଡିରେ ଗଲେ ପ୍ରତି ପାଦେ ପାଦେ ରହିଛି ବିପଦ। କେତେବେଳେ ଯେ ମାଟି ଭିତରେ ଚକ ଖସି ପସିଯିବ କହିବା ମୁସ୍କିଲ୍।

ନୂଆପଡ଼ା ସଦର ବ୍ଲକ ଖଜୁରୀ ବାହାଲ୍ ରୁ ସୁନାରି ଟାଲ୍ ର ରାସ୍ତା ଅବସ୍ଥା ଏବେ ଅତି ଶୋଚନୀୟ । ମାତ୍ର ଅନ୍ୟବାଟ ନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଏହି ବାଟ ଦେଇ ଲୋକ ଯିବାଆସିବା କରୁଛନ୍ତି। ସେପଟେ ଖୁବ ଶିଘ୍ର ରାସ୍ତା ସମସ୍ୟାର ସମାଧାନ ହେବ ବୋଲି ସ୍ଥାନୀୟ ପ୍ରଶାସନ ପ୍ରତିଶୃତି ଦେଇଛି। ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ କରିବାରେ ପ୍ରଶାସନ ଫେଲ୍ ମାରିଛି। ୨୫ ବର୍ଷର ବିଜେଡି ସରକାରରେ ଫେଲ୍ ମାରିଛି ସ ବୁ ଗାଁକୁ ପକ୍କାରାସ୍ତା ନାରା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bad road conditions, big potholes everywhere | Argus News