Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦୟନୀୟ ସ୍ଥିତି 

Odisha

ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦୟନୀୟ ସ୍ଥିତି 

Manini Pattanayak
Browse all articles by Manini Pattanayak
·1 year ago·1 min read
ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦୟନୀୟ ସ୍ଥିତି 

ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦୟନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠି ଗମନାଗମନ ପାଇଁ ରାସ୍ତା ନାହିଁ ତ କେଉଁଠି ଏ ଯାଏଁ ପହଂଚି ପାରିନି ବିଜୁଳି ଆଲୁଅ l ଶିକ୍ଷା, ସ୍ୱାସ୍ଥ୍ୟ, ମୋବାଇଲ ସେବା ଆଜିବି ଅପହଞ୍ଚ ହୋଇରହିଛି ଜିଲ୍ଲାର ଏହି ଆଦିବାସୀ ଗାଁ ମାନଙ୍କରେ l  ବିକାଶର ପାଦ ନୟାଗଡ଼ ଜିଲ୍ଲାର ୧୬୭୨ଟି ଗାଁରେ ପଡିନି l

କେଉଁଠି ଗମନାଗମନ ପାଇଁ ରାସ୍ତା ନାହିଁ ତ କେଉଁଠି ଏଯାଏଁ ପହଞ୍ଚି ପାରିନି ବିଜୁଳି l ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ଓ ମୋବାଇଲ ସେବା ଆଜିବି ଅପହଞ୍ଚ ହୋଇ ରହିଛି ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ l ୨୪ ବର୍ଷର ବିଜେଡି ସରକାରର ଅପାରଗତା ପାଇଁ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଜିଲ୍ଲାର ହଜାର ହଜାର ଆଦିବାସୀ ପରିବାର। ଜିଲ୍ଲାର ୨୨୯ଟି ଗାଁରେ ଏଯାଏଁ ବିଜୁଳି ଆଲୁଅ ପହଞ୍ଚିନଥିବା ବେଳେ  ୧୦୯ଟି ଗାଁରେ ରାସ୍ତା ଓ ୨୪୭ଟି ଗାଁରେ ନାହିଁ ମୋବାଇଲ ଟାଓ୍ବାର। ଜିଲ୍ଲାର ମୋଟ ୮ଟି ବ୍ଲକ ମଧ୍ୟରୁ ଆଦିବାସୀ ବହୁଳ ଦଶପଲ୍ଲା, ଗଣିଆ, ନୂଆଗାଁ, ରଣପୁର ଓ ଭାପୁର ବ୍ଲକରେ ସର୍ବାଧିକ ଆଦିବାସୀ ଗାଁରେ ମୌଳିକ ସୁବିଧା ଅପହଞ୍ଚ। ଗଣିଆ ଓ ଦଶପଲ୍ଲା ବ୍ଲକର ପାଖାପାଖି 800 ଗାଁରେ ଲୋକ ଯାତାୟାତ ପାଇଁ ଖୁବ ଅସୁବିଧା ଭୋଗୁଥିବା ବେଳେ ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ଅଧିକାଂଶ ଆଦିବାସୀ ଗାଁରେ ମୋବାଇଲ ନେଟୱାର୍କ ନାହିଁ। 

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bad situation in tribal villages in Nayagarh district | Argus News