Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ଼ଚଣା ବିଜେଡ଼ିରେ କଳି, ବିଜେଡ଼କୁ ବିରୋଧ କରୁଛି ବିଜେଡ଼ି

Jitendra Dash
Browse all articles by Jitendra Dash
·2 years ago·2 min read
ବଡ଼ଚଣା ବିଜେଡ଼ିରେ କଳି, ବିଜେଡ଼କୁ ବିରୋଧ କରୁଛି ବିଜେଡ଼ି

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନକୁ ଆଉ କିଛି ମାସ ରହିଲା । ଆରି ଭିତରେ ବିଜେଡ଼ିରେ ଦାନା ବାନ୍ଧିଲାଣି ଅସନ୍ତୋଷ । କିଏ ଟିକେଟ୍ ପାଇବ କାହା ଟିକେଟ୍ କଟିବ ଯାହାକୁ ନେଇ ବିଜେଡ଼ି ଦେଖାଦେଲାଣି ବିବାଦ । ଏବି ବିବାଦରେ ଏବେ ଛନ୍ଦି ହେଲେଣି ଯାଜପୁର ଜଲ୍ଲା ବଡ଼ଚଣାର ଦୁଇ ପାୱାର ଫୁଲ ବିଜେଡ଼ ନେତାଙ୍କ ମଧ୍ୟରେ । କିଏ ୨୪ ନିର୍ବାଟନ ପାଇଁ ଟିକେଟ୍ ହାତେଇବ ଚାଲିଲାଣି ଗୋଡ଼ା ଟଣାଟଣି । 

ବଡ଼ଟଣାର ବିଧାୟକ ପାର୍ଥୀ ଟିକେଟ ପାଇଁ ଏବେ ଟଣାଓଟରା ଲାଗିଲେଣି ବିଜେଡ଼ିର ଦୁଇ ନେତା । ଗୋଟିଏ ପଟେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଜନ୍ମେଜୟ ଲେଙ୍କା ଟିକଟ୍ ପାଇଁ ରଣନୀତି ପ୍ରସ୍ତୁତି କରୁଥିବା ବେଳେ । ସେପଟେ ପୁଣି ଥରେ ଟିକେଟ ଆଶାରେ ଅଛନ୍ତି ବଡ଼ଚଣାର ବିଧାୟକ ଅମର ଶତପଥୀ । କିଏ ଟିକେଟ ପାଇବ ତାକୁ ନେଇ ଚାଲିଛି ଅଙ୍କକଶା ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳ ମିଶିଥିଲେ ବିଧାୟକ ପାର୍ଥି ଜନ୍ମେଜୟ ଲେଙ୍କା । ମିଶିବା ସହ ବଡ଼ଚଣା ବିଜେଡ଼ି ଓ ବିଧାୟକଙ୍କୁ ବିଜୟ କରିବାରେ କୁଆଡ଼େ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଥିଲେ । ସେତେ ବେଳେ ୨୦୨୪ ଟିକେଟ ପାଇଁ ଦଳର ଟାଣୁଆ ନେତା ବବି ବାବୁ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

୨୦୧୯ ନିର୍ବାଚନ ଫଳାଫଳ ପର ଦିନରୁ ଜନ୍ମେଜୟ ଓ ବିଧାୟକ ଅମରଙ୍କ ଭିତରେ ଫାଟ ସୃଷ୍ଟି ହୋଇ ଆଜି ବିରୋଧ ଦିଗରେ ପରିଣତ ହୋଇଛି । ବନ୍ଧୁ ମିଳନ ସଭାରେ ବିଧାୟକଙ୍କ ଜନ ବିରୋଧି ନୀତିକୁ ବଖାଣିବା ସହ, ବଡ଼ଚଣା ବିଜେଡ଼ି ଦଳ ସୀମିତ ହାତ ଗଣତି କୁଜି ନେତାଙ୍କ ପକେଟରେ ରହିଛି ବୋଲି ପ୍ରକାଶ କରିଥିଲେ ।

ପୁର୍ବତନ ବ୍ଲକ ଅଧ୍ୟକ୍ଷ କହିଛନ୍ତି, ବିଧାୟକ ଅମର ପ୍ରସାଦ ଶତପଥୀ ବାରମ୍ବାର ଅନେକ ଆଗୁଆ ଓ ସଚୋଟ କର୍ମୀ ନେତାଙ୍କୁ ଅଣଦେଖା କରନ୍ତି । ଟିକେଟ ହାତେଇ ଆମ ମାନଙ୍କ ସହଜୋଗ ନେଇ ନିର୍ବାଚନ ଜିତିବା ପରେ ଆଉ ଆମକୁ ଖୋଜନ୍ତି ନାହିଁ । ଏହା ତାଙ୍କର ନୀତି ଦିନିଆ ଅଭ୍ୟାସ । ବଡ଼ଚଣାରେ ନେତୃତ୍ବ ପରିବର୍ତ୍ତନର ଆବଶ୍ୟକ ରହିଛି, ବିଧାୟକଙ୍କୁ ଦଳ ବିତାଡିତ କରୁ ନୂଆ ପ୍ରତିଭାଙ୍କୁ ଦଳ ସୁଯୋଗ ଦୋଉ । ବଡ଼ଚଣା ବିଜେଡ଼ି କଳିରେ କିଏ ମାରିବ ବାଜି , କିଏ ହାତେଇବା ଦଳୀୟ ଟିକେଟ, ରାଜ୍ୟ ବିଜେଡ଼ି କାହା ଉପରେ କରିବ ଭରଷା ତାହା ଦେଖିବାକୁ ବାକି ।
 

Sponsored
Badachana BJD Fight | Argus News