ବଡ଼ଦାଣ୍ଡ ସାକ୍ଷୀ ଥିଲା ନ୍ୟାୟ ପାଇଁ ଲଢେଇର

ପୁରୀ: ବଡଦାଣ୍ଡ ସାକ୍ଷୀ ଥିଲା ପୀଡିତ ପରିବାର ଉପରେ ଆକ୍ରମଣର। ବଡ଼ଦାଣ୍ଡ ସାକ୍ଷୀ ଥିଲା ପୋଲିସ ଜୁଲମର। ପାପୀ ସରକାରର ହୋଇଛି ପତନ। ଦୀପ ଜାଳି ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କଲେ ନ୍ୟାୟ ପାଇଁ ଲଢେଇ ପରିବାର। ପରୀ, ପିହୁ, ମମିତା, ଅମୃତ, ଉଲ୍ଲାସ, ଚିତ୍ତ ପଲେଇ, ପୁଣି ଏକାଠି ହୋଇଛନ୍ତି ଏ ସମସ୍ତ ପୀଡିତଙ୍କ ପରିବାର । ଗୁଣ୍ଡିଚା ମନ୍ଦିରରୁ ବାହାରିଥିଲେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ।
ଯେଉଁ ସରକାର ସେମାନଙ୍କୁ ନ୍ୟାୟ ଦେଇଉନଥିଲା, ଯେଉଁ ସରକାର ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉଥିଲା, ସେ ବିଜୁ ଜନତା ଦଳ ସରକାରର ପତନ ହୋଇଛି। ମହାପ୍ରଭୁଙ୍କ ପାଖରେ ଦୀପ ଜାଳିଛି ନ୍ୟାୟ ପାଇଁ ଲଡେଇ ପରିବାର। ପୂର୍ବରୁ ଟିକିରି, କୁନ୍ଦୁଲି, ପିପିଲି ପୀଡିତଙ୍କୁ ବି ମିଳିଲାନି ନ୍ୟାୟ। ମହିଳା କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର 9.3 ପ୍ରତିଶତ । ସରକାରଙ୍କ ସୁରକ୍ଷାରେ ଥିଲେ ଅପରାଧୀ। ନ୍ୟାୟ ପାଇଁ ଏକାଠି ହୋଇଛନ୍ତି 50ରୁ ଅଧିକ ପରିବାର।
ନିର୍ବାଚନ ସମୟରେ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ବିଜେଡି ନେତାଙ୍କ କେଳେଙ୍କାରୀର ଗୁମର ଖୋଲିଥିଲେ । ଏବେ ସବୁ ମାମଲାର ପୁନଃତଦନ୍ତ ଦାବି କରିଛି ନ୍ୟାୟ ପାଇଁ ଲଡେଇ ପରିବାର।ଅପରାଧୀଙ୍କୁ ଘଣ୍ଟ ଘୋଡାଉଥିବା ସୁଶାନ୍ତ ସିଂହ, ଯୌନ ବ୍ୟାଭିଚାରରେ ସଂପୃକ୍ତ ଶ୍ରୀକାନ୍ତ ସାହୁ, ନିର୍ବାଚନରେ ହାରିଛନ୍ତି । ସେହିଭଳି ସମ୍ବିତ ରାଉତରାୟଙ୍କ ପତ୍ନୀ ବି ପରାସ୍ତ ହୋଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର