Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଗ ହାଇସ୍କୁଲରେ ଲାଗି ରହିଛି ମାଳମାଳ ସମସ୍ୟା

Odisha

ବାଗ ହାଇସ୍କୁଲରେ ଲାଗି ରହିଛି ମାଳମାଳ ସମସ୍ୟା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଗ ହାଇସ୍କୁଲରେ ଲାଗି ରହିଛି ମାଳମାଳ ସମସ୍ୟା

ଅର୍ଗସ ବ୍ୟୁରୋ:  ଭୋଗରାଇ ବ୍ଲକର ବାଗ ଗ୍ରାମରେ ଥିବା ବାଗ ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ । ସ୍କୁଲକୁ ଦେଖିଲେ ଏଠାରେ ପିଲାମାନେ କେତେ ଅସୁବିଧା ଓ ଭୟଭୀତ ଅବସ୍ଥାରେ ପାଠ ପଢୁଛନ୍ତି, ତାହା ସହଜରେ ଅନୁମାନ କରିହେବ । ସ୍କୁଲର କାନ୍ଥ କେତେ ବେଳେ ଗଳି ପଡିବ ସେ ଭୟରେ ରହୁଛନ୍ତି ସମସ୍ତେ। ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ଖେଳ ପଡିଆ ମଧ୍ୟ ନାହିଁ l ପାଇଖାନ ନ ଥିବାରୁ ବିଶେଷ କରି ଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି।

ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ନାହିଁ। ତେଣୁ ଖରାଦିନେ ଟିଣ ଘରେ ବହୁତ ଗରମ ହେବାରୁ ପିଲାଙ୍କ ପାଠ ପଡ଼ାରେ ବ୍ୟାଘାତ ଘଟେ..। ଅନ୍ୟପଟେ ବର୍ଷା ଦିନରେ ଟିଣ ଛପରରୁ ବର୍ଷା ପାଣି ପଡ଼ି ଖାତା ବହି ନଷ୍ଟ ହୁଏ ଏବଂ ସାପଙ୍କ ଉତ୍ପାତରେ ପିଲାମାନେ ଭୟରେ ବିଦ୍ୟାଳୟ ଆସନ୍ତି ନାହିଁ। ବର୍ଷା ଦିନରେ ଭଙ୍ଗା ଦଦରା ଏକ ଘରେ ରୋଷେଇ କରାଯାଉଛି। ଫଳରେ ଖାଦ୍ୟ ଖରାପ ହେବାର ସମ୍ଭାବନା ରହୁଛି। ପୂର୍ବର ବିଜେଡି ସରକାର ଏହି 27ବର୍ଷ ପୁରୁଣା ସ୍କୁଲକୁ  ଅଣଦେଖା କରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସୁବିଧାରୁ ବଞ୍ଚିତ କରିଛନ୍ତି l ତେଣୁ ରୋଷେଇ ପାଇଁ ଗୃହ, ପାଚେରୀ ନିର୍ମାଣ ଓ ଖେଳ ପଡ଼ିଆ ନିହାତି ଆବଶ୍ୟକ ବୋଲି ଛାତ୍ର ଛାତ୍ରୀ ଓ ପ୍ରଧାନଶିକ୍ଷକ ନୂଆ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Baga High School is still facing problems | Argus News