କେନାଲରେ ଢଳା ହେଲା ବସ୍ତା ବସ୍ତା ଅରୁଆ ଚାଉଳ
·1 year ago
ଅର୍ଗସ ବ୍ୟୁରୋ: କେନାଲରେ ଢଳା ହେଲା ବସ୍ତା ବସ୍ତା ଅରୁଆ ଚାଉଳ। ଆଉ ଏହି ଚାଉଳ ଅର୍ପଣ ଚାଉଳ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି। । ଏହି ଗାଡିରୁ ଚାଉଳ କେନାଲରେ ଢଳା ଯାଉଛି। ଯାହାକୁ ନେଇ ସନ୍ଦେହ ଅଧିକ ବଢୁଛି । ଆଜି ନିମାପଡା-ଗୋପ ବ୍ରାଞ୍ କେନାଲ ପାଣିରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳ ଢଳା ଯାଉଥିଲା। ନିକଟ ବାୟାକୁଦା କେନାଲ ବ୍ରିଜ ନିକଟରେ ଗୋଟିଏ 407 ମିନି ଟ୍ରକରେ କୁଇଣ୍ଟାଲ କୁଇଣ୍ଟାଲ ଏହି ଚାଉଳକୁ ଆଣି କିଛି ଶ୍ରମିକ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ତେବେ ଏତେ ପରିମାଣରେ ଅରୁଆ ଚାଉଳ ଆସିଲା କେଉଁଠୁ? ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଶ୍ରମିକ ମାନେ କୌଣସି ଉତ୍ତର ଦେଇନଥିଲେ। ଏହା ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: