|
logo
Live
Argus News App
GET APP

Argus News - ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବାହାଲି ଗ୍ରାମବାସୀ

Odisha

ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବାହାଲି ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବାହାଲି ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି ବାହାଲି  ଗାଁ । ଗାଁକୁ ଯିବାକୁ ହେଲେ ବାଟରେ ପଡି ଥାଏ ସୁରୁବାଲି ନାଳ। ଆଉ ଏହି  ନାଳ ଅଞ୍ଚଳ ପାଇଁ ଦୁଃଖ ସାଜିଛି । ଆଜି ଯାଏଁ ନାଳ ଉପରେ ସେତୁ ନିର୍ମାଣ ହୋଇପାରି  ନାହିଁ । ଆଖ ପାଖ ପାଞ୍ଚଖଣ୍ଡ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ଆସିଲେ ଗ୍ରାମବାସୀ ଜଳ ବନ୍ଦୀ ଜୀବନ ବିତାଇବା ସହ ପିଲାମାନେ ସ୍କୁଲକୁ ମଧ୍ୟ ପାଠ ପଢିବା ପାଇଁ ଯାଇପାରନ୍ତି ନାହିଁ । ଗାଁ କୁ ଆମ୍ବୁଲାନ୍ସ ଆସିବା ପାଇଁ ସୁବିଧା ନଥିବାରୁ ବର୍ଷା ଦିନେ ଜର ରୋଗ ହେଲେ କାନ୍ଧ କିମ୍ବା ଖଟିଆ ରେ ବୁହା ହେଇ ରୋଗୀକୁ ନାଳ ପାରି କରାଯାଏ।

ଗ୍ରାମବାସୀଙ୍କ ବାରମ୍ବାର ସରକାର ପାଖରେ ଦାବି ପରେ ବୌଦ୍ଧ ବିଧାୟକ ତଥା ପଂଚାୟତ ରାଜ ମନ୍ତ୍ରୀ ସେତୁ ନିର୍ମାଣ କାର୍ଯ୍ୟ ପାଇଁ  ଶିଳାନ୍ୟାସ କଲେ । ସେତୁ ନିର୍ମାଣ ଆରମ୍ଭ ହେଲା କିନ୍ତୁ ନିର୍ମାଣ କାଯ୍ୟ ଆଜକୁ ୪ବର୍ଷ ହେଲା ସମାପ୍ତ ହୋଇ ପାରୁ ନାହିଁ । ଆଉ ଗ୍ରାମବାସୀ ଙ୍କ ଦୁଃଖ ଯଥା ପୂର୍ବମ ତଥା ପରମ ସ୍ଥିତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ମନରେଗା ଯୋଜନାରେ ୨୦୧୮-୨୦୧୯ ଆର୍ଥୀକ ବର୍ଷରେ ୨୦ଲକ୍ଷ ଟଙ୍କା ବେୟ ଅଟକଳ ରେ ସେତୁ ନିର୍ମାଣ କାର୍ଯ୍ୟ DRDA ପକ୍ଷରୁ ଆରମ୍ଭହେଲା । ଏଥିପାଇଁ ଉଭୟ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିଲା। କିନ୍ତୁ ବିଡମ୍ବନାର ବିଷୟ ବର୍ଷ ପରେ ବର୍ଷ ଗଢ଼ୁଛି ହେଲେ ସେତୁ ନିର୍ମାଣ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଛି ।

ଅନ୍ୟପଟେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ହରଭଙ୍ଗା ବିଡ଼ିଓ ।ନିର୍ବାଚନ ଆସିଲେ ନେତା ଆସୁନ୍ତି , ପ୍ରତିଶୃତି ମଧ୍ୟ ଦିଅନ୍ତି କିନ୍ତୁ ଆଜି ପଯ୍ୟନ୍ତ ଗାଁକୁ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଣୁ ଏଥର ମିଛ ରାଜନୀତି ନୁହେଁ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ ପାଇଁ ଚରମ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବାହାଲି ଗ୍ରାମବାସୀ | Argus News