Vigilance Raid / ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା, ପୂର୍ବରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଲକରରୁ ପାଇଥିଲା ଭିଜିଲାନ୍ସ
·1 hour ago·2 min read

Key Points
ବୈକୁଣ୍ଠ ନାଥ ବେହେରା ବ୍ୟାଙ୍କ ଲକରରୁ ମିଲିଲା ପୁଳା ପୁଳା ଟଙ୍କା ଓ ସୁନା
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ
ବୈକୁଣ୍ଠଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା
ପୂର୍ବରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଲକରରୁ ପାଇଥିଲା ଭିଜିଲାନ୍ସ

ଭୁବନେଶ୍ବର,୦୮/୦୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବ୍ୟାଙ୍କ ଲକରରୁ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି।
ଆଜି ସୁଦ୍ଧା ଗିରଫ ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା, ପୂର୍ବରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଲକରରୁ ପାଇଥିଲା ଭିଜିଲାନ୍ସ।
ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ବୈକୁଣ୍ଠ ନାଥ ବେହେରାଙ୍କ ସମ୍ପର୍କିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ଆଉ ଏକ ବ୍ୟାଙ୍କ ଲକରୁ ୭୦୩ ଗ୍ରାମ ସୁନା ଅଳଙ୍କାର ଓ ୩୭୫ ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି। ଏହା ସହ ମୋଟ ଜବତ ସୁନାର ପରିମାଣ ୧ କିଲୋ ୨୫୫ ଗ୍ରାମକୁ ବୃଦ୍ଧି ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ହୋଇଥିଲା ବଡ଼ କାର୍ଯ୍ୟାନୁଷ୍ଠାନ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳି ମାମଲାରେ ତାଙ୍କୁ ଗତକାଲି ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ବୈକୁଣ୍ଠ ନାଥ ବେହେରାଙ୍କ ନାମରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି ।
ମିଳିଲା ୨କୋଟିରୁ ଅଧିକ ନଗଦ ରାଶି
ଏଥିରେ ରହିଛି ୫ଟି ବହୁତଳ କୋଠା, ଯାହାର ମୋଟ କ୍ଷେତ୍ରଫଳ ୨୦ ହଜାର ବର୍ଗଫୁଟରୁ ଅଧିକ । ଏହା ସହିତ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୧୦, ୫୦୦ ସ୍କୋୟାର୍ ଫୁଟ୍ରେ ୪ ମହଲା କୋଠା, ଶୈଳଶ୍ରୀ ବିହାରରେ ୧୧୦୦ ସ୍କୋୟାର୍ ଫୁଟ୍ରେ ୩ ମହଲା କୋଠା, ପଟିଆରେ ୩୭୫୦ ସ୍କୋୟାର୍ ଫୁଟ୍ରେ ୨ ମହଲା କୋଠା, ଚନ୍ଦ୍ରଶେଖରପୁର ଓ ଯାଜପୁର ଧର୍ମଶାଳାରେ ୨୫୦୦ ସ୍କୋୟାର୍ ଫୁଟ୍ରେ ୨ ମହଲା କୋଠା ମିଳିଛି ।
ଏହା ବ୍ୟତୀତ ୧୪ଟି ମୂଲ୍ୟବାନ ଜମି, ୨ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି, ପ୍ରାୟ ୫୦୦ ଗ୍ରାମ ସୁନା ଓ ୪୫ ଲକ୍ଷ ଟଙ୍କା ଜମା ଠାବ କରାଯାଇଛି । ତେବେ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ସୂଚନା ମିଳିଛି । ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏବଂ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲକର୍ରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍ ବେଳେ ଗୋଟିଏ ଲକର୍ରୁ ନଗଦ ୨ କୋଟି ଟଙ୍କା ଭିଜିଲାନ୍ସ ଠାବ କରିଛି।
ପଢନ୍ତୁ ଏହି ଖବର: ଲାଞ୍ଚ ନେଇ ଧରା ପଡିଲେ ଯନ୍ତ୍ରୀ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଆଖି ଟେରା
ଗତକାଲି ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଥିବା ତାଙ୍କର ୯ଟି ଠିକଣାରେ ଚଢ଼ାଉ କରିଥିଲା । ତାଙ୍କ ଘରେ ବିଡ଼ା ବିଡ଼ା ଟଙ୍କା । ପୁଳା ପୁଳା ସୁନା, ଗହଣା । ଘରେ ଆଲିସାନ ଇଣ୍ଟେରିୟର । ତା' ସାଙ୍ଗକୁ ବାବୁଙ୍କର ରହିଛି ଦାମି ଘଡ଼ି ସଉକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଭିଜିଲାନ୍ସ ରେଡ୍ ବେଳେ ITDA ଯନ୍ତ୍ରୀ ବୈକୁଣ୍ଠନାଥଙ୍କ ନିକଟରୁ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ସେଥିରୁ ୭ଟି ପ୍ଲଟ୍ ଭୁବନେଶ୍ଵରର ପ୍ରମୁଖ ସ୍ଥାନରେ ରହିଥିବା ବେଳେ ୫ଟି ପ୍ଲଟ୍ ଧର୍ମଶାଳା, ଯାଜପୁର ରହିଥିବା ବେଳେ ଗୋଟିଏ ପ୍ଲଟ୍ ବାରିପଦାରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories