Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲାଞ୍ଚ ନେଇ ଧରା ପଡିଲେ ଯନ୍ତ୍ରୀ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

Odisha

Vigilance Raid / ଲାଞ୍ଚ ନେଇ ଧରା ପଡିଲେ ଯନ୍ତ୍ରୀ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

Bikash Mohanty
Browse all articles by Bikash Mohanty
·52 mins ago·2 min read
ଲାଞ୍ଚ ନେଇ ଧରା ପଡିଲେ ଯନ୍ତ୍ରୀ, ୧ ଲକ୍ଷ  ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
Keshab Subudhi

Key Points

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି
ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ
ଠିକାଦାର ଠାରୁ ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ
ମାଡ଼ିବସିଲା ଭିଜିଲାନ୍ସ

ନୟାଗଡ଼,୧୭/୦୫: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଠିକାଦାରଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି। ଏହାସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।

ଖବର ଅନୁଯାୟୀ, ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଖଣ୍ଡପଡା ସରକାରୀ ବାସଭବନରେ ନେଉଥିଲେ ଲାଞ୍ଚ। ଏହି ଚଢାଉରେ ଭିଜିଲାନ୍ସ କେଶବଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂହଙ୍କୁ ଧରିଛି । ଏହାପରେ ଉଭୟଙ୍କୁ ଗିରଫ ମଧ୍ୟ କରିଛି ଭିଜିଲାନ୍ସ। ବିଲ୍ ପାସ୍ କରାଇବା ପାଇଁ ଠିକାଦାର ଶିବପ୍ରସାଦ ଖଣ୍ଡୁଆଳଙ୍କ ଠାରୁ ଲାଞ୍ଚ ନେଉଥିବାର ଅଭିଯୋଗ ହୋଇଛି।

ଗତ ୧୪ ତାରିଖରେ ଆୟ ବହିର୍ଭତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା କାଡା ଡିଭିଜନ୍‌ର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା। ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ। ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଥିଲା।

ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ

ସେହିପରି କିଛିଦିନ ତଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଡ଼ହ ଜଳଭଣ୍ଡାରର ଯନ୍ତ୍ରୀ ପଞ୍ଚୁ ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚୁ ବେହେରାଙ୍କ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢାଉରେ ୧୮ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରିଥିଲା ଭିଜିଲାନ୍ସ। ମଲ୍ଟି-ଷ୍ଟୋର୍ ବିଲ୍ଡିଂ ଓ ୫ଟି ମୂଲ୍ୟବାନ ପ୍ଲଟ ବି ଠାବ କରିଥିଲା ଭିଜିଲାନ୍ସ। ଏସ୍‌ଡିଓ ପଞ୍ଚୁ ବେହେରା ପ୍ରମୁଖ ସ୍ଥାନରେ ଜମି, ତା’ ସହ ୩ ମହଲା କୋଠା। ପତ୍ନୀଙ୍କ ନାଁରେ ଜେସିବି ଓ ମିକ୍ସର ମେସିନ୍। ନିଜେ ଚଢ଼ୁଥିଲେ ହ୍ୟୁଣ୍ଡାଇ ଆଇ-୨୦ ଦାଣ୍ଡରେ ଥିଲା ୩ଟି ଦୁଇଚକିଆ। କିଣିଥିଲେ ସୁନା ବିସ୍କୁଟ୍ ଓ କଏନ୍ ହେଲେ ବାବୁଙ୍କ ଦରମା ମୋଟ ୧୪ ହଜାର ଛୁଇଁନି ଡହ ଜଳସେଚନ ପ୍ରକଳ୍ପ ଏସ୍‌ଡିଓ ପଞ୍ଚୁ ବେହେରାଙ୍କ ମୁଖା ଖୋଲିଥିଲା ଭିଜିଲାନ୍ସ।

ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍‌କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raid | Junior Engineer Held Taking ₹1.36 Lakh Bribe in Vigilance Raid | Argus News