Baitarani Flood / ବୈତରଣୀ ପାୱାର ପ୍ରୋଜେକ୍ଟର ବେପାରୁଅ କାର୍ଯ୍ୟ, ମନଇଚ୍ଛା ଗେଟ୍ ଖୋଲିବାରୁ ତଳିଆ ଅଞ୍ଚଳରେ ବାରମ୍ବାର ବନ୍ୟା
·1 hour ago·2 min read

Key Points
ବୈତରଣୀ ପାୱାର ପ୍ରୋଜେକ୍ଟର ବେପରୁଆ କାର୍ଯ୍ୟ
ମନଇଚ୍ଛା ଗେଟ୍ ଖୋଲିବାରୁ ତଳିଆ ଅଞ୍ଚଳରେ ବାରମ୍ବାର ବନ୍ୟା
ଜଳସମ୍ପଦ ବିଭାଗର କଡ଼ା ଆଭିମୁଖ୍ୟ

ବୈତରଣୀରେ ଲଗାତାର ବନ୍ୟା ପଛରେ ବର୍ଷାକୁ କାରଣ ଦର୍ଶା ଯାଉଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ତ୍ରୁଟି । କେନ୍ଦୁଝରରେ ଥିବା ଏକ ଘରୋଇ ବିଦ୍ୟୁତ କମ୍ପାନୀର ଅବହେଳା ଆଉ ମନମୁଖୀ ବ୍ୟାରେଜ ଗେଟ୍ ଖୋଲିବା ନେଇ ତଳ ମୁଣ୍ଡରେ ଅଧିକ ବନ୍ୟା ହୋଇଛି । ଯାହାକୁ ଗୁରୁତର ଭାବେ ନେଇ ଜଳ ସମ୍ପଦ ବିଭାଗ ସଂପୃକ୍ତ ସଂସ୍ଥାକୁ ସୋ-କଜ୍ ନୋଟିସ୍ ଜାରି କରିଛି । ଆଉ ଉତ୍ତର ସନ୍ତୋଷ ଜନକ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି SRC । ଏପଟେ ଏମିତି ଅବହେଳାକୁ ନେଇ ରାଜନୀତି ବି ତେଜିଛି ।
ଯାଜପୁରରେ ୩ ଥର, ଭଦ୍ରକରେ ଦୁଇ ଥର । ବୈତରଣୀରେ ବନ୍ୟା ଭାଙ୍ଗି ଦେଇଛି ଦୁଇ ଜିଲ୍ଲାବାସୀଙ୍କ ମେରୁଦଣ୍ଡ । ଆଉ ୟା ଭିତରେ ସାମ୍ନାକୁ ଆସିଛି ଏକ ଘରୋଇ ବିଦ୍ୟୁତ୍ କମ୍ପାନୀର ଚରମ ଅବହେଳା । ଆନନ୍ଦପୁର ବ୍ୟାରେଜରେ 'ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍ ମନ ଇଚ୍ଛା ବ୍ୟାରେଜ ଗେଟ୍ ଖୋଲିବା ଏବଂ ବନ୍ଦ କରିବା ବନ୍ୟାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଯାହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି ଜଳସଂପଦ ବିଭାଗ । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବା ଯୋଗୁଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏସଆରସି ।
ବୈତରଣୀରେ କେନ୍ଦୁଝର ସିଂହନାଳୀଠାରେ ରହିଛି ବୈତରଣୀ ପାୱାର ପ୍ରୋଜେକ୍ଟ । ଏଠି ରହିଛି ୧୩ଟି ଗେଟ୍ । ଗତ ଜୁଲାଇ ୨୭ରେ ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିଲା । କିନ୍ତୁ ପାୱାର ପ୍ରୋଜେକ୍ଟ ଏବଂ ବ୍ୟାରେଜ ପକ୍ଷରୁ ଜଳ ନିଷ୍କାସନ କରାଯାଇ ନ ଥିଲା । ଫଳରେ ୨୮ ତାରିଖ ଲଗାଣ ବର୍ଷା ଯୋଗୁଁ ସମସ୍ତ ଗେଟ୍ ଖୋଲି ଦିଆଯାଇଥିଲା । ଫଳରେ ହଠାତ୍ ନଦୀର ଜଳସ୍ତର ବିପଦ ସଂକେତଠାରୁ ବହୁ ଉର୍ଦ୍ଧ୍ବରେ ଅର୍ଥାତ୍ ୪୦ ମିଟର ଉପରେ ପ୍ରବାହିତ ହୋଇଥିଲା । ଏହା ଦ୍ବାରା ଆନନ୍ଦପୁର ରିଙ୍ଗ ରୋଡରେ ଘାଇ ହୋଇ ଆନନ୍ଦପୁର ଉପଖଣ୍ଡ ହାଟଡିହି, ଘଷିପୁରା, ଆନନ୍ଦପୁର ବ୍ଲକର କିଛି ପଞ୍ଚାୟତରେ ବନ୍ୟାଜଳ ପ୍ରଶିଥିଲା । ଏହି ପ୍ରସଙ୍ଗ ନେଇ ରାଜନୀତି ବି ତେଜିଛି ।
ଯଦିଓ ବୈତରଣୀରେ ବାରମ୍ବାର ବନ୍ୟା ପଛରେ ଅଧିକ ପରିମାଣର ବର୍ଷା, ତୁହାକୁ ତୁହା ଲଘୁଚାପକୁ ବି ଦାୟୀ କରାଯାଉଛି । କିନ୍ତୁ ଘରୋଇ ସଂସ୍ଥାର ଚରମ ଅବହେଳା ବି ଅନେକ ମାତ୍ରାରେ ଦାୟୀ । ତେବେ ସୋ-କଜ୍ ନେଇ ସଂପୃକ୍ତ ସଂସ୍ଥା ଉତ୍ତର ରଖିବା ପରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା' ଉପରେ ନଜର ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories