Odisha News / ନାତି ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ଆଖି ବୁଜିଲେ ଅଜା, ଆଈ
·1 hour ago·2 min read

Key Points
ଗାଧୋଇବା ବେଳେ ବଡ଼ ଅଘଟଣ । ନାତି ନାତୁଣୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜେଜେମାଆ, ଜେଜେବାପାଙ୍କ ମୃତ୍ୟୁ ହୋଇଛି ।
ଯାଜପୁର: ମା' ବିରଜାଙ୍କ ଦର୍ଶନ କରିବାକୁ ଆସିଥିଲେ । ଦର୍ଶନ ପୂର୍ବରୁ ବୈତରଣୀ ନଦୀରେ ବୁଡ଼ ପକାଉଥିଲେ ପରିବାର । ଆଉ ଗାଧୋଇବା ବେଳେ ବଡ଼ ଅଘଟଣ ଘଟିଛି । ନାତି ନାତୁଣୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜେଜେମାଆ, ଜେଜେବାପାଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ମୃତକ ଆନ୍ଧ୍ରପ୍ରଦେଶ ପାଲାମନେର ଅଞ୍ଚଳର ଏମ୍. ଶ୍ରୀନିବାସ ସୁଲୁ ଓ ଏମ୍. ଦେବୀ । ଏମାନେ ପରିବାର ସହ ମୋଟ ୭ ଜଣ ଓଡ଼ିଶା ଆସିଥିଲେ । ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ଵରରେ ଲିଙ୍ଗରାଜଙ୍କ ଦର୍ଶନ କରି ଯାଜପୁର ଯାଇଥିଲେ ମା' ବିରଜାଙ୍କ ଦର୍ଶନ ପାଇଁ ।
ସାଥିରେ ଆସିଥିବା ଏମ୍. ଶ୍ରୀନିବାସଙ୍କ ସମ୍ପର୍କୀୟ କିରଣ କହିଛନ୍ତି, "ଆମେ ମା' ବିରଜାଙ୍କ ଦର୍ଶନ ପୂର୍ବରୁ ବୈତରଣୀ ନଦୀର ବରାହନାଥ ଘାଟରେ ପହଞ୍ଚି ଗାଧୋଇବାକୁ ଯାଇଥିଲୁ । ସେହି ସମୟରେ ପୁଅ ଓ ଝିଅ ବୁଡ଼ି ଯାଉଥିବା ଦେଖି ସ୍ତ୍ରୀ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଶାଶୁଶ୍ଵଶୁର ମଧ୍ୟ ପାଣିରୁ ଟାଣିବାକୁ ଚେଷ୍ଟା କରିବାକୁ ଯାଇ ଦୁହେଁ ବୁଡ଼ି ଯାଇଥିଲେ ।"
ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍, ପ୍ରସ୍ତାବିତ ଡିଜାଇନ ନାକଚ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇ ଦମ୍ପତି ବୈତରଣୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ମେଡିକାଲ୍ରେ ଡାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଛନ୍ତି ।
ଘାଟର ପୂଜକ କହିଛନ୍ତି, "ବନ୍ୟା ପରେ ପାଣି ଅଧିକ ଥିବାରୁ ସେଠାରେ ଗାଧୋଇବା ଲାଗି ବାରଣ କରିଥିଲୁ । ହେଲେ ସେମାନେ ନ ଶୁଣି ବ୍ରିଜ୍ ତଳେ ବୈତରଣୀରେ ସ୍ନାନ କରୁଥିଲେ । ଉକ୍ତ ସ୍ଥାନରେ ୨୦ରୁ ୨୫ ଫୁଟ୍ ପାଣି ଥିବାବେଳେ ଦୁଇ ଛୁଆ ବୁଡ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ଵାମୀ, ସ୍ତ୍ରୀ ମଧ୍ୟ ବୁଡ଼ି ଯାଇଥିଲେ । ଦୁଇ ଛୁଆଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଦମ୍ପତିଙ୍କ ମୃତ୍ୟୁ ଘଟିଛି ।"
ଆନ୍ଧ୍ରପ୍ରଦେଶରୁ ପରିବାର ଓଡ଼ିଶା ଆସିଥିଲେ । ହସଖୁସିରେ ପରିବାର ଆସିଥିବା ବେଳେ ସାଙ୍ଗରେ ଲୁହ ନେଇ ଯାଉଛନ୍ତି । ସେମାନଙ୍କ ଗୋଟିଏ ଭୁଲ୍ ଏବେ ପୂରା ପରିବାର ଉପରେ ଭାରି ପଡ଼ିବାକୁ ଯାଉଛି ।