Ramp Design Rejected / ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍, ପ୍ରସ୍ତାବିତ ଡିଜାଇନ ନାକଚ
·1 hour ago·2 min read

Key Points
ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍
ଆଇଆଇଟି ଭୁବନେଶ୍ୱରର ପ୍ରସ୍ତାବ ନାକଚ
ଡିଜାଇନରେ ଥିବା ଷ୍ଟେପ୍ ନୀତିକାନ୍ତି ଓ ଦର୍ଶନ ସମୟରେ ସମସ୍ୟା ସୃଷ୍ଟି କରିବ
ତ୍ରୁଟି ସୁଧାରିବା ପରେ ପୁଣି ଥରେ ସମୀକ୍ଷା କରାଯିବ

ପୁରୀ,୧୨/୧୧:ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍ । IIT ଭୁବନେଶ୍ୱରରେ ରାମ୍ପ ଡିଜାଇନ୍ ର ସମୀକ୍ଷା ପରେ ଡିଜାଇନ୍ କୁ ନାକଚ କଲେ ଶ୍ରୀମନ୍ଦିର ପରିଚାଳନା କମିଟି।ଡିଜାଇନ୍ ରେ ଥିବା ଷ୍ଟେପ ନୀତି କାନ୍ତି ବେଳେ ସୃଷ୍ଟି କରିବ ସମସ୍ୟା । ତ୍ରୁଟି ସୁଧାରିବା ପରେ ପୁଣି ଥରେ ହେବ ସମୀକ୍ଷା। ପରିଚାଳନା କମିଟି ଅନୁମୋଦନ ପରେ ଏହା ଲାଗୁ କରିବା ନେଇ ନିଆଯିବ ନିଷ୍ପତ୍ତି ।
ପ୍ରସ୍ତାବିତ ରାମ୍ପ ଡିଜାଇନ୍ରେ ରହିଥିବା ଷ୍ଟେପ୍ ବା ପାହାଚକୁ ନେଇ ଆପତ୍ତି ଉଠାଇଛି ପରିଚାଳନା କମିଟି। ଏହି ପାହାଚ ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏହାବ୍ୟତୀତ ଭକ୍ତଙ୍କ ଯାତାୟାତ ଓ ଦର୍ଶନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ଡିଜାଇନ୍ରେ ଥିବା ତ୍ରୁଟି ସୁଧାରିବା ପରେ ପୁଣିଥରେ ଏହାର ସମୀକ୍ଷା କରାଯିବ।
ଶ୍ରୀମନ୍ଦିରରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ରାମ୍ପ ନିର୍ମାଣର ଯୋଜନା ରହିଛି। ଠିକା ସଂସ୍ଥା ଓବିସିସି ପକ୍ଷରୁ IIT ଭୁବନେଶ୍ୱରକୁ ଏହାର ଡିଜାଇନ୍ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ତେବେ ଡିଜାଇନ୍କୁ ଚୂଡ଼ାନ୍ତ କରିବା ପୂର୍ବରୁ ଏହାର ବ୍ୟବହାରିକ ଦିଗକୁ ଯାଞ୍ଚ କରାଯାଉଛି। ଏହି କ୍ରମରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ବରିଷ୍ଠ ସେବାୟତମାନେ ନିର୍ମାଣାଧୀନ ରାମ୍ପର ସମୀକ୍ଷା କରିଥିଲେ। ରାମ୍ପ ନିର୍ମାଣ ସମୟରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି।
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାଏରେ ଦର୍ଶନ କରିବେ ୧୦ ହଜାର ଭକ୍ତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିଚାଳନା କମିଟି ସଦସ୍ୟଙ୍କ ମତରେ, ସାମ୍ପ୍ରତିକ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଜରୁରୀ ହୋଇପଡ଼ିଛି। କିନ୍ତୁ ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଭକ୍ତଙ୍କ ସୁବିଧା ସହ ଶ୍ରୀମନ୍ଦିରର ପାରମ୍ପରିକ ନୀତିକାନ୍ତିକୁ ମଧ୍ୟ ପ୍ରାଥମିକତା ଦେବାକୁ ପଡ଼ିବ।
ତେଣୁ ସଂଶୋଧିତ ଡିଜାଇନ୍କୁ ପୁଣିଥରେ ସମୀକ୍ଷା କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିବା ପରେ ହିଁ ରାମ୍ପ ନିର୍ମାଣ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏବେ ସମସ୍ତଙ୍କ ନଜର ସଂଶୋଧିତ ଡିଜାଇନ୍ ଉପରେ।

Related Topics
Explore more stories