Videos
|
Odisha

ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ

ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୋହତ୍ୟାକୁ ମନା କରିବାରୁ RSS, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀ ଙ୍କୁ ନିସ୍ତୁକ ମାଡ ମରାଯାଇଥିଲା । ଏପରିକି ସେମାନଙ୍କୁ ଅପହରଣ କରି ଘରେ ପୁରାଇ ଛୁରୀ ଓ ଖଣ୍ଡା ସାହାଯ୍ୟରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଗୋହତ୍ୟା ଚାଲିଥିବା ଖବର ପାଇ ପୋଲିସ ସହ ଆରଏସଏସ ଓ ବଜରଂଗ ଦଳର କର୍ମୀମାନେ ପହଞ୍ଚିଥିଲେ ।

କିନ୍ତୁ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥବା କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ । ଓଡିଶାରେ ଗୋ ହତ୍ୟା ଉପରେ ନିଷେଧାଦେଶ ଲାଗୁ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ବେଧଡକ ଗୋ ହତ୍ୟା କରଥିବା ଅଭିଯୋଗ ହୋଇଛି । କାକଟପୁର ସମେଶ୍ବର ମନ୍ଦିର ନିକଟରେ ଥିବା ଏକ ବସ୍ତିର  କିଛି ଲୋକ ଗୋ ହତ୍ୟା ପରେ ସେମାନଙ୍କ ମୁଣ୍ଡ, ହାଡ ଓ ଚମଡାକୁ ଖୋଲା ପଡିଆରେ ଫିଙ୍ଗି ଦେଇଥାନ୍ତି । ସେହି ଗୋରୁ ହାଡ ଓ ଚମଡାକୁ କୁକୁରମାନେ ସମେଶ୍ବର ମନ୍ଦିର ପ୍ରାଙ୍ଗଣରେ ପକାଇଥାନ୍ତି । ଏହାକୁ ବିରୋଧ କରି ଆରଏସଏସ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବିନା ଅନୁମତିରେ ଗୋ ହତ୍ୟା ଧର୍ତ୍ତବ୍ୟ ଅପରାଧ । କିନ୍ତୁ ଏ ନେଇ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ ।  ଓଡିଶା ଗୋ ହତ୍ୟା ନିଷେଧାଦେଶ ଆଇନ୍, 1960 ଅନୁଯାୟୀ  ରାଜ୍ୟରେ ଗୋ ହତ୍ୟା ଉପରେ ଜାରି ହୋଇଛି କଟକଣା । ଏହାର ଉଲ୍ଲଂଘନ ହେଲେ ଦୁଇ ବର୍ଷ ଜେଲ ଦଣ୍ଡ କିମ୍ବା ଏକ ହଜାର ଟଙ୍କା ଫାଇନ୍ କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bajrang party workers attacked, 15 injured | Argus News