Businessman Kidnapping / ବଲାଙ୍ଗିରରେ ବ୍ୟବସାୟୀଙ୍କୁ ଅପହରଣ; ଭୁବନେଶ୍ଵରରୁ ମହିଳା ପୋଲିସ SIଙ୍କ ସହ ସାମ୍ବାଦିକ ଗିରଫ
·2 weeks ago·2 min read

Key Points
ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲା, ଆଉ ଦୁଇ ଗିରଫ
ଭୁବନେଶ୍ଵରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗିରଫ ଅଭିଯୁକ୍ତ ହେଲେ ପୋଲିସ ସବଇନ୍ସପେକ୍ଟର ସ୍ନେହା ମଞ୍ଜରୀ ସାହୁ

ବଲାଙ୍ଗିର: ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଅପହରଣ ମାମଲା । ବଢ଼ିଲା ଗିରଫଦାରୀ । ଭୁବନେଶ୍ଵରରୁ ବଲାଙ୍ଗିର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ମହିଳା ପୋଲିସ ଏସ୍ଆଇ ସ୍ନେହା ମଞ୍ଜରୀ ସାହୁଙ୍କ ସହ ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ କ୍ଷିତୀଶର ଭଉଣୀ ହେଉଛନ୍ତି ସବ୍ ଇନ୍ସପେକ୍ଟର ସ୍ନେହା ମଞ୍ଜରୀ ସାହୁ । ବଲାଙ୍ଗିରରୁ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଅପହରଣ ପରେ ତାଙ୍କୁ ଭୁବନେଶ୍ଵର ଅଣା ଯାଇଥିଲା । ଏଥିରେ SI ଜଣଙ୍କ ସହ ଓ ସାମ୍ବାଦିକଙ୍କ ପ୍ରମୁଖ ଭୂମିକା ରହିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି ।
ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
ଉଭୟଙ୍କୁ ଗିରଫ ପରେ ପୋଲିସ ବଲାଙ୍ଗିର ନେଇ ଯାଇଛି । ସେପଟେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ କ୍ଷିତୀଶ ସାହୁ ରହୁଥିବା ଘରୋଇ ହୋଟେଲରେ ରେଡ୍ କରି ସିସିଟିଭି ହାର୍ଡଡିସ୍କ ଜବତ କରିଛି ପୋଲିସ । କ୍ଷିତୀଶ ଉକ୍ତ ହୋଟେଲରେ ନିୟମିତ ରହୁଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ପୋଲିସ କ୍ଷିତୀଶକୁ କୋର୍ଟ ଚାଲାଣ କରିବ । କ୍ଷିତୀଶର ସହଯୋଗୀ ସଞ୍ଜିତ ବେହେରାକୁ ମଧ୍ୟ କୋର୍ଟ ଚାଲାଣ କରାଯିବ । ଅପହରଣ ଘଟଣାର ଗୁରୁତ୍ଵକୁ ଦେଖି ରବିବାର ସନ୍ଧ୍ୟାରେ ବଲାଙ୍ଗିର ଏସ୍ପି ଅଫିସରେ ପହଞ୍ଚି ତଦନ୍ତର ସମୀକ୍ଷା କରିଥିଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ।
ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିଥିଲେ ଆଇଜି । ଯାହା ପରେ ଆଇଜି କହିଛନ୍ତି, "ଅପହରଣ ଘଟଣା ପଛରେ ଟଙ୍କା କାରବାର ରହିଛି । ତେବେ ହନୁମାନ ପଇସାକୁ ନେଇ ଅପହରଣ ହୋଇଥିଲା କି ନାହିଁ ସେନେଇ ତଦନ୍ତ ଜାରି ରହିଛି ।"
ଏଥିସହ ପଢ଼ନ୍ତୁ: ମଦ ନିଶାରେ ଭୁଲିଗଲେ ମାନବିକତା; ପ୍ରଥମେ କଲେ ଆକ୍ରମଣ, ପରେ ପାଲିଟିଗଲେ...
ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଜି ହିମାଂଶୁ ଲାଲ କହିଛନ୍ତି । ଏସବୁ ଭିତରେ ଉଦ୍ଧାର ବ୍ୟବସାୟୀ ନରେନ୍ଦ୍ରଙ୍କୁ ପୋଲିସ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ସେ ନିଜ ପ୍ରତିକ୍ରିୟାରେ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶକୁ ଚିହ୍ନି ନଥିବା କହିଛନ୍ତି ।
ପୋଲିସ ଅନୁସାରେ, କ୍ଷିତୀଶର ସହଯୋଗୀ ସଞ୍ଜିତ, ନରେନ୍ଦ୍ରଙ୍କୁ ଘରୁ ଡାକି ଆଣିବା ପରେ ଅପହରଣ କରି ନେଇଥିଲେ । ଅଭିଯୁକ୍ତ ସଞ୍ଜିତର ଘର ବଲାଙ୍ଗିରର ସହରର ତୁଳସୀ ନଗରରେ । ଅପହରଣ ପରେ ୫୦ ଲକ୍ଷ ଟଙ୍କା ଦାବି କରିଥିଲା ମାଷ୍ଟରମାଇଣ୍ଡ କ୍ଷିତୀଶ ସାହୁ ।
୧୪ ତାରିଖ ଅପରାହ୍ଣରେ ବ୍ୟବସାୟୀ ନରେନ୍ଦ୍ରଙ୍କୁ ଜାତୀୟ ରାଜପଥ ୫୭ ବଲାଙ୍ଗିର-ସୋନପୁର ରାସ୍ତାରୁ ଅପହରଣ କରାଯାଇଥିଲା । ନରେନ୍ଦ୍ରଙ୍କୁ ଖଣ୍ଡଗିରି ଥାନା ପୋଲିସ ୧୫ ତାରିଖରେ ଉଦ୍ଧାର କରିବା ପରେ ବଲାଙ୍ଗିର ନିଆଯାଇଥିଲା ।

Related Topics
Explore more stories