Videos
|
Odisha

Wall Collapse / ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
2 Dead, 1 Critical After Mud Wall Falls

Key Points

ଜଳେଶ୍ଵରରେ ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି କାନ୍ଥ
କାନ୍ଥ ଭୁଶୁ଼ଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
ରାତିରେ ଶୋଇଥିବା ବେଳେ ଧସିଲା ମାଟି କାନ୍ଥ
ନେତୁଆ ପଞ୍ଚାୟତ କପାସୁଦା ଗାଁରେ ଅଘଟଣ
ଜଳେଶ୍ଵର (ବାଲେଶ୍ଵର): ଶୋଇଥିବା ବେଳେ ଚାଲିଗଲା ଜୀବନ । ଆଖି ବୁଜିଲେ ଆଇ, ନାତି । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ବନ୍ୟା ଜଳ ମାଡ଼ି ଆସିଥିବାରୁ ଲୋକେ ପାଣିଘେରରେ ରହିଛନ୍ତି । ଏହାରି ଭିତରେ ବାଲେଶ୍ଵରରୁ ଆସିଛି ଦୁଃଖଦ ଖବର ।

ବଢ଼ି ପାଣି ଘେରରେ ଲୋକେ ରହିଥିବା ବେଳେ ଜଳେଶ୍ଵର ଥାନା ଅଞ୍ଚଳରେ ରାତିରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । ଶୋଇଥିବା ବେଳେ କାନ୍ଥ ଧସିବାରୁ ଆଈ, ନାତିଙ୍କ ମୃତ୍ୟୁ ହୋଇଛି । ନାତୁଣୀ ଗୁରୁତର ରହିଥିବା ବେଳେ ତାକୁ ଜଳେଶ୍ଵର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ:

ଜଳେଶ୍ୱର ଥାନା ନେତୁଆ ପଞ୍ଚାୟତର କପାସୁଦା ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଉଛନ୍ତି ୬୫ ବର୍ଷୀୟା ରାଧିକା ଜେନା ଓ ତାଙ୍କ ନାତି ଜ୍ୟୋତି ପ୍ରକାଶ ସ୍ୱାଇଁ । ନାତୁଣୀ ସ୍ମୃତିରେଖାଙ୍କ ସ୍ଵାସ୍ଥାବସ୍ଥା ଗୁରୁତର ରହିଛି ।

କେମିତି ଘଟିଲା ଅଘଟଣ ?

ସୂଚନା ଅନୁସାରେ, ରବିବାର ରାତିରେ ଆଇ ସହ ଭାଇ ଭଉଣୀ ଖାଇ ସାରି ଘରେ ଶୋଇଥିଲେ । ରାତିରେ ଶୋଇଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼଼ିଥିଲା ମାଟି କାନ୍ଥ । କାନ୍ଥର ଅବଶେଷ ସିଧା ଆଈ, ନାତି, ନାତୁଣୀ ୩ ଜଣଙ୍କ ଉପରେ ପଡ଼ିଥିଲା । ଫଳରେ ସେମାନେ ଚାପି ହୋଇ ଯାଇ ଚିତ୍କାର କରିଥିଲେ ।

ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସାହି ପଡ଼ିଶା ଲୋକ । ସଙ୍ଗେ ସଙ୍ଗେ ୩ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ । ଡାକ୍ତର ଆଈ, ନାତିଙ୍କୁ ମୃତ ଘୋଷଣା କରିଛନ୍ତି । ନାତୁଣୀର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ଏଥିସହ ପଢ଼ନ୍ତୁ: 

ସେପଟେ ବାଲେଶ୍ଵରରେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସଂକେତ ଆଡ଼କୁ ଅଗ୍ରସର ହେଉଛି । ଗତକାଲି ପ୍ରମୁଖ ୩ଟି ଯାକ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: