Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସକାଳୁ ସକାଳୁ ବଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ

Odisha

Earthquake / ସକାଳୁ ସକାଳୁ ବଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ

Rashmita Mishra
Browse all articles by Rashmita Mishra
·1 hour ago·2 min read
ସକାଳୁ ସକାଳୁ ବଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ
Earthquake

Key Points

ବଲାଙ୍ଗୀରରେ ଭୂମିକମ୍ପ...
ସକାଳୁ ସକାଳୁ ଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ । 

ବଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ। ଭୋର୍ ୪ଟା ୪୦ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଶନିବାର ଦିନ ଭୋରୁ ଭୋରୁ ବଲାଙ୍ଗୀରରେ ମୃଦୁ ଭୂକମ୍ପରେ ଝଟ୍‌କା ଅନୁଭୂତ ହୋଇଥିଲା । ଯାହାଫଳରେ କିଛି ଲୋକ ଘରକୁ ବାହାରି ଆସିଥିବାର ଜଣାପଡିଛି । ହେଲେ ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ତଥାପି ଲୋକଙ୍କ ମନରେ ଭୟର ବାତାବାରଣ ସୃଷ୍ଟ ହୋଇଛି । ଏହାପୂର୍ବରୁ କିଛି ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ଯେଉଁଥିରେ ବି କୌଣସି କ୍ଷୟକ୍ଷତିର ସୂଚନା ନଥିଲା ।

କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ ?
ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ । ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ ।

ବାରମ୍ବାର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ । ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ । ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ । ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ ।

ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ଦୁଇଥର ଥରିଲାଣି କଳାହାଣ୍ଡି; କାହିଁକି ଆସୁଛି ବାରମ୍ବାର ଭୂମିକମ୍ପ ? 

କିଛି ଦିନ ପୂର୍ବରୁ ଥରିଥିଲା କଳାହାଣ୍ଡି । ଏପ୍ରିଲ୍ ୨୯ ବୁଧବାର ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୧ ରେକର୍ଡ କରାଯାଇଥିଲା ।

ପୁଣି ଏପ୍ରିଲ୍ ୩୦ ଗୁରୁବାର ଅନୁଭୂତ ହୋଇଛି ଭୂମିକମ୍ପ । ସନ୍ଧ୍ୟା ୭ଟା ୨୦ ମିନିଟ୍ ୨୩ ସେକେଣ୍ଡରେ ମୃଦୁ ଭୂମକମ୍ପ ଆସିଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି ୨.୭ । ଲଗାତାର ଦୁଇ ଦିନ ଧରି ସନ୍ଧ୍ୟା ୭ଟା ସମୟରେ ଭୂମିକମ୍ପ ଆସିବା ସମସ୍ତଙ୍କୁ ଚକିତ କରିଛି ।

ଭୂମି କମ୍ପର ​କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡ଼ିଛି । ଏହାର ଅକ୍ଷାଂଶ (Lat) ୧୯.୬୩୫ ଏବଂ ଦ୍ରାଘିମା (Long) ୮୨.୭୦୫ ବୋଲି NCS ରିପୋର୍ଟରେ ଦର୍ଶାଯାଇଛି ।

​ଏହି କମ୍ପନ ଯୋଗୁଁ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇଥିବାର ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ମାତ୍ର କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ବୁଧବାର ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ଭୂମିକମ୍ପର କେନ୍ଦ୍ର ବିନ୍ଦୁ କଳାହାଣ୍ଡି ଜିଲ୍ଲାରେ ରହିଥିବା ବେଳେ ଭୂପୃଷ୍ଠରୁ ଏହାର ଗଭୀରତା ପ୍ରାୟ ୨୪ କିଲୋମିଟର ଥିଲା ।​
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earthquake | Mild Earthquake Felt in Langir Early Morning | Argus News