Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୪ ଘଣ୍ଟାରେ ଦୁଇଥର ଥରିଲାଣି କଳାହାଣ୍ଡି; କାହିଁକି ଆସୁଛି ବାରମ୍ବାର ଭୂମିକମ୍ପ ?

Odisha

Earthquake / ୨୪ ଘଣ୍ଟାରେ ଦୁଇଥର ଥରିଲାଣି କଳାହାଣ୍ଡି; କାହିଁକି ଆସୁଛି ବାରମ୍ବାର ଭୂମିକମ୍ପ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୨୪ ଘଣ୍ଟାରେ ଦୁଇଥର ଥରିଲାଣି କଳାହାଣ୍ଡି; କାହିଁକି ଆସୁଛି ବାରମ୍ବାର ଭୂମିକମ୍ପ ?
Earthquake in Kalahandi

Key Points

ମାତ୍ର ୨୪ ଘଣ୍ଟା ବ୍ୟବଧାନରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଭବାନୀପାଟଣା (କଳାହାଣ୍ଡି): ପୁଣି କଳାହାଣ୍ଡି ଥରିଲା । ସନ୍ଧ୍ୟାରେ ପୁଣି ଭୂଇଁ ଦୋହଲିଲା । ମାତ୍ର ୨୪ ଘଣ୍ଟା ବ୍ୟବଧାନରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଏପ୍ରିଲ୍ ୨୯ ବୁଧବାର ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୧ ରେକର୍ଡ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ସନ୍ଧ୍ୟାରେ ଭୂମିକମ୍ପରେ ଥରିଲା କଳାହାଣ୍ଡି; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୧ 

ପୁଣି ଏପ୍ରିଲ୍ ୩୦ ଗୁରୁବାର ଅନୁଭୂତ ହୋଇଛି ଭୂମିକମ୍ପ । ସନ୍ଧ୍ୟା ୭ଟା ୨୦ ମିନିଟ୍ ୨୩ ସେକେଣ୍ଡରେ ମୃଦୁ ଭୂମକମ୍ପ ଆସିଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି ୨.୭ । ଲଗାତାର ଦୁଇ ଦିନ ଧରି ସନ୍ଧ୍ୟା ୭ଟା ସମୟରେ ଭୂମିକମ୍ପ ଆସିବା ସମସ୍ତଙ୍କୁ ଚକିତ କରିଛି ।

ଭୂମି କମ୍ପର ​କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡ଼ିଛି । ଏହାର ଅକ୍ଷାଂଶ (Lat) ୧୯.୬୩୫ ଏବଂ ଦ୍ରାଘିମା (Long) ୮୨.୭୦୫ ବୋଲି NCS ରିପୋର୍ଟରେ ଦର୍ଶାଯାଇଛି ।

​ଏହି କମ୍ପନ ଯୋଗୁଁ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇଥିବାର ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ମାତ୍ର କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଏଥିସହ ପଢ଼ନ୍ତୁ: ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ; ମେ' ୨ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା 

ବୁଧବାର ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ଭୂମିକମ୍ପର କେନ୍ଦ୍ର ବିନ୍ଦୁ କଳାହାଣ୍ଡି ଜିଲ୍ଲାରେ ରହିଥିବା ବେଳେ ଭୂପୃଷ୍ଠରୁ ଏହାର ଗଭୀରତା ପ୍ରାୟ ୨୪ କିଲୋମିଟର ଥିଲା ।​

କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ ?

ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ । ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ ।

ବାରମ୍ବାର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ । ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ । ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ । ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalahandi Shakes Twice in 24 Hours: Why Are Earthquakes Increasing? | Argus News | Argus News