Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଧାନମନ୍ତ୍ରୀ ବୀମା କରିବା ନାମରେ ଠକେଇ

Odisha

ପ୍ରଧାନମନ୍ତ୍ରୀ ବୀମା କରିବା ନାମରେ ଠକେଇ

Smruti Parija
Browse all articles by Smruti Parija
·2 years ago·1 min read
ପ୍ରଧାନମନ୍ତ୍ରୀ ବୀମା କରିବା ନାମରେ ଠକେଇ

ବଲାଙ୍ଗୀର:  ଚାଷୀ ଆଖିରେ ଧୂଳିଝିଣ୍ଟି କରୁଥିଲେ କୋଟି କୋଟି ଟଙ୍କା ଲୁଟ୍ । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଚାଷୀଙ୍କ ଜମିପଟ୍ଟାକୁ ବ୍ୟବହାର କରି ତାଙ୍କ ନାମରେ ଓ ପରିବାର ଲୋକଙ୍କ ନାମରେ ଭୂଲ୍ ତଥ୍ୟ ଦେଇ ଠକେଇ କରୁଥିଲେ ଦୂର୍ବୁତ୍ତ । 

ତେବେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ବେଲପଡା, ସିନ୍ଧକେଲା, କଣ୍ଟାବାଞ୍ଜି, ତୁରକେଲା, ମୁରିବାହାଲ ଭଳି ଅଞ୍ଚଳରେ ଏମାନେ ଏଭଳି ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ଚାଷୀଙ୍କ ଋଣ କରି ଠକିଥିବା କହିଛି ପୋଲିସ । ଯାହାକି ଆଜି ପର୍ଯ୍ୟନ୍ତ ୧୦ କୋଟି ଟଙ୍କାର ଋଣ ହେର୍ ଫେର୍ କରିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗୀର ପୋଲିସ । 

ଅଧିକ ପଢନ୍ତୁ: ସଚେତନତା ଅଭାବରୁ ସାଇବର କ୍ରାଇମ୍ ବୃଦ୍ଧି ପାଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ସେମାନେ ଏହି କାମ ପାଇଁ ବ୍ୟବହାର କରୁଥିବା ୭ ଟି ଲ୍ୟାପଟପ୍ , ୧୦ ଟି କମ୍ପ୍ୟୁଟର, ପ୍ରିଣ୍ଟର , ୧୬ ଟି ମୋବାଇଲ ସହ ବହୁ କାଗଜପତ୍ର ଜବତ କରିଛି ପୋଲିସ । ତେବେ ଏହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଆହୁରି ବହୁ ଲୋକଙ୍କ ସହ କିଛି ଚାଷୀ ମଧ୍ୟ ସମ୍ପୃକ୍ତ ଥିବା ସୂଚନା ଦେଇଛି ପୋଲିସ । 

ଅପରାଧ ଖବର ଆହୁରି ପଢନ୍ତୁ

Sponsored
Balangir police has arrested 14 people -on-allegation-of-cyber-crime | Argus News