Videos
|
Odisha

'ଆମ ଓଡିଶା ନବୀନ ଓଡିଶା'କୁ ଜୋରଦାର ବିରୋଧ

Jitendra Dash
Browse all articles by Jitendra Dash
·2 years ago·2 min read
'ଆମ ଓଡିଶା ନବୀନ ଓଡିଶା'କୁ ଜୋରଦାର ବିରୋଧ

ଅର୍ଗସ ବ୍ୟୁରୋ : ବାଲେଶ୍ବରରେ ବିଜେଡ଼ ଏବେ ଫାଳଫାଳ । ଏବେ ଦଳ ଗୋଟିଏ ଦଳ ହେଲାଣି ଦୁଇ ଦଳ, ଗୋଟିଏ ସନ୍ତୁଷ୍ଠ ଆଉ ଗୋଟିଏ ଅସନ୍ତୁଷ୍ଟ । ଏ କଥା ଆମେ କହୁନୁ । କହୁଛନ୍ତି କୁରୁଡ଼ା ପଞ୍ଚାୟତ ସରପଞ୍ଚ । ବାଲେଶ୍ବରରେ ଦିନକୁ ଦିନ ଉଗ୍ରରୂପ ନେଉଛି ବିଜେଡ଼ି ଗୋଷ୍ଠୀ କନ୍ଦଳ । ଏବେ ହାଟରେ ପଡ଼ି ଦଣ୍ଡରେ ଗଡ଼ୁଛୁ କନ୍ଦଳ । ଏପଟେ ବିଜେଡି ବିରୋଧରେ ଅଭିଯୋଗ ଆଣିଲେ ବିଜେଡ଼ି ସରପଞ୍ଚ ଓ ସମିତି ସଭ୍ୟା । ସୋର ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଲାଗିରହିଥିବା ବେଳେ ଏବେ ଗୋଷ୍ଠୀ କନ୍ଦଳ ଗାଁ ଗାଁକୁ ବ୍ୟାପିଲାଣି । ବିଧାୟକ ପର୍ଶୁରାମ ଧଡ଼ା ଏବଂ ବିଦ୍ରୋହୀ ବିଜେଡି ମଧ୍ୟରେ ଚାଲିଛି ଛକା ପଞ୍ଜା ।

ଯେଉଁଠି ଖେଳ ପଡିଆ, ମିଶନ ଶକ୍ତି ଗୃହ, ସତସଙ୍ଘ ଘର ପାଇଁ ଫଳକ ଲଗା ଯାଇଥିଲା ବେଳେ, ବିଜେଡିର ବିଦ୍ରୋହୀ ଗୋଷ୍ଠୀ ଭାଙ୍ଗି ଦେଇଛନ୍ତି । ଆଉ ମହିଳା ସମିତି ସଭ୍ୟାଙ୍କୁ ଫୋନରେ ଗାଳି ଗୋଲଜ କରିବା ସହିତ ଧମକ ଦେଇଥିବା କହିଛନ୍ତି କୁରୁଡ଼ା ପଞ୍ଚାୟତ ସମିତି ସଭ୍ୟା । ସେପଟେ ମହିଳା ସରପଞ୍ଚଙ୍କୁ ମାରିଦେବା ପାଇଁ ଧମକାଉ ଥିବା କହିଛନ୍ତି ସରପଞ୍ଚ, ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । 

ସୋର ବିଜେଡି ପାଇଁ କଣ୍ଟା ହେଲା କି ବିଜେଡି ? କଣ ପାଇଁ ନବୀନଙ୍କୁ ବିରୋଧ କରୁଛନ୍ତି ବିଜେଡି କର୍ମୀ ? ସେପଟେ ଫଳକ ଭାଙ୍ଗିଥିବା ଶିବାନୀଶଙ୍କର ରାୟ ଏବଂ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ କରିବା ପରେ ମୁହଁ ଖୋଲିଛନ୍ତି ସୋର ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି ନେତା ଶିବାନୀଶଙ୍କର ରାୟ

ପୂର୍ବରୁ ବିଜେଡି ବିଧାୟକ ଏବଂ ବିଜେଡି ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ, ଏବେ ଆମ ଓଡିଶା ନବୀନ ଓଡିଶା ଫଳକ ଭଙ୍ଗା ଘଟଣା ସୋର ରାଜନୀତିକୁ ଆହିରି ସରଗରମ କରିଛି । ସୋର ବିଜେଡି କନ୍ଦଳ ଏବେ ଦିନକୁ ଦିନ ଉଗ୍ର ନେଉଛି । ଏବେ ସରପଞ୍ଚ ଏବେ ସମିତି ସଭ୍ୟା ନିଜକୁ ଅସୁରକ୍ଷିତ ମାଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: