Fire Safety / ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲିଛି ଏକାଧିକ ଅନୁଷ୍ଠାନ; ଚିଠି ଲେଖି କାହିଁକି ଚୁପ୍ ଅଗ୍ନିଶମ ବିଭାଗ ?
·8 months ago·2 min read

Key Points
ଶତାଧିକ ଅନୁଷ୍ଠାନ, ଲକ୍ଷାଧିକ ଟଙ୍କାର ବ୍ୟବସାୟ । ହେଲେ ଧନ ଜୀବନ ସୁରକ୍ଷା ପ୍ରତି ନାହିଁ କାହାର ଧ୍ୟାନ । ବାଲେଶ୍ଵର ଜିଲ୍ଲାରେ ଶତାଧିକ ଅନୁଷ୍ଠାନ ରହିଥିବା ବେଳେ ମାତ୍ର ୯ଟି ସଂସ୍ଥା ପାଇଛନ୍ତି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ।
ବାଲେଶ୍ଵର: ସହର ସମ୍ପ୍ରସାରିତ ହେବା ସହ ବଢ଼ି ଚାଲିଛି ଅନୁଷ୍ଠାନ । ହୋଟେଲରୁ ନେଇ ବ୍ୟାଙ୍କ, ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ରୁ ନେଇ ସପିଂ ମଲ୍ ଖୋଲିବାରେ ଲାଗିଛି । ହେଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି କାହାରି ଖାତିର୍ ନାହିଁ । ବିନା ଅଗ୍ନି ନିରାପତ୍ତାରେ ବାଲେଶ୍ୱରରେ ମୁଣ୍ଡ ଟେକିଛି ଏକାଧିକ ଅନୁଷ୍ଠାନ । ଜିଲ୍ଲାରେ ଶତାଧିକ ଅନୁଷ୍ଠାନରୁ ମାତ୍ର ୯ଟି ପାଇଛନ୍ତି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ।
ଶତାଧିକ ଅନୁଷ୍ଠାନ, ଲକ୍ଷାଧିକ ଟଙ୍କାର ବ୍ୟବସାୟ । ହେଲେ ଧନ ଜୀବନ ସୁରକ୍ଷା ପ୍ରତି ନାହିଁ କାହାର ଧ୍ୟାନ । ବାଲେଶ୍ଵର ଜିଲ୍ଲାରେ ଶତାଧିକ ଅନୁଷ୍ଠାନ ରହିଥିବା ବେଳେ ମାତ୍ର ୯ଟି ସଂସ୍ଥା ପାଇଛନ୍ତି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ । ବାରମ୍ବାର ନୋଟିସ୍ ସୁଦ୍ଧା ଅଗ୍ନିଶମ ବିଭାଗର ତାଗିଦ୍କୁ କେହି ଖାତିର୍ କରୁ ନାହାନ୍ତି । ଏମିତିକି ସହରରେ ଥିବା ସୁଉଚ୍ଚ ଅଟ୍ଟାଳିକା, ମଲ୍, ମଣ୍ଡପ, ବ୍ୟାଙ୍କ ଅନେକଙ୍କ ନିକଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ।
ଏଥିସହ ପଢ଼ନ୍ତୁ: ଜମି ଡିଲ୍କୁ ନେଇ ବ୍ୟବସାୟୀଙ୍କୁ ଅପହରଣ; ୨ କୋଟି ଡିମାଣ୍ଡ, ୪୦ ଲକ୍ଷରେ ଡିଲ୍..
ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୫ ମିଟର ମଧ୍ୟରେ ଥିବା ଅନୁଷ୍ଠାନକୁ ଡେପୁଟି ଫାୟାର ଅଫିସର ଦେବେ ଅନୁମତି । ଏହା ଉପର ଅନୁଷ୍ଠାନକୁ ଅଗ୍ନିଶମ ମୁଖ୍ୟାଳୟ କଟକରୁ ଅନୁମତି ଆଣିବାକୁ ପଡ଼ିବ । ତେବେ ୧୫ ମିଟର ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଏକାଧିକ ହୋଟେଲ, ବ୍ୟାଙ୍କ, ମଲ ଯାଉଥିବା ବେଳେ ମାତ୍ର ୯ ଜଣଙ୍କୁ ଛାଡ଼ିଦେଲେ କେହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି ।
ସେପଟେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ୨୦୦ରୁ ଅଧିକ ଅନୁଷ୍ଠାନକୁ ଚିଠି ଲେଖିଛି ଅଗ୍ନିଶମ ବିଭାଗ । କିନ୍ତୁ ମାତ୍ର ୯ ଜଣଙ୍କୁ ମିଳିଛି ଅଗ୍ନି ନିରାପତ୍ତା ଲାଇସେନ୍ସ । ଶତାଧିକ ଅନୁଷ୍ଠାନ ଅଗ୍ନି ନିରାପତ୍ତା ଲାଇସେନ୍ସ ପାଇ ନଥିବା ବେଳେ ଅଗ୍ନିଶମ ବାହିନୀ କାହିଁକି ଚୁପ୍ ବସିଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବେଙ୍ଗାଲୁରୁ ପରେ ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବେ ଉଭା ହେଉଛି ଓଡ଼ିଶା
କ'ଣ କୌଣସି ଆକସ୍ମିକ ଅଘଟଣକୁ ଅନାଇ ବସିଛି କି ବାଲେଶ୍ଵରର ଅଗ୍ନିଶମ ବିଭାଗ ? ନା ଅଗ୍ନିଶମ ବିଭାଗର ତାଗିଦ୍କୁ ନାହିଁ ଅନୁଷ୍ଠାନ ମାନଙ୍କର ଖାତିର୍ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅନୁଷ୍ଠାନରେ ଅଚାନକ ଅଗ୍ନିକାଣ୍ଡ ଘଟିଲେ କିଏ ହେବ ଦାୟୀ ? ନିୟମର ବେଖାତିର୍ ପାଇଁ ଧନ ଜୀବନ ହାନି ହେଲେ କିଏ ହେବ ଉତ୍ତରଦାୟୀ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories