FM College Controversy / ଚର୍ଚ୍ଚାରେ ବାଲେଶ୍ୱର FM କଲେଜ୍: ଛାତ୍ରୀଙ୍କୁ WhatsAppରେ ଅଶ୍ଲୀଳ ମେସେଜ୍ କରନ୍ତି ସାର୍
·4 months ago·2 min read

Key Points
ଚର୍ଚ୍ଚାରେ ପୁଣି ବାଲେଶ୍ୱର FM କଲେଜ୍
ଛାତ୍ରୀଙ୍କୁ HODଙ୍କ ପ୍ରେମ ନିବେଦନ !
ଛାତ୍ରୀଙ୍କୁ HODଙ୍କ ପ୍ରେମ ନିବେଦନ !
ପୁଣି ଚର୍ଚ୍ଚାରେ ବାଲେଶ୍ୱର FM କଲେଜ୍ । ଏଫ୍ ଏମ୍ କଲେଜ୍ ର ଓଡ଼ିଆ ବିଭାଗର ଏଚ୍ ଓ ଡି ପ୍ରେମ ନିବେଦନ କରୁଛନ୍ତି ଜଣେ ଛାତ୍ରୀଙ୍କୁ। ଏନେଇ ପୂର୍ବରୁ ଜଣେ ଛାତ୍ରୀ ରିଯୋନାଲ ଡ଼ାଇରେକ୍ଟର ଙ୍କ ନିକଟରେ ଏକ ବେନାମୀ ଚିଠିରେ ଅଭିଯୋଗ କରିଥିଲେ। ପରେ ଘଟଣାର ତଦନ୍ତ କରୁଛି ଆଇ ସି ସି, ଏବଂ ସମ୍ପୃକ୍ତ ପ୍ରଫେସର୍ ସନ୍ତୋଷ କୁମାର ନାୟକଙ୍କୁ ମଧ୍ୟ ଏଚ ଓ ଡି ପଦରୁ ଅନ୍ତର ରଖାଯାଇଛି । ହେଲେ ଏବେ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ସନ୍ତୋଷ ନାୟକ ପିଲାମାନଙ୍କ ଦ୍ଵାରା ଏକାଧିକ ଛାତ୍ରଛାତ୍ରୀ ମାନଙ୍କ ଫୋନ୍ ରୁ whatsapp ଚାଟ୍ ଡିଲିଟ କରୁଥିବା ଅଭିଯୋଗ ହେଉଛି।
ଏ ନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର whatsapp ଚାଟ୍ ମଧ୍ୟ ଏବେ ଭାଇରାଲ ହେଉଛି। ତେବେ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନ୍ ରୁ ଡିଲିଟ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ସେମିତି ବିଭାଗରେ ଅନେକ ଛାତ୍ର ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଲେଖିଛନ୍ତି ଛାତ୍ରଛାତ୍ରୀ। ନିଜସ୍ୱ ଲିଖିତ ପୁସ୍ତକ କିଣିବା ପାଇଁ ବାଧ୍ୟ କରିବା ନଚେତ୍ ପରୀକ୍ଷାରେ ବ୍ୟାକ୍ ଲଗାଇ ଦେବାର ଧମକ ଦିଆଯାଉଛି ବୋଲି ଆଇ ସି ସି ନିକଟରେ ଅଭିଯୋଗ ହୋଇଛି।
ଏଥିସହ ପଢ଼ନ୍ତୁ: ମାଲବୁହା ଗାଡିରେ ଯାତ୍ରୀ ପରିବହନ ଉପରେ ଅଙ୍କୁଶ, ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡ଼ି ପଞ୍ଜିକରଣ
କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଏବଂ ଯେଉଁ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଟାର୍ଗେଟ କରି ବ୍ୟାକ ଲଗାଇ ଦିଆଯାଉଥିବା ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଅଭିଯୁକ୍ତ ପ୍ରଫେସର ସନ୍ତୋଷ ନାୟକଙ୍କ ବିରୋଧରେ ୯ଜଣ ଛାତ୍ର ଛାତ୍ରୀ ଆଇସିସି ନିକଟରେ ଲିଖିତ ଅଭିଯୋଗ କରି କହିଛନ୍ତି ଆମକୁ ନ୍ୟାୟ ଦେବା ସହ ଆମ ଭବିଷ୍ୟତ ସହିତ ଖେଳାନଯାଉ। ସେପଟେ ଘଟଣା ସମ୍ପର୍କରେ ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିବାରୁ ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ସହ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେବି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ମନରୁ ଲିଭି ନଥିବାବେଳେ ପୁଣି ଥରେ ବାଲେଶ୍ୱର ଏଫ ଏମ କଲେଜର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯାହା ପରେ ଛାତ୍ର ଛାତ୍ରୀ ସେହି କଲେଜରେ କେତେ ସୁରକ୍ଷିତ ତାକୁ ନେଇ ଉଠୁଛି ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories