Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଲବୁହା ଗାଡିରେ ଯାତ୍ରୀ ପରିବହନ ଉପରେ ଅଙ୍କୁଶ, ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡ଼ି ପଞ୍ଜିକରଣ

Odisha

Odisha Transport Rules / ମାଲବୁହା ଗାଡିରେ ଯାତ୍ରୀ ପରିବହନ ଉପରେ ଅଙ୍କୁଶ, ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡ଼ି ପଞ୍ଜିକରଣ

Santosh Kumar Sahoo
Browse all articles by Santosh Kumar Sahoo
·2 days ago·2 min read
ମାଲବୁହା ଗାଡିରେ ଯାତ୍ରୀ ପରିବହନ ଉପରେ ଅଙ୍କୁଶ, ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡ଼ି ପଞ୍ଜିକରଣ
Odisha Transport Rules

Key Points

ମାଲବୁହା ଗାଡିରେ ଯାତ୍ରୀ ବନ୍ଦ
ନିୟମ ଭାଙ୍ଗିଲେ ରଦ୍ଦ ହେବ RC!
୮ ମେ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ
ମାଲବୁହା ଗାଡ଼ିରେ ଯାତ୍ରୀ ପରିବହନ ଉପରେ ଲାଗିଲା ଅଙ୍କୁଶ । ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଏହି ନିୟମ କଡ଼ାକଡ଼ି ଭାବରେ ପାଳନ ହେବ । ମେ` ୮ ତାରିଖ ଯାଏ ପ୍ରାଧିକରଣ ପକ୍ଷରୁ ହେବ ସ୍ପେଶାଲ ଡ୍ରାଇଭ । ନିୟମ ଭାଙ୍ଗି ଧରାପଡିଲେ ସଙ୍ଗେ ସଙ୍ଗେ ରଦ୍ଦ ହେବ ଗାଡ଼ି ପଞ୍ଜିକରଣ ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣାକୁ ନେଇ ରାଜ୍ୟ ପରିବହନ ପ୍ରାଧିକରଣ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି । ଏକ ମାଲବୁହା ଗାଡ଼ିରେ ଯାତ୍ରୀ ନେଇଯାଉଥିଲା ବେଳେ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟ ଓ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହା ପରେ ଆକ୍ସନ ମୋଡରେ ରାଜ୍ୟ ପରିବହନ ପ୍ରାଧିକରଣ ।
ତେବେ ରାଜ୍ୟରେ ଏଭଳି ଘଟଣା ଯେପରି ପୁର୍ନବାର ନ ଘଟିବ ସେଥିପାଇଁ ମାଲବୁହା ଗାଡ଼ିରେ ଯାତ୍ରୀ ପରିବହନ ମନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣ । ବିଗତ ଦିନରେ ମାଲବୁହା ଗାଡିରେ ଯାତ୍ରୀ ପରିବହନକୁ ନେଇ ଅନେକ ସ୍ପେଶାଲ ଡ୍ରାଇଭ କରାଯାଇଛି । କିନ୍ତୁ ଏବେ ଠାରୁ ପଞ୍ଜିକରଣ ରଦ୍ଧ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣ ଅତରିକ୍ତ କମିଶନର ଦୀପ୍ତି ରଞ୍ଜନ ପାତ୍ର ।

ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ଼ ବିଭ୍ରାଟ, ସେବାୟତ ବିବାଦ ଯୋଗୁଁ ହୋଇପାରିଲାନି ଚାପ ଖେଳ


ବିଶେଷକରି ରାଜ୍ୟରେ ଶ୍ରମିକ ଶ୍ରେଣୀୟ ଲୋକମାନେ ମାଲ ବୁହା ଗାଡ଼ିରେ ଯିବାର ନଜର ରହିଛି । ଯାହା ଦାୟିତ୍ବହୀନତାର ପରିଚୟ । ତେଣୁ ଗାଡି ମାଲିକ ସାବଧାନ ହେବା ପାଇଁ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଏହାସହ ବେଆଇନ ଗାଡି ପରିବହନ ଉପରେ ଏନ୍ଫୋର୍ସମେଣ୍ଟ ପାଇଁ ଟିମ ଗଠନ ହୋଇଛି । ସବୁ ଜିଲ୍ଲାରେ ଏମାନେ କାର୍ଯ୍ୟ ଆରମ୍ଭ କରିବେ । ଯେଉଁ ମାଲ ଗାଡି ଯାତ୍ରୀ ପରିବହନ କରୁଛି ସେଥିରୁ ସେ ନିବୃତ ରୁହନ୍ତୁ ନଚେତ ଆକ୍ସନ ହେବା ଥୟ ବୋଲି କହିଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣ ଅତରିକ୍ତ କମିଶନର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Cracks Down on Passenger Transport in Goods Vehicles | Registration to be Cancelled | Argus News