|
logo
Live
Argus News App
GET APP

Argus News - ମେଡିକାଲ୍ କଲେଜ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ; ନାହାନ୍ତି ହୃଦ୍‌ରୋଗ ଡାକ୍ତର, ଲୋକଙ୍କୁ ମିଳୁନି ଚିକିତ୍ସା

Odisha

Balasore Hospital / ମେଡିକାଲ୍ କଲେଜ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ; ନାହାନ୍ତି ହୃଦ୍‌ରୋଗ ଡାକ୍ତର, ଲୋକଙ୍କୁ ମିଳୁନି ଚିକିତ୍ସା

Sushanta Sahoo
Browse all articles by Sushanta Sahoo
·4 months ago·2 min read
ମେଡିକାଲ୍ କଲେଜ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ; ନାହାନ୍ତି ହୃଦ୍‌ରୋଗ ଡାକ୍ତର, ଲୋକଙ୍କୁ ମିଳୁନି ଚିକିତ୍ସା
Lack of specialists in Balasore

Key Points

ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବାକୁ ୭ ବର୍ଷ ବିତିବାକୁ ବସିଲାଣି । ହେଲେ ରୋଗୀଙ୍କ ହାର୍ଟ ଅପରେସନ୍ ତ ଦୂରର କଥା ପ୍ରାଥମିକ ଚିକିତ୍ସା ବି ହୋଇପାରୁ ନାହିଁ ।
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି କର୍କଟ ଓ ହୃଦ୍‌ରୋଗ ବିଭାଗର ଜଣେ ହେଲେ ବି ଡାକ୍ତର । ୩୦ ଲକ୍ଷ ଜନସଂଖ୍ୟା ହାର ବାଲେଶ୍ଵରରେ ସାମନାକୁ ଆସିଲା ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ଅବ୍ୟବସ୍ଥାର ଚିତ୍ର । କେବଳ ରୋଗୀଙ୍କୁ ବାଲେଶ୍ଵରରୁ କଟକ ରେଫରରେ ସୀମିତ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀ: ମୁଣ୍ଡ ନୂଆଁଇ ଭିଡିଓ ହଟାଇଲେ ଶୁଭଙ୍କର ମିଶ୍ରା

ଜିଲ୍ଲାରେ ବଢ଼ୁଛି ଜନସଂଖ୍ୟା । ହେଲେ ଜନସଂଖ୍ୟା ଅନୁଯାୟୀ ନାହାନ୍ତି ବିଶେଷଜ୍ଞ ଡାକ୍ତର । ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବାକୁ ୭ ବର୍ଷ ବିତିବାକୁ ବସିଲାଣି । ହେଲେ ରୋଗୀଙ୍କ ହାର୍ଟ ଅପରେସନ୍ ତ ଦୂରର କଥା ପ୍ରାଥମିକ ଚିକିତ୍ସା ବି ହୋଇପାରୁ ନାହିଁ । କାରଣ ମେଡିକାଲ୍ କଲେଜ ପ୍ରତିଷ୍ଠାର ୭ ବର୍ଷ ପରେ ବି ଏଠି ନାହାନ୍ତି ଜଣେ ବି ହୃଦରୋଗ ବିଶେଷଜ୍ଞ ।

ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲୋକେ କହିଛନ୍ତି, "ପୂର୍ବରୁ ଯାହା ସମସ୍ୟ ଥିଲା ଏବେବି ସେୟା ଅଛି । ଜିଲ୍ଲା ଚିକିତ୍ସାଳୟ ହସ୍ପିଟାଲ୍‌ରେ ପରିଣତ ହେଲା । କିନ୍ତୁ ହୃଦ୍‌ ରୋଗ ହେଲେ କଟକ, ଭୁବନେଶ୍ଵର ସମସ୍ତଙ୍କ ପାଇଁ ଭରସା ହେଉଛି ।"

ପ୍ରତିଦିନ ୩୦ରୁ ଅଧିକ ହୃଦ୍‌ରୋଗୀ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟକୁ ଆସୁଛନ୍ତି । ପହଞ୍ଚିବା ମାତ୍ରେ ପ୍ରାଥମିକ ଚିକିତ୍ସା ଦିଆ ନଯାଇ ସଙ୍ଗେ ସଙ୍ଗେ ସ୍ଥାନାନ୍ତର କରି ଦିଆ ଯାଉଛି । ବାଲେଶ୍ଵରରେ ଚିକିତ୍ସା ନପାଇ ରୋଗୀ କଟକ ଓ ଭୁବନେଶ୍ଵର ଦୌଡ଼ୁଛନ୍ତି ।

ଏଥିସହ ପଢ଼ନ୍ତୁ: ଦେଢ଼ ବର୍ଷରେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ଭିଜିଲାନ୍ସରେ ୩୧୮ ମାମଲା; ୨୦୮.୨୪ କୋଟିର ସମ୍ପତ୍ତି ଜବତ

ସବୁଠାରୁ ବଡ଼ କଥା, ଗୁରୁତର ରୋଗୀ କଟକ ପହଞ୍ଚିବା ବେଳକୁ ଅଧା ରାସ୍ତାରେ ଜୀବନ ମଧ୍ୟ ଚାଲି ଯାଉଛି । ଅନ୍ୟପଟେ ସମସ୍ୟା ବାବଦରେ ପଚାରିବାରୁ ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୂର ବିକାଶ କହିଛନ୍ତି, "ସରକାରଙ୍କୁ ଅବଗତ କରାଯାଇଛି । ଯଥାଶୀଘ୍ର ଏହାର ସମାଧାନ କରାଯିବାକୁ ପ୍ରୟାସ କରାଯାଉଛି । ଏବେ ଭେଷଜ ବିଶେଷଜ୍ଞ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରୁଛନ୍ତି । ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିଲେ ସେମାନଙ୍କୁ ଅନ୍ୟତ୍ର ରେଫର୍ କରାଯାଉଛି ।" ତେବେ ଦେଖିବାର କଥା ବାଲେଶ୍ଵରରେ ହୃଦ୍‌ ରୋଗ ବିଶେଷଜ୍ଞଙ୍କୁ କେବେ ମିଳୁଛି ନିଯୁକ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Balasore Hospital: ମେଡିକାଲ୍ କଲେଜ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ; ନାହାନ୍ତି ହୃଦ୍‌ରୋଗ ଡାକ୍ତର, ଲୋକଙ୍କୁ ମିଳୁନି ଚିକିତ୍ସା | Argus News