Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ନୀତିର ଗନ୍ତାଘରେ ଉବୁଟୁବୁ ହେଉଛି ବାଲେଶ୍ଵର ପୌରପାଳିକା

Odisha

ଦୁର୍ନୀତିର ଗନ୍ତାଘରେ ଉବୁଟୁବୁ ହେଉଛି ବାଲେଶ୍ଵର ପୌରପାଳିକା

Ritu Das
Browse all articles by Ritu Das
·2 years ago·2 min read
ଦୁର୍ନୀତିର ଗନ୍ତାଘରେ ଉବୁଟୁବୁ ହେଉଛି ବାଲେଶ୍ଵର ପୌରପାଳିକା

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଆମ ଜଳାଶୟ ନବୀକରଣ କାର୍ଯ୍ୟକୁ ଅନ୍ତର୍ଗତ କରାଯାଇ ବାଲେଶ୍ଵର ପୌର ପାଳିକାର ୧୬ଟି ଜଳାଶୟକୁ ନବୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ଜଳାଶୟ ଗୁଡ଼ିକର ପଙ୍କ, ଦଳ ଉଦ୍ଧାର କରାଯିବା ସହ ଆବର୍ଜନା ମୁକ୍ତ କରାଯିବ। ଏହା ସହ ପୋଖରୀ ଚାରିପଟେ ଆଲୋକୀକରଣ, ପାଥ ୱେ, ଛୋଟ ପିଲାଙ୍କ ପାଇଁ ଖେଳନା ସରଞ୍ଜାମର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଯୋଜନାକୁ ୨ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ୫ ଟି ଜଳାଶୟର ନବୀକରଣ କରାଯାଇଥିବା ବେଳେ ୧୧ ଟି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେଲା ନାହିଁ । କେତେବେଳେ ବର୍ଷା ଦିନ ତ ଆଉ କେତେବେଳେ କରୋନା ସମୟ କହି ଅଧାପନ୍ତରିଆ ଭାବେ ପଡି ରହିଛି। ଅନ୍ୟପଟେ ନବୀକରଣ କରାଯାଇଥିବା ଜଳାଶୟ ଗୁଡିକ ଆବର୍ଜନାରେ ଭରି ରହିଥିବା ବେଳେ ପୌରପାଳିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ।

ସେହିପରି ସହରବାସୀଙ୍କ ଚିତ୍ତବିନୋଦନ ଲାଗି ସହର ମଧ୍ୟରେ ଥିବା ୬ ଟି ପୋଖରୀ ପାଇଁ ୩ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସେଥିମଧ୍ୟରୁ ସହର ୨ ନମ୍ବର ୱାର୍ଡର ବଡଖୁଆ ପୋଖରୀର ପୁନରୁଦ୍ଧାର ପାଇଁ ସର୍ବାଧିକ ୧ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଫଳକକୁ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ୩୦ ପ୍ରତିଶତ କାମ ହୋଇନାହିଁ। ସ୍ଥାନୀୟ ବାସିନ୍ଦା ବାରମ୍ବାର ପୌର ପାଳିକା ପାଖରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ବାଲେଶ୍ଵର ପୌର ପାଳିକାର ଅଧ୍ୟକ୍ଷ କହିଛନ୍ତି ସମସ୍ତ ଜଳାଶୟର ଡ୍ରୋନ ସର୍ଭେ ସରିଯାଇଛି। କେତେକ ଜଳାଶୟର କାମ ସରିଯାଇଥିବା ବେଳେ ଆଉ କେତେକର କାମ ଚାଲିଛି । ଏଥି ଲାଗି ଟଙ୍କା ମଧ୍ୟ ମଞ୍ଜୁର ହୋଇ ସାରିଛି। ଖୁବ୍ ଶୀଘ୍ର କାମ ଶେଷ ହେବ । 

ଫଳକକୁ ବର୍ଷ ବର୍ଷ ବିତି ଯାଇଥିଲେ ସୁଦ୍ଧା କାମ ଅଧାପନ୍ତରିଆ। ଯୋଜନାକୁ ଧାର୍ଯ୍ୟ ସମୟରେ ସାରିବାକୁ ନିର୍ଦ୍ଦେଶ ଆସିଥିବା ବେଳେ ପୌର ପାଳିକାର ଅଧ୍ୟକ୍ଷ ଓ ଅଧିକାରୀଙ୍କ ସମନ୍ୱୟ ନ ଥିବାରୁ କାମ ଆଗେଇ ପାରୁନାହିଁ। ତେବେ ଦେଖିବାକୁ ବାକୁ ରହିଲା କେବେ ଜଳାଶୟ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Argus Whatsapp Channel Mobile Top
Sponsored
Balasore municipality | Argus News