Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାମରେ ଆସୁନି ବାଲେଶ୍ୱର ସରକାରୀ ବସଷ୍ଟାଣ୍ଡ 

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାମରେ ଆସୁନି ବାଲେଶ୍ୱର ସରକାରୀ ବସଷ୍ଟାଣ୍ଡ 

Key Points

  • କାମରେ ଆସୁନି ବାଲେଶ୍ବର ସରକାରୀ ବସଷ୍ଟାଣ୍ଡ 
  • ଖର୍ଚ୍ଚ ହୋଇଛି ୧୦ କୋଟି ଟଙ୍କା 
  • ହେଲେ ଯାତ୍ରୀଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା
  • ବସ୍‌ ପରିଚାଳନା ନେଇ ବିଧିବଦ୍ଧ ବ୍ୟବସ୍ଥା ନାହିଁ
  • ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି ନୂଆ ବସଷ୍ଟାଣ୍ଡ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ବସଷ୍ଟାଣ୍ଡର ଦୃଶ୍ୟ । କେତେ ଶୋଚନୀୟ ଅବସ୍ଥା। ଯୁଆଡ଼େ ଚାହିଁବେ, ସିଆଡ଼େ କୁଢ କୁଢ ଅଳିଆ। ନା’ କେହି ସଫେଇ କରୁଛନ୍ତି । ନା’ ଏଠି ଯାତ୍ରୀଙ୍କ ସମସ୍ୟା ପ୍ରତି କେହି ଗୁରୁତ୍ବ ଦେଉଛନ୍ତି । ଏପରିକି ବସଷ୍ଟାଣ୍ଡରେ ଶୌଚାଳୟ ଟିଏ ବି ନାହିଁ। ବସଷ୍ଟାଣ୍ଡରୁ ପ୍ରତିଦିନ ବାଲିଆପାଳ, ଭୋଗରାଇ, ଜଳେଶ୍ବର, ନୀଳଗିରି, ଉଦଳା, ରାଇରଙ୍ଗପୁର ସମେତ ବାରିପଦା, ଭୁବନେଶ୍ବର, ରାଉରକେଲା, ବଲାଙ୍ଗିର, ଗଞ୍ଜାମ, କଲିକତାକୁ ନିୟମିତ ବସ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ବସଷ୍ଟାଣ୍ଡ ଉପରେ ନିର୍ଭରଶୀଳ । ଭଲ କରି ଦେଖନ୍ତୁ ଏହି ବସ୍‌ ଷ୍ଟାଣ୍ଡର ପରିବେଶକୁ । ଅବ୍ୟବସ୍ଥା ମଧ୍ୟରେ ବସଷ୍ଟାଣ୍ଡରେ ଯାତ୍ରୀ ସେବା ଚାଲୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ବସଷ୍ଟାଣ୍ଡରୁ ଜିଲ୍ଲାକୁ ଜିଲ୍ଲା, ବିଭିନ୍ନ ବ୍ଲକ୍‌ରୁ ସଦର ମହକୁମା ଓ ପଡ଼ୋଶୀ ରାଜ୍ୟମାନଙ୍କୁ ୨୦୦ରୁ ଅଧିକ ବସ୍‌ ଯାତ୍ରାୟାତ କରୁଛି । ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ଓଡ଼ିଶା ସରକାରଙ୍କର ‘‘ଉନ୍ନତି’’ ଯୋଜନାରେ ୯ କୋଟି ୭୧ ଲକ୍ଷ ୩୫ ହଜାର ୫୫୧ ଟଙ୍କା ବ୍ୟୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ୨୮୦୦ ବର୍ଗ ମିଟରରେ ନିର୍ମିତ ଏହି ବସଷ୍ଟାଣ୍ଡରେ ଗୋଟିଏ ବସ୍‌ ଟର୍ମିନାଲ ବିଲ୍ଡ଼ିଂ, ବସ୍‌ ବେ’, ଶୌଚାଳୟ, ଯାତାୟାତ ପାଇଁ ବାମପଟେ ରାସ୍ତା ଓ ଗୋଟିଏ ମୁଖ୍ୟ ଫାଟକ ରହିଛି । ୨୦୨୩ ମସିହା ଜୁନ ମାସ ୧୫ ତାରିଖରେ ନିର୍ମାଣ କାମ ଶେଷ ହୋଇ ସେହି ବର୍ଷ ଅଗଷ୍ଟ ମାସ ୨୧ ତାରିଖରେ ବାଲେଶ୍ବର ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରୁନି । କଥାରେ ଅଛି ‘ସରକାର କା’ ମାଲ୍‌, ଦରିଆ ମେ’ ଡ଼ାଲ’ । ପରିଚାଳନାଗତ ତୃଟି ଯୋଗୁଁ ୧୦ କୋଟି ଟଙ୍କାର ପ୍ରକଳ୍ପ ଯାତ୍ରୀଙ୍କୁ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balasore Public Bus stand at not working | Argus News