Videos
|
Odisha

ବାଲେଶ୍ବର ଡିଆରଡିଓ ହନିଟ୍ରାପ ଘଟଣା ; କେମିତି ଫସିଥିଲେ ୪ କର୍ମଚାରୀ

Swayangprajna Mishra
Browse all articles by Swayangprajna Mishra
·1 year ago·4 min read
ବାଲେଶ୍ବର ଡିଆରଡିଓ ହନିଟ୍ରାପ ଘଟଣା ; କେମିତି ଫସିଥିଲେ ୪ କର୍ମଚାରୀ

ଅର୍ଗସ ବ୍ୟୁରୋ : ବାଲେଶ୍ଵରରୁ ପାକିସ୍ତାନ । ଭାୟା ହନିଟ୍ରାପ୍‌ । ନାଁ ଶୁଣିବା ପରେ ଆପଣ ନିଶ୍ଚୟ ଜାଣିସାରିଥିବେ ଆମେ DRDOର ପାକିସ୍ତାନ ଲିଙ୍କ କଥା କହୁଛୁ । ହଁ...ସେହି ବହୁ ଚର୍ଚ୍ଚିତ ଘଟଣା ଯାହା ପୁରା ବିଶ୍ଵରେ ଚର୍ଚ୍ଚା ହୋଇଥିଲା ଏବଂ ଶତ୍ରୁ ଦେଶ ପାକିସ୍ତାନ କେମିତି ଅନ୍ୟଦେଶର କର୍ମଚାରୀଙ୍କୁ ଅଶ୍ଳୀନ ଫଟୋ ଦେଖାଇ କବଜା କରୁଥିଲା ତାହାର ବି ଗୁମର ଖୋଲିଥିଲା । ଆଜିର ଯୁବପିଢି ଅନଲାଇନ୍‌ରେ ଏତେ ମଜିଯାଉଛନ୍ତି ଯେ କେଉଁଟା ଠିକ୍‌ କେଉଁଟା ଭୁଲ ତାହା ଜାଣିପାରୁନାହାନ୍ତି । ଅନଲାଇନ୍‌ଠୁ ଅଶ୍ଲୀଳତା ଏବଂ ଅଶ୍ଳୀଳତାରୁ ହନିଟ୍ରାପ୍‌ ଓ ହନିଟ୍ରାଫ୍‌ରୁ ତଥ୍ୟ ଲିକ୍‌ର ଦୂରତା କେତେ ତାହା ଆମେ ସମସ୍ତେ ଜାଣନ୍ତି । ତେବେ କଣ ଥିଲା ସେହି ଘଟଣା ? କେମିତି ଭାରତର ଅତି ଗୁରୁତ୍ଵପୂର୍ଣ୍ଣ ଜିନିଷ ଅର୍ଥାତ୍‌ ଡିଆରଡିଓର ତଥ୍ୟ ପହଞ୍ଚିଥିଲା ଶତ୍ରୁ ଦେଶରେ ।

ବାଲେଶ୍ଵରର ବହୁଚର୍ଚ୍ଚିତ ହନିଟ୍ରାପ୍ । ଯାହା ଦେଶକୁ ଦୋହଲାଇଦେଇଥିଲା । କାରଣ ଏହି ତଥ୍ୟ ସେନା ସହ ବେଶ ଜଡ଼ିତ । ସେଇଥି ଲାଗି ତ ଶତ୍ରୁ ରାଷ୍ଟ୍ର ହାତରେ ଲାଗିବାର ଅର୍ଥ ଆମ ଦେଶ ବିପଦରେ ପକାଇଥିଲା । ତେବେ କେମିତି ଘଟାଯାଇଥିଲା ସେହି ଜଘଣ୍ୟକାଣ୍ଡ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେ ଜାଣିପାବା ହନିଟ୍ରାପ୍‌ କଣ ? କେମିତି ଇୟା ଚକ୍କରରେ ପଡୁଛନ୍ତି ଆଜିର ଯୁବପିଢି.....

 ହନିଟ୍ରାପର ଅର୍ଥ ହେଉଛି ମାୟାଜାଲ । ଯେଉଁଠି କିଛି ପାଇବା ଆଶାରେ ବଡ ବଡ ଅଧିକାରୀଙ୍କୁ ନିଜ ମାୟା ଜାଲରେ ଫସାଇଥାନ୍ତି ସୁନ୍ଦରୀ ମହିଳା । । ମୁଖ୍ୟତଃ ପାକିସ୍ତାନ ଆଇଏସଆଇଏସ ସଂସ୍ଥା ପକ୍ଷରୁ ସୁନ୍ଦରୀ ମହିଳାମାନଙ୍କୁ ଏପରି ଟ୍ରେନିଂ ଦିଆଯାଏ । କିପରି ସୋସିଆଲ ମିଡିଆରେ ସେମାନେ ନିଜର ନକଲି ପ୍ରୋଫାଇଲ ତିଆରି କରି ନକଲି ପ୍ରେମ ଜରିଆରେ ଭାରତୀୟ ଯବାନ, ବଡ ବଡ କର୍ମଚାରୀଙ୍କୁ କିପରି ନିଜ ଜାଲରେ ଫସାଇ ତଥ୍ୟ ଲିକ କରିବେ , ତାହା ସେମାନଙ୍କୁ ଶିଖାଯାଇଥାଏ । ପୂର୍ବରୁ ରାଜୀବ ଗାନ୍ଧିଙ୍କ ମୃତ୍ୟୁ ସମୟରେ ତାଙ୍କ ର' ଏଜେଣ୍ଟକୁ ହନିଟ୍ରାପରେ ଫସାଯାଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରାଯାଇଥିବା ଚର୍ଚ୍ଚା ହୁଏ । ଠିକ ସେମିତି ବାଲେଶ୍ବର DRDO ର କର୍ମଚାରୀଙ୍କୁ ଫସାଇଥିଲା ଜଣେ ମାୟାବିନୀ ମହିଳା ।
 ବାଲେଶ୍ବର ଚାନ୍ଦିପୁରରେ ଥିବା DRDO ର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋସିଆଲ ମିଡିଆରେ ଖୋଲିଥିଲା ୭ଟି ଆକାଉଣ୍ଟ । ସେହି ଆକାଉଣ୍ଟରେ ଭିନ୍ନ ଭିନ୍ନ ଫଟୋର ଡିପି ଦେଇଥିଲା ସେହି ମାୟାବିନୀ ମହିଳା । 

ସେହି ଆକାଉଣ୍ଟ ଜରିଆରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ (ITR)ର ୪ ଜଣ ଠିକା କର୍ମଚାରୀଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ପ୍ରଥମେ ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ତାଙ୍କ ସହ ମେସେଜ , କଲ ଜରିଆରେ କଥାବାର୍ତ୍ତା ଆରମ୍ଭ କରିଥିଲା ପାକିସ୍ତାନୀ  ମହିଳା । ପରେ ପରେ ସେହି ଆଇଟିଆରର ଅନ୍ୟ ଠିକା କର୍ମଚାରୀ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ଏମାନେ ସମସ୍ତେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି । ଜଣକ ପରେ ଜଣେ ସମସ୍ତେ ପଡିଥିଲେ ପାକିସ୍ତାନୀ ମାୟାବିନିର ଜାଲରେ । ପ୍ରଥମେ କଥାବାର୍ତ୍ତା ଆରମ୍ଭ ହୋଇଥିଲା କଲ ଏବଂ ମେସେଜରୁ । ପରେ ପରେ ଚାଲିଥିଲା ଅଶ୍ଳୀଳ ଭିଡିଓ କଲ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ତାର ପ୍ରେମ ଜାଲରେ ପଡି DRDO ର କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ଦେଉଥିଲେ ଏହି କର୍ମଚାରୀ । କେବଳ ସେତିକି ନୁହେଁ , ତାଙ୍କ ମଧ୍ୟରୁ ୨ ଜଣଙ୍କୁ ବିବାହ କରିବାକୁ ଚାହୁଁଥିଲା ସେହି ବିଦେଶୀନି । ଏବଂ ଚାନ୍ଦିପୁର ସ୍ଥିତ ଜଣଙ୍କ ଘରକୁ ଆଶିବାକୁ ଚାହୁଁଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ବିଦେଶୀ ଟଙ୍କା ମଧ୍ୟ ଆସିଥିଲା । DRDO କ୍ୟାମ୍ପସର ଏସବିଆଇ ଆକାଉଣ୍ଟରେ ଟଙ୍କା କାରବାର ଚାଲିଥିଲା । ସେପଟୁ ଟଙ୍କା ପଠାଉଥିଲେ ପାକିସ୍ତାନୀ ମହିଳା । ଟଙ୍କା ପାଇବା ଆଶାରେ ହନିଟ୍ରାପର ଶିକାର ହୋଇଥିଲେ ୪ ଅଭିଯୁକ୍ତ । ଆନ୍ତର୍ଜାତୀୟ କଲ ମାଧ୍ୟମରେ ତଥ୍ୟ ଆଦାନପ୍ରାଦନ ହେଉଥିଲା । 

ବିଦେଶୀ ଟଙ୍କାର ସୁରାଗ ପାଇବା ପରେ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୬ ଜଣିଆ ଟିମ୍। ଏହାପରେ ଗତ ୩ ଦିନ ଧରି ତନାଘନା କରି ସେହି ୪ ଜଣଙ୍କୁ ଗିରଫ କରାଯାଇଥିଲା ।
ତେବେ ତଦନ୍ତରୁ ଯାହା ଜଣା ପଡିଥିଲା , ରହସ୍ୟମୟୀ ମହିଳା ଜଣକ ଫୋନ୍‌ରେ ମଧ୍ୟ କଥା ହେଉଥିଲେ। ସେ ୟୁକେ ଫୋନ୍‌ ନମ୍ବର ବ୍ୟବହାର କରୁଥିଲେ। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ସମୁଦାୟ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । 

ଗିରଫ ଅଭିଯୁକ୍ତଙ୍କଠାରୁ ସତ ଓଗାଳିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ଆଣିଥିଲା। କ୍ରାଇମବ୍ରାଞ୍ଚ, ଏନ୍‌ଆଇଏ ଓ ଏୟାରଫୋର୍ସ ଟିମ୍‌ ୫ ଅଭିଯୁକ୍ତଙ୍କୁ ଘନଘନ ଜେରା କରିଥିଲା। ଜେରାରୁ ଜଣା ପଡିଥିଲା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ କରିଥିଲା ବିଦେଶୀନି । କାରଣ ଦେଶର ସୁରକ୍ଷା ପାଇଁ ଯେଉଁଠୁ ମିଜାଇଲ୍ ଓ ଅନ୍ୟ ଯୁଦ୍ଧାସ୍ତ୍ର ପରୀକ୍ଷଣ ହୁଏ, ଶତ୍ରୁପକ୍ଷଙ୍କ  ହାତକୁ ଯାଇଛି ସେହି ସ୍ଥାନର ସମ୍ବେଦନଶୀଳ ତଥ୍ୟ । ରାୱଲପିଣ୍ଡିରୁ ମହିଳାମାନେ ଏପରି କାର୍ଯ୍ୟ କରୁଥିବା ଖବର ଆସିଥିଲା । 

ଏହି ଘଟଣା ପରେ ପରେ ପୁଣି ଆଇଟିଆରର ଆଉ ଏକ ଟେକ୍ନିକାଲ କର୍ମଚାରୀ ବାବୁରାମ ଦେକୁ ଫସିଥିଲେ ଆଉ ଏକ ପାକିସ୍ତାନୀ ମାୟାବିନୀର ଜାଲରେ । ୱାଟସ୍‌ ଅପ ଜରିଆରେ ଅନେକ ଗୁପ୍ତ ତଥ୍ୟ ଦେଉଥିଲା ବାବୁରାମ । ଜଣା ପଡିବା ପରେ କ୍ରାଇମବ୍ରାଞ୍ଚ ଜରିଆରେ ଘଟଣାର ତଦନ୍ତ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । 

ପୂର୍ବରୁ ଅନେକ ପ୍ରତିରକ୍ଷା ଅଧିକାରୀ ହନି ଟ୍ରାପ ଯୋଗେ ଫସି ଅତ୍ୟନ୍ତ ଗୋପନୀୟ ତଥ୍ୟକୁ ସେୟାର କରିଛନ୍ତି। ଭାରତରୁ ଗୁରୁତ୍ବପୂର୍ଣ୍ଣ ସାମରିକ ସୂଚନା ପାଇବା ପାଇଁ ପାକିସ୍ତାନ ଏହି ମାଧ୍ୟମର ବହୁଳ ବ୍ୟବହାର ଗତ କିଛିବର୍ଷ ହେଲା କରିଆସୁଛି। ପାକିସ୍ତାନ ସେନାର ମୁଖ୍ୟାଳୟ ହେଉଛି ରାୱଲପିଣ୍ଡି। ସେଠାରେ ଫାତିମା ଜିନ୍ନା ମହିଳା ବିଶ୍ବବିଦ୍ୟାଳୟ ରହିଛି। ସେଠାରେ ହନି ଟ୍ରାପ ପାଇଁ ବଛା ଯାଇଥିବା ମହିଳାଙ୍କୁ ତାଲିମ ଦିଆଯାଇଥାଏ। ଏହି ବିଷୟ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୧୯ରେ ପ୍ରଥମ ଥର ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ସ୍ପେସାଲିଷ୍ଟ ପଦବି ପାଇଁ ଏକ ବିଜ୍ଞାପନ ଜାରି ହୋଇଥିଲା। ତେବେ ଏହି ହନିଟ୍ରାପକୁ ରୋକା ନ ଗଲେ ଭାରତର ଅକ୍ଷୁର୍ଣ୍ଣତା ଉପରେ ଆଂଚ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।