Videos
|
Odisha

ପୁଣି ମିଳିଲା ବାଲେଶ୍ବର ପୋଲିସକୁ ବଡ଼ ସଫଳତା

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁଣି ମିଳିଲା ବାଲେଶ୍ବର ପୋଲିସକୁ ବଡ଼ ସଫଳତା

ଅର୍ଗସ ବ୍ୟୁରୋ: ପୁଣି ମିଳିଲା ବାଲେଶ୍ବର ପୋଲିସକୁ ବଡ଼ ସଫଳତା । କିଛି  ଦିନ ତଳେ ଅର୍ଥାତ ଏହି ମାସ ୨୪ ତାରିଖରେ ୬ ଜଣିଆ ବାଇକ ଚୋର ଗ୍ୟାଙ୍ଗକୁ ବାଲେଶ୍ବର ପୋଲିସ ଫର୍ଦ୍ଦାଫାସ କରିଥିବା ବେଳେ ଆଜି ପୁଣି ଆଉ ଏକ ଗ୍ୟାଙ୍ଗକୁ ଧରିଛି ବାଲେଶ୍ବର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଚୂନଭାଟି ଅଞ୍ଚଳର କଶମିଳା ଠାରେ ପେଟ୍ରୋଲିଂ ଭ୍ୟାନ ଚେକିଂ କରୁଥିବା ବେଳେ କିଛି ଯୁବକକୁ ମାଡି ବସିଥିଲେ। ସେମାନଙ୍କ ପାଖରୁ ୨ ଟି ମାରଣାସ୍ତ୍ର ଜବତ କରାଯାଇଛି। ଉଭୟ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ ଚୋରି ହୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ତତ୍ତ୍ୱାବଧାନରେ ସିଟି ଡିସିପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ୧୨ ଜଣିଆ ବାଇକ ଚୋରି ଆସାମୀକୁ ଗିରଫ କରିଛି। ସେଥି ମଧ୍ୟରୁ ୨ ଜଣ ନାବାଳକ ଥିବାର ସୂଚନା ମିଳିଛି। ଉକ୍ତ ଗ୍ୟାଙ୍ଗଙ୍କ ଭିତରୁ ଅନେକ ଜଣଙ୍କ ନାମରେ ପୂର୍ବରୁ ଥାନାରେ ମାମଲା ରହିଛି। ସେମାନଙ୍କ ନିକଟରୁ ୧୭ଟି ବାଇକ, ୪ ଟି ଟ୍ରାକ୍ଟର ପୋଲିସ ଜବତ କରିଛି। ଉକ୍ତ ଗ୍ୟାଙ୍ଗ ସହର ବ୍ୟତୀତ ବାହାର ଅଞ୍ଚଳରୁ ଗାଡ଼ି ଚୋରି କରି ଏକ ଆନ୍ତ ରାଜ୍ୟ ରାକେଟ ଚଳାଉ ଥିଲେ। ବିଭିନ୍ନ ଚି୍ନତାଇ, ଚୋରି ଭଳି କାର୍ଯ୍ୟରେ ଥିଲେ। 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: