Flood Rescue Turns Tragic / ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର ବେଳେ ଅଘଟଣ, ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ପାୱାର ବୋଟ୍
·1 hour ago·2 min read

Key Points
ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର ବେଳେ ଅଘଟଣ । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ପାୱାର ବୋଟ୍ । ୫ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମିଶାଇ ୬ ଗୁରୁତର ।
ବାଲେଶ୍ଵର: ବଢ଼ି ପାଣିରୁ ଲୋକଙ୍କୁ ଉଦ୍ଧାର ବେଳେ ଅଘଟଣ ଘଟିଛି । ବାଲେଶ୍ଵର ସହର ତଳି ଅଞ୍ଚଳରୁ ଆସିଛି ବଡ଼ ଖବର । ବାଲେଶ୍ଵର ଦରିଜୀପୋଖରୀ ଅଞ୍ଚଳରେ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରିବାକୁ ଯାଇଥିଲେ ।
ଲୋକଙ୍କୁ ଉଦ୍ଧାର କରି ପାୱାର ବୋଟ୍ ଯୋଗେ ଅଗ୍ନିଶମ କର୍ମଚାରୀ ଆଣୁଥିବା ବେଳେ ପାଣିର ସ୍ରୋତ ଅଧିକ ରହିଥିଲା । ବୋଟ୍ଟି ପାଣିର ସ୍ରୋତରେ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା । ଫଳର ବୋଟ୍ଟି ଓଲଟି ପଡ଼ିଥିଲା । ଏଥିରେ ଅଗ୍ନିଶମ ଟିମ୍ର ୫ ଜଣଙ୍କ ସହ ଜଣେ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି ।
ସମସ୍ତଙ୍କୁ ବାଲେଶ୍ଵର ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ନିକଟରେ ଥିବା ଅଗ୍ନିଶମ ବାହିନୀର ଆଉ ଏକ ଟିମ୍ ଆସି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ରେ ପହଞ୍ଚାଇଥିଲା । ଏବେ ସମସ୍ତଙ୍କ ଚିକିତ୍ସା ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି । ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।
କାହିଁକି କାଟ୍ ହୋଇ ନଥିଲା ବିଦ୍ୟୁତ୍ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଲେଶ୍ଵର ଅନେକ ଅଞ୍ଚଳରେ ବନ୍ୟା ପାଣିରେ ଟ୍ରାନ୍ସଫର୍ମର ଗୁଡ଼ିକ ବୁଡ଼ି ରହିଛି । ଲୋକେ ପାଣି ଘେରରେ ରହିଥିବା ବେଳେ କିଭଳି ୧୧ କେଭି ବିଦ୍ୟୁତ୍ ସରବରାହ ଜାରି ରହିଥିଲା ତାକୁ ନେଇ ଅଘଟଣ ପରେ ପ୍ରଶ୍ନ ଉଠିଛି । ବିଦ୍ୟୁତ୍ ସରବରାହ କେଉଁ ପରିସ୍ଥିତିରେ ଜାରି ରହିଥିଲା ତାକୁ ନେଇ ଅଗ୍ନିଶମ ବାହିନୀ ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ବର୍ଷା ଓ ବନ୍ୟା ସ୍ଥିତି ନେଇ ରାଜସ୍ଵ ମନ୍ତ୍ରୀଙ୍କ ବଡ଼ ସୂଚନା; ୮୦ଟି ବ୍ଲକ୍ର ୩୨୫ଟି ପଞ୍ଚାୟତ ପ୍ରଭାବିତ
ଆହତ ଅଗ୍ନଶମ କର୍ମଚାରୀଙ୍କ ଅନୁସାରେ, "ଦରିଜୀପୋଖରୀ ଅଞ୍ଚଳରୁ ବୋଟ୍ରେ ୪ ଜଣଙ୍କୁ ଉଦ୍ଧାର କରି ଫେରୁଥିଲୁ । ସେହି ସମୟର ସୁଅ ଆସିବାରୁ ବୋଟର ସ୍ପିଡ୍ ବଢ଼ାଇଥିଲୁ । ହଠାତ୍ ଦେଖିଥିଲୁ ଦେଢ଼ରୁ ଦୁଇ ଫୁଟ୍ ଉପରେ ୧୧ କେଭି ବିଦ୍ୟୁତ୍ ତାର ଅଛି । ଇଲେକ୍ଟ୍ରି ତାର ସଂସ୍ପର୍ଶରେ ବୋଟ୍ ଆସି ଯାଇଥିଲା ।"
ଜିଲ୍ଲାରେ ବନ୍ୟା ସ୍ଥିତି
ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବୁଢ଼ାବଳଙ୍ଗ ଓ ଜଳକା ନଦୀ ଅବବାହିକାରେ ଲଗାଣ ବର୍ଷା ହେବାରୁ ଜଳକା ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଛି । ଯାହାଦ୍ୱାରା ବସ୍ତା ଅଞ୍ଚଳରେ ପାଣି ସୁଅ ମାରୁଛି । ଅନ୍ୟପଟେ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ୧୩ ଟି ଗେଟରେ ପାଣି ଛଡ଼ାଯିବା ପରେ ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି । ଫଳରେ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ପୁଣିଥରେ ବନ୍ୟା ଦେଖା ଦେଇଛି ।
ସେହପରି ବୁଢ଼ାବଳଙ୍ଗ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଯୋଗୁଁ ବାଲେଶ୍ୱର ସହରରେ ଲୋକମାନେ ପ୍ରଭାବିତ ହୋଇଛନ୍ତି । ସହରର ୬ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ୫୦ ପଞ୍ଚାୟତ ଜଳମଗ୍ନ ହୋଇଛି । ବାଲେଶ୍ୱରରୁ ରେମୁଣା, ବାଲେଶ୍ୱରରୁ ଫୁଲାଡ଼ି, ବାଲେଶ୍ୱରରୁ ଟିଆଖିଆ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି ।

Related Topics
Explore more stories