Odisha Flood / ବର୍ଷା ଓ ବନ୍ୟା ସ୍ଥିତି ନେଇ ରାଜସ୍ଵ ମନ୍ତ୍ରୀଙ୍କ ବଡ଼ ସୂଚନା; ୮୦ଟି ବ୍ଲକ୍ର ୩୨୫ଟି ପଞ୍ଚାୟତ ପ୍ରଭାବିତ
·1 hour ago·4 min read

Key Points
ବର୍ଷାରେ ରାଜ୍ୟର ୮୦ଟି ବ୍ଲକ୍, ୩୨୫ଟି ଗ୍ରାମପଞ୍ଚାୟତ, ୧,୦୭୧ଟି ଗାଁ ଏବଂ ୧୦ଟି ପୌରାଞ୍ଚଳର ୪୯ଟି ୱାର୍ଡ ପ୍ରଭାବିତ ହୋଇଛି । ୧୬ଟି ଗାଁ ଜଳବନ୍ଦୀ ରହିଥିବା ବେଳେ ୭୨୧ଟି ଘର ଆଂଶିକ/ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
ଭୁବନେଶ୍ଵର: ରାଜ୍ୟରେ ଗଭୀର ଅବପାତ (Deep Depression) ଏବଂ ପ୍ରବଳ ବର୍ଷା ଯୋଗୁଁ ୧୦ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କଟକ ଜିଲ୍ଲାର ବଡ଼ମ୍ବାଠାରେ ସର୍ବାଧିକ ୧୨୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।
୩ଟି ଷ୍ଟେସନରେ ୧୦୦ ମିମିରୁ ଅଧିକ ଏବଂ ୪୨ଟି ଷ୍ଟେସନରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ରାଜ୍ୟର ୭୩,୦୮୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୪୦,୩୨୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
କେତେ ଲୋକ ପ୍ରଭାବିତ ?
ରାଜ୍ୟର ୮୦ଟି ବ୍ଲକ୍, ୩୨୫ଟି ଗ୍ରାମପଞ୍ଚାୟତ, ୧,୦୭୧ଟି ଗାଁ ଏବଂ ୧୦ଟି ପୌରାଞ୍ଚଳର ୪୯ଟି ୱାର୍ଡ ପ୍ରଭାବିତ ହୋଇଛି । ୧୬ଟି ଗାଁ ଜଳବନ୍ଦୀ ରହିଥିବା ବେଳେ ୭୨୧ଟି ଘର ଆଂଶିକ/ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୪,୪୮୦ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅବପାତ ବର୍ଷାରେ କୌଣସି ମାନବ କିମ୍ବା ଗୃହପାଳିତ ପଶୁଙ୍କ ଜୀବନହାନି ହୋଇନଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ଶୂନ୍ୟ (NIL) କ୍ଷୟକ୍ଷତି ରିପୋର୍ଟ ଆସିଥିବା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
କେଉଁ ଜିଲ୍ଲାରେ କେତେ ପ୍ରଭାବ ?
ମୟୂରଭଞ୍ଜ: ୨୦ଟି ବ୍ଲକ୍, ୧୪୪ଟି ଗାଁର ୨୦,୪୭୫ ଜଣ ପ୍ରଭାବିତ ହୋଇଛନ୍ତି । ୧୬,୮୬୨ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୧୧ଟି ଗାଁ ଜଳବନ୍ଦୀ ରହିଛି । ୨୪୯ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୧୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି ।
ଗଜପତି: ୭ଟି ବ୍ଲକ୍, ୬୦୪ଟି ଗାଁର ୧୯,୨୦୭ ଜଣ ପ୍ରଭାବିତ ହୋଇଛନ୍ତି । ୭,୬୫୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଗୋଟିଏ ଗାଁ ଜଳବନ୍ଦୀ ରହିଛି । ୧୩୬ଟି ଘର କ୍ଷତିଗ୍ରସ୍ତ ହୋଇଛି ।
ବାଲେଶ୍ୱର: ୫ଟି ବ୍ଲକ୍, ୯୧ଟି ଗାଁର ୧୪,୫୬୦ ଜଣ ପ୍ରଭାବିତ ହୋଇଛନ୍ତି । ୩,୨୬୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୩,୭୭୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି ।
ନବରଙ୍ଗପୁର: ୧୦ଟି ବ୍ଲକ୍, ୭୧ଟି ଗାଁର ୪,୭୩୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୪ଟି ଗାଁ ଜଳବନ୍ଦୀ ରହିଥିବା ବେଳେ ୧୩୭ଟି ଘର କ୍ଷତିଗ୍ରସ୍ତ ହୋଇଛି ।
କୋରାପୁଟ: ୬ଟି ବ୍ଲକ୍, ୪୪ଟି ଗାଁର ୪,୧୬୨ ଜଣ ପ୍ରଭାବିତ ହୋଇଥିବା ବେଳେ ୩,୩୧୮ ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ୯୧ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ମାଲକାନଗିରି: ୪ଟି ବ୍ଲକ୍, ୩୭ଟି ଗାଁର ୨,୪୦୯ ଜଣ ପ୍ରଭାବିତ ହୋଇଥିବା ବେଳେ ୨,୪୦୯ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୬୫ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ଗଞ୍ଜାମ: ୨୨ଟି ବ୍ଲକ୍, ୫୦ଟି ଗାଁର ୨,୦୭୯ ଜଣ ପ୍ରଭାବିତ ହୋଇଛନ୍ତି । ୨,୦୭୯ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୨୮ଟି ଘର କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ନୟାଗଡ଼ ଜିଲ୍ଲାରେ ୫୩ ଜଣ ପ୍ରଭାବିତ ହୋଇଥିବା ବେଳେ କନ୍ଧମାଳରେ ୩୬ ପ୍ରଭାବିତ, ୧୨ ଘର କ୍ଷତିଗ୍ରସ୍ତ ହୋଇଛି । ବଲାଙ୍ଗିରରେ ୨ଟି ଘର କ୍ଷତିଗ୍ରସ୍ତ ହୋଇଛି ।
୩୯୫ଟି ରିଲିଫ୍ କ୍ୟାମ୍ପ (Free Kitchen) ମାଧ୍ୟମରେ ୪୦,୩୨୯ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିସହ ୨.୯ କ୍ୱିଣ୍ଟାଲ ଚାଉଳ, ୩୬.୪୫ କ୍ୱିଣ୍ଟାଲ ଚୁଡ଼ା, ୬.୪ କ୍ୱିଣ୍ଟାଲ ଗୁଡ଼ ଏବଂ ୯୭୮ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଗର୍ଭବତୀଙ୍କୁ ଉଦ୍ଧାର ପାଇଁ ଯାଉଥିଲା ବୋଟ୍, ନଦୀରେ ଓଲଟିଲା; ଶେଷରେ ନିଜେ ଜନ୍ମଦେଲେ ଶିଶୁକନ୍ୟା
ନଦୀ ଅବବାହିକାର ସ୍ଥିତି ଓ ବନ୍ୟା ପୂର୍ବାନୁମାନ
ସୁବର୍ଣ୍ଣରେଖା ବେସିନ୍: ଉପରମୁଣ୍ଡ ଖାଡ଼ଖାଇ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଚାନ୍ଦିଲ ଡ୍ୟାମ୍ର ଜଳସ୍ତର ୧୮୧.୩୧ ମିଟର ରହିଛି ଏବଂ ୨୦୭୮ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି । ଗାଲୁଡିହର ୧୩ଟି ଗେଟ୍ ଦେଇ ୫୩୬୬.୦୮ କ୍ୟୁମେକ୍ସ ଜଳ ନିଷ୍କାସନ କରାଯାଉଛି । ରାଜଘାଟଠାରେ ଜଳସ୍ତର ୧୦.୪୩ ମିଟର (ବିପଦ ସଙ୍କେତ: ୧୦.୩୬ ମି) ରହିଥିବା ବେଳେ ୨୭.୦୯.୨୦୨୬ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ଏହା ୧୧.୭୦ ମିଟରରେ ପହଞ୍ଚିବା ସମ୍ଭାବନା ଅଛି । ଏହାଦ୍ୱାରା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ।
ବୁଢ଼ାବଳଙ୍ଗ ବେସିନ୍: NH-5 ଗୋବିନ୍ଦପୁରଠାରେ ଜଳସ୍ତର ୮.୭୮ ମିଟର (ବିପଦ ସଙ୍କେତ: ୮.୧୩ ମି) ରହିଛି। ଆଜି ରାତି ୯ଟା ସୁଦ୍ଧା ୮.୯ ମିଟରରେ ପହଞ୍ଚିବା ପରେ ବନ୍ୟା ଜଳ କ୍ରମଶଃ ହ୍ରାସ ପାଇବ।
ବୈତରଣୀ, ଜଳକା ଓ ସାଳନ୍ଦୀ ବେସିନ୍: ଆନନ୍ଦପୁର ବ୍ୟାରେଜ୍ର ୩୧ଟି ଗେଟ୍ ଖୋଲାଯାଇ ୪୬୦୦ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି । ଆଖୁଆପଦାଠାରେ ଜଳସ୍ତର ୧୯.୪୭ ମିଟର (ବିପଦ ସଙ୍କେତ: ୧୮.୩୩ ମି) ରହିଥିବା ବେଳେ ଆସନ୍ତାକାଲି ସକାଳୁ ବନ୍ୟା ସ୍ଥିତିରେ ସୁଧାର ଆସିବ । ସାଳନ୍ଦୀ-ରାଜଘାଟଠାରେ ଜଳସ୍ତର ୧୯.୩୦ ଫୁଟ (ବିପଦ ସଙ୍କେତ: ୧୭ ଫୁଟ) ରହିଛି, ଯାହା କାଲି ସକାଳ ପରେ ହ୍ରାସ ପାଇବ ।
ମହାନଦୀ ବେସିନ୍: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୪୭ ଫୁଟ ରହିଛି, ୧୬ଟି ଗେଟ୍ ମାଧ୍ୟମରେ ୩.୦ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ୨୭.୦୯.୨୦୨୬ ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡଳିଠାରେ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।
ଇନ୍ଦ୍ରାବତୀ, କୋଲାବ, ବଂଶଧାରା ଓ ଋଷିକୂଲ୍ୟା: ଇନ୍ଦ୍ରାବତୀ, ବାଲିମେଳା ଓ ଋଷିକୂଲ୍ୟା-ପୁରୁଷୋତ୍ତମପୁରଠାରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ଶେଷ ହୋଇଛି । ବଂଶଧାରା-କାଶୀନଗରଠାରେ ଜଳସ୍ତର ଆଜି ସନ୍ଧ୍ୟା ୭ଟା ସୁଦ୍ଧା ସତର୍କତା ସଙ୍କେତ ତଳକୁ ଖସିଯିବ ।
ବ୍ରାହ୍ମଣୀ ବେସିନ୍: ରେଙ୍ଗାଳି ଡ୍ୟାମ୍ର ଜଳସ୍ତର ୧୨୩.୦୩ ମିଟର ରହିଛି । ସମଲ ବ୍ୟାରେଜ୍ର ୩ଟି ଗେଟ୍ ଦେଇ ୧୦୬୫ କ୍ୟୁମେକ୍ସ ଜଳ ଛଡ଼ାଯାଉଛି, ପାନପୋଷ ଓ ଜେନାପୁରଠାରେ ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ବିପଦ ସଙ୍କେତ ତଳେ ରହିଛି ।

Related Topics
Explore more stories